PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ରାଉରକେଲା: ୨୭ ଲକ୍ଷ ଫୋପାଡି ଖସିଗଲା ଅଡି କାର୍, ତନାଘନା କରୁଛି ପୋଲିସ

source:www.patratravels.com

ରାଉରକେଲା ୧୦/୪: ୨୭ ଲକ୍ଷ ଫୋପାଡି ଖସିଗଲା ଅଡି କାର୍ । ରାଉରକେଲା ବିଶ୍ରା ମହିପାଣିଠାରେ ଏକ ଅଡି କାରରୁ ୨୭ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି ସ୍ପେଶାଲ ସ୍କ୍ୱାଡ୍ । ଏହି ଅଞ୍ଚଳ ବୀରମିତ୍ରପୁର ବିଧାନସଭା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ।

ରାଉରକେଲାରୁ ବିଶ୍ରା ଆଡେ ଯାଉଥିଲା ଏକ ଧଳା ରଙ୍ଗର ନମ୍ବର ବିହୀନ ଅଡି କାର୍ । ସ୍ପେଶାଲ ସ୍କ୍ୱାର୍ଡ କାରଟିକୁ ଯାଞ୍ଚ କରିବା ସମୟରେ ଟଙ୍କା ଫୋପାଡି ଦ୍ରୁତ ଗତିରେ କାରଟି ପଳାଇଥିଲା । କାରରେ ୨ ଜଣ ଥିଲେ । ଟଙ୍କା ଭର୍ତ୍ତି ବ୍ୟାଗର ମୂଲ୍ୟ ପ୍ରାୟ ୨୭ ଲକ୍ଷରୁ ଅଧିକ ହେବ ।

ନିର୍ବାଚନୀ ଋତୁ ଥିବାରୁ ଗାଡିରେ ଏତେ ଟଙ୍କା ନେବାଆଣିବା ଉପରେ ସନ୍ଦେହ ଉପୁଜୁଛି । ନିର୍ବାଚନ ପାଇଁ ନିୟମ କଡା କରାଯାଇଛି । ଗାଇଡ୍ ଲାଇନ୍ ଅନୁସାରେ କେହି ବି ୫୦ ହଜାରରୁ ଅଧିକ ଟଙ୍କା ଗାଡିରେ ନେଇ ପାରିବନି । ସକାଳେ ଲାଞ୍ଜିଗଡ ବିଧାୟକ ପ୍ରାର୍ଥୀଙ୍କ ଗାଡିରୁ ୨ ଲକ୍ଷ ଟଙ୍କାରୁ ଅଧିକ ଜବତ କରିଥିଲା ଫ୍ଲାଇଂ ସ୍କ୍ୱାଡ୍ । ତେବେ ଏତେ ଟଙ୍କା କିଏ ଏବଂ କାହିଁକି ନେଇ କୁଆଡେ ଯାଉଥିଲା ତାର ତନାଘନା କରୁଛି ପୋଲିସ ।