ଅଳତୀ,୨୪/୫(ଆପ୍ର): ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ସରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ପୁରୁଣାବାନ୍ଧଗୋଡା ଗ୍ରାମ ରାସ୍ତାରେ ଆଜି ସକାଳେ ଏକ ଭାଲୁ ଦୁଇଟି ଛୁଆଙ୍କୁ ପିଠିରେ ବସାଇ ରାସ୍ତା ପାର ହେବା ସହ ଜଙ୍ଗଲ ନିକଟସ୍ଥ ଗ୍ରାମରେ ବୁଲୁଥିବାର ଲୋକ ଦେଖିଥିଲେ। ସେହି ରାସ୍ତା ଦେଇ ଯାଉଥିବା ଲୋକ ଭାଲୁକୁ ଦେଖି କିଛି ସମୟ ପାଇଁ ଅଟକି ରହି ହୋହାଲ୍ଲା କଲାପରେ ଭାଲୁଟି ନିକଟସ୍ଥ ଜଙ୍ଗଲ ମଧ୍ୟକୁ ଧାଇଁ ପଳାଇ ଯାଇଥିଲା। ଏହି ଭଳି ଆଗରୁ ଅନେକ ଥର ସକାଳୁ ଏବଂ ରାତ୍ରୀ ସମୟରେ ଜଙ୍ଗଲି ହିଂସ୍ର ଭାଲୁ ଗାଁ ମଧ୍ୟକୁ ପଶି ଆସୁଥିବା ବେଳେ ଏବେ ଦିନ ବେଳା ବିଚ ରାସ୍ତାରେ ବୁଲୁଥିବାରୁ ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି। ସ୍ଥାନିୟ ବନ ବିଭାଗ ତରଫରୁ ଗାଁ ନିକଟ ଜଙ୍ଗଲ କଡରେ ପହରା ଦେବା ସହ ଆବଶ୍ୟକତା ଅନୁଯାୟୀ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।

ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ...