ବ୍ରହ୍ମପୁର,୨୧।୯ପାଳପୁର ନିକଟ ଧବଳେଶ୍ୱର ସମୁଦ୍ରରେ ଗାଧୋଉଥିବା ବେଳେ  ଭାସି ଯାଇ ଜଣେ ଯୁବକ ନିଖୋଜ ହୋଇଛି। ଘଟଣା ସ୍ଥଳରେ ପୁଲିସ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର  କାର୍ଯ୍ୟ ଜାରି ରଖିଛନ୍ତି ।

ଧବଳେଶ୍ୱର ସମୁଦ୍ରରେ ତିନିଜଣ ସାଙ୍ଗ ଗାଧୋଉଥିବା ବେଳେ ଭାସି ଯାଇଥିଲେ।ସେମାନଙ୍କ ମଧ୍ୟରୁ  ଦୁଇଜଣ ଉଦ୍ଧାର ହୋଇଥିବା ବେଳେ  ଜଣେ ନିଖୋଜ ରହିଛି   ନିଖୋଜ ଯୁବକ ଜଣକ ହେଲେ ଅଭିଶେକ ରଞ୍ଜନ। ତାଙ୍କ ଘର ବାହାର ରାଜ୍ୟରେ ବୋଲି ଜଣାପଡିଛି।