ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

୧୫୬ ବର୍ଷ ଅଘଟଣର ପୁନରାବୃତ୍ତି; ଗୁଣ୍ଡିଚା ମନ୍ଦିର ସାମ୍ନାରେ ଯାଇଥିଲା ଦୁଇ ଜୀବନ !

Published By : Manash Sahoo | June 30, 2025 7:13 PM

ଭୁବନେଶ୍ବର, ୩୦/୦୬; ୧୫୬ ବର୍ଷ ପୂର୍ବ ଅଘଟଣର ପୂନରାବୃତ୍ତି । ଗୁଣ୍ଡିଚା ମନ୍ଦିର ସାମ୍ନାରେ ଗଡ଼ିଥିଲା ମୁଣ୍ଡ । ଚକା ଆଖି ଆଗରେ ଚାଲିଗଲା ୩ ଜୀବନ । ମହାପ୍ରଭୁଙ୍କ ଘୋଷଯାତ୍ରାରେ ଠେଲାପେଲା ଘଟିବା କିଛି ନୂଆ କଥା ନୁହେଁ । ଏପରିକି ରଥ ଚକ ତଳେ ଭକ୍ତ ନିଜରୁ ସମର୍ପିତ କରିବା ରେକର୍ଡ ରହିଛି । ରଥ ଦଉଡ଼ରେ ଛନ୍ଦି ହୋଇ ଜୀବନ ମଧ୍ୟ ଯାଇଛି । ମାତ୍ର ରଥଯାତ୍ରା ପରଦିନ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ଇତିହାସରେ ପ୍ରଥମ । ରଥାରୂଢ଼ ଦିଅଁଙ୍କ ଦିବ୍ୟ ଦର୍ଶନ ବେଳେ ଦଳାଚକଟା, ଆଉ ଭକ୍ତଙ୍କ ମହାପ୍ରୟାଣ। ଯାହା ପୂର୍ବରୁ କେବେ ହୋଇନଥିଲା, ତାହା ରବିବାର ଭୋରୁ ଭୋରୁ ଶରଧାବାଲିରେ ଘଟିଛି । ତିନି ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଛି । 

୧୫୬ ବର୍ଷ ତଳେ ଅର୍ଥାତ୍ ୧୮୬୯ରେ ଏଭଳି ଅଘଟଣ ଘଟିଥିଲା । ହେଲେ ରଥଯାତ୍ରାରେ ନୁହେଁ, ବରଂ ବାହୁଡ଼ା ଯାତ୍ରାରେ । ଦଶମୀ ତିଥିରେ ଦିଅଁଙ୍କ ସାମ୍ନାରେ ଦୁଇ ଜଣ ଭକ୍ତଙ୍କ ଜୀବନ ଚାଲିଯାଇଥିଲା । ସେତେବେଳେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଯାତ୍ରାରେ ମାତ୍ର ୧୧ ହଜାର ଲୋକଙ୍କ ସମାଗମ ହୋଇଥିଲା । ପୂର୍ବ ବର୍ଷ ବନ୍ୟା ସ୍ଥିତି ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ି କମ୍ ଥିଲା । ମାତ୍ର ବାହୁଡ଼ା ଦଶମୀରେ ଦ୍ବାର ଫିଟା ବିଳମ୍ବ ହେବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଜନ୍ମବେଦୀରେ ଶ୍ରୀଜିଉଙ୍କୁ ଶେଷ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଉଡ଼ି ରଖାଯାଇଥିବା ସ୍ଥାନରେ ଛନ୍ଦି ହୋଇ ଶହେରୁ ଅଧିକ ଶ୍ରଦ୍ଧାଳୁ ପଡ଼ିଯାଇଥିଲେ । ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା ନଥିବାରୁ ୮ଜଣ ଚେତାଶୂନ୍ୟ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପ୍ରାଣ ହରାଇଥିଲେ । ପରେ ତଦନ୍ତରୁ ଜଣାପଡ଼ିଥିଲା ଦୁଇଜଣ ଦ୍ବାରୀ, ଭୁଜା ଓ ଟଙ୍କା ଲୋଭରେ ଦ୍ବାର ଫିଟାଇ ଦେବାରୁ ଦଳାଚକଟା ସ୍ଥିତି ସୃଷ୍ଟି ହୋଇଥିଲା । ପରେ ଅଭିଯୁକ୍ତ ମାନଙ୍କୁ ୩୩୮ ଦଫାରେ ଗିରଫ କରାଯାଇଥିଲା । କିନ୍ତୁ ଗତ ରବିବାର ଶରଧାବାଲିର ଅଘଟଣ ରଥଯାତ୍ରା ଇତିହାସରେ ପ୍ରଥମ ।

ରଥଯାତ୍ରା ଇତିହାସରେ ସବୁଠୁ ବଡ଼ ଦୁର୍ଘଟଣା ଘଟିଥିଲା ୧୮୦୯ ମସିହାରେ । ମନ୍ଦିର ସାମ୍ନାରେ ବିପୁଳ ଭକ୍ତଙ୍କ ସମାଗନ ଏବଂ ଫାଟକ ଆଡ଼କୁ ଅଗ୍ରସର ହେବାରୁ ଧାଁ ଦୌଡ଼ ଓ ଠେଲାପେଲା ସ୍ଥିତି ଉପୁଜିଥିଲା । ସେହି ଦଳାଚକଟାରେ ପ୍ରାୟ ୧୫୦ଜଣ ଭକ୍ତଙ୍କ ଜୀବନ ଯାଇଥିଲା । ରେଭରେଣ୍ଡ୍ ସ୍ମିଥ୍ ଓ ରେଭରେଣ୍ଡ୍ ଗ୍ରୀନଙ୍କ ପିରିଅଡିକାଲ ଏକାଉଣ୍ଟ ଅଫ୍ ଦି ବାପଟିଷ୍ଟ ମିଶନ-୧୮୦୯ରେ ଉକ୍ତ ବର୍ଷ ରଥଯାତ୍ରାର ଏଭଳି ଅଭାବନୀୟ ଘଟଣା ଉଲ୍ଲେଖ ରହିଛି ।....

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.