ପ୍ରମୂଖ ଖବର
  • ବଲାଙ୍ଗୀର: ଭାରସାମ୍ୟ ହରାଇ ରାସ୍ତାକଡ଼ ଦୋକାନ ଭିତରକୁ ମାଡିଗଲା ଟ୍ରକ୍, ସିକ୍ୟୁରିଟି ଗାର୍ଡ ମୃତ
  • ||
  • କେରଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, କାର୍-ବସ୍ ମୁହାଁମୁହିଁ ଧକ୍କାରେ ୫ ଡାକ୍ତରୀ ଛାତ୍ରଙ୍କ ଚାଲିଗଲା ଜୀବନ
  • ||
  • ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର, , ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଚଢ଼ାଉ
  • ||
  • ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ବାଚସ୍ପତିଙ୍କ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ
  • ||
  • ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ୪ରେ ନୌସେନା ସମରାଭ୍ୟାସ ଦେଖିବେ, ୫ରେ ଜୁଡିସିଆଲ କମ୍ପେ୍ଲକ୍ସ ଉଦ୍‌ଘାଟନ କରିବେ
  • ||
  • ଚଳିତ ବର୍ଷ ରାଜ୍ୟରେ ଜାଡ଼ କମ୍, ଡିସେମ୍ବରରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ
  • ||

ଲଣ୍ଡନରେ ଜନ୍ମଦିନ ପାଳୁଛନ୍ତି ବିରାଟ କୋହଲି: ୨୦୨୪ର ବିଫଳତା ପରେ ଆଗାମୀ ବର୍ଷ ପାଇଁ କ’ଣ ରହିଛି ପ୍ଳାନ୍ ?

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଜନ୍ମ ୫ ନଭେମ୍ବର ୧୯୮୮ରେ ଦିଲ୍ଲୀରେ ହୋଇଥିଲା । ଆଉ ଆଜି ୩୬ ବର୍ଷରେ ପାଦ ଥାପିଛନ୍ତି ବିରାଟ କୋହଲି । ଭାରତୀୟ କ୍ରିକେଟର ବିରାଟ କୋହଲି ନିଜ ଦେଢ଼ ଦଶନ୍ଧୀ କ୍ୟାରିୟରରେ ୨୭ ହଜାରରୁ ଅଧିକ ରନ କରିଛନ୍ତି । ସେ ଅନ୍ତର୍ଜାତୀୟ କ୍ରିକେଟରେ ୮୦ଟି ଶତକ କରିଛନ୍ତି । କିନ୍ତୁ ୨୦୨୪ ତାଙ୍କ କ୍ୟାରିୟର ପାଇଁ ସବୁଠୁ ଖରାପ ସାବ୍ୟସ୍ତ ହୋଇଛି । ୩ଟି ଫର୍ମାଟରେ କୋହଲି ୫୦୦ ରନ୍ ମଧ୍ୟ କରିପାରି ନାହାନ୍ତି ।  ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତ ପରାଜୟ ଭୋଗିଛି । ୩ଟି ମ୍ୟାଚ୍‌ରେ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ଏହି ତାଲିକାରେ କିଙ୍ଗ କୋହଲି ମଧ୍ୟ ସାମିଲ । ହେଲେ ନିଜ ଜନ୍ମଦିନ ଅବସରରେ କୋହଲି ପରିବାର ସହ ଲଣ୍ଡନରେ ଛୁଟି ମନାଉଛନ୍ତି । ପୁଅ ଓ ଝିଅଙ୍କୁ ଧରି କୋହଲି ବୁଲୁଥିବାର ଫଟୋ ଏବେ ଭାଇରାଲ୍‌ ହେଉଛି । 

ଚାମ୍ପିୟନ୍ସ ଟ୍ରଫିରେ କୋହଲିଙ୍କ ରେକର୍ଡ  

ଆଗାମୀ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଦଳ ପାକିସ୍ତାନ ଯିବ କି ନାହିଁ ଭାରତ ସରକାର ସ୍ପଷ୍ଟ କରିନାହାନ୍ତି । ଯଦି ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରେ ତେବେ ଖେଳପ୍ରେମୀଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ । ଏହା ପଛର କାରଣ ହେଉଛି, ଚାମ୍ପିୟନ୍ସ ଟ୍ରଫିରେ କୋହଲି ଜବରଦସ୍ତ ରେକର୍ଡ କରିଛନ୍ତି  । ଚାମ୍ପିୟନ୍ସ ଟ୍ରଫିରେ ଏବେ ସୁଦ୍ଧା ୧୩ଟି ମ୍ୟାଚ୍‌ ଖେଳି କୋହଲି ୫୨୯ ରନ୍‌ କରିଚନ୍ତି । ଆଇସିସି ଟୁର୍ଣ୍ଣାମେଣ୍ଟରେ ରନ୍‌ କରିବାକୁ ଖୁବ ଭଲ ପାଆନ୍ତି ବିରାଟ । ତେଣୁ ୨୦୨୫ରେ ଆୟୋଜିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ କୋହଲି ଭଲ ପ୍ରଦର୍ଶନ କରି ୨୪ରେ ତାଙ୍କ ଉପରେ ଲାଗିଥିବା ଦାଗ ଲିଭାଇବାକୁ ଚେଷ୍ଟା କରିପାରନ୍ତି । 

 ୨୦୨୫ରେ ହେବ ବଡ଼ ପ୍ରତ୍ୟାବର୍ତ୍ତନ ! 

୨୦୨୫ରେ ଭାରତୀୟ ଟିମ୍‌ ନିଜର ପ୍ରଥମ ଅଭିଯାନ ଇଂଲଣ୍ଡ ବିପକ୍ଷରେ ଆରମ୍ଭ କରିବ । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସରିଜ୍‌ରୁ ଭାରତୀୟ ଦଳ ଏବଂ ଏହାର ଖେଳାଳି ଦମଦାର ଆରମ୍ଭ କରିପାରନ୍ତି । ଇଂଲଣ୍ଡ ଟିମ୍‌ ଭାରତ ଆସିବାକୁ ଥିବା ବେଳେ ଏଠାରେ ଦୁଇ ଦଳ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌, ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଏବଂ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସରିଜ୍‌ ଖେଳାଯିବ । ସେପଟେ ଇଂଲଣ୍ଡ ବିପକ୍ଷରେ ୩ଟି ଫର୍ମାଟରେ ବିରାଟ କୋହଲି ଭଲ ପ୍ରଦର୍ଶନ କରୁଥିବା ନଜିର ରହିଛି । ସେ ଦିନିକିଆରେ ଇଂଲଣ୍ଡ ବିପକ୍ଷରେ ୧୩୦୦ରୁ ଅଧିକ ରନ୍‌ କରିଛନ୍ତି । ଏହା ବ୍ୟତୀତ ଟେଷ୍ଟରେ କୋହଲି ଖୁବଶୀଘ୍ର ଇଂଲିଶ ଟିମ୍‌ ବିପକ୍ଷରେ ୨୦୦୦ ରନ୍‌ ପୂରଣ କରିବାକୁ ଯାଉଛନ୍ତି । 

  • virat kohli
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.