ପୁରୀ,୧୬/୦୯: ପୁରୀ ଚକ୍ରତୀର୍ଥ ରୋଡ୍ ବେହେରା ସାହିରେ ବୁଲିଲା କଟୁରୀ। ମଦ୍ୟପ ବ୍ୟକ୍ତିଙ୍କ କଟୁରୀ ଚୋଟରେ ମହିଳା ଆହତ। ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ହେଉଛନ୍ତି ବେହେରା ସାହିର ବାସନ୍ତୀ ନାୟକ । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ବଳ ବେହେରା ବାସନ୍ତୀଙ୍କ ଘର ସାମ୍ନାରେ ଖରାପ ଭାଷାରେ ଗାଳି ଗୁଲଜ କରୁଥିଲା। ଅଭଦ୍ର ବ୍ୟବହାରର କାରଣ ବାସନ୍ତୀ ପଚାରିବାରୁ ଅଭିଯୁକ୍ତ ଜଣକ ତାଙ୍କୁ କଟୁରୀରେ ଆକ୍ରମଣ କରିଥିଲା। ଏନେଇ ପେଣ୍ଠକଟା ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ବଳ ବେହେରାକୁ ଗିରଫ କରିଥିବା ଜଣାପଡ଼ିଛି। ସେପଟେ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।