ନମୌଜା, ୧୦/୯ : ଖରସ୍ରୋତା ନଦୀ ସ୍ରୋତରେ ଭାସି ଯାଉଥିଲେ ମହିଳା ଉଦ୍ଧାର କଲେ ଗ୍ରାମବାସୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଗୋବିନ୍ଦପୁର ଗାଁରେ ଏହି ଘଟଣା ଘଟିଛି। ଉଦ୍ଧାର ହୋଇଥିବା ମହିଳାଙ୍କୁ ଚିକିତ୍ସା ପାଇଁ ଗୋବିନ୍ଦପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଆଳି ବ୍ଲକ୍ ଗୋବିନ୍ଦପୁର ଗ୍ରାମର ସ୍ନିଗ୍ଧା ସରିତା ଦାସ (୩୫ ବର୍ଷ) ବୁଧବାର ପ୍ରାୟ ସାଢ଼େ ଦଶଟାରେ ଖରସ୍ରୋତା ନଦୀକୁ ଶୌଚ ହେବାକୁ ଯାଇଥିଲେ। ମାତ୍ର ଗୋଡ ଖସିଯିବାରୁ ନଦୀ ସ୍ରୋତରେ ଭାସି ଯାଉଥିଲା। ଏହା ଦେଖି ସେଠାରେ ଉପସ୍ଥିତ ଥିବା କିଛି ସାହସୀ ଯୁବକ ନିଜ ଜୀବନକୁ ବାଜିରେ ଲଗାଇ ସ୍ନିଗ୍ଧାଙ୍କୁ ଉଦ୍ଧାର କରିଥିଲେ। ତେବେ ସ୍ନିଗ୍ଧାଙ୍କ ସ୍ଵାସ୍ଥ୍ୟାବସ୍ଥା ସ୍ଥିର ନଥିବାରୁ ତାଙ୍କୁ ଗୋବିନ୍ଦପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।