PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଅଭିଭାବକଙ୍କ ଭୁଲ୍‌ରୁ ପିଲା ହୁଅନ୍ତି ଜିଦିଆ, ଏହି ସବୁ କଥା ପ୍ରତି ଧ୍ୟାନ ଦେଲେ ଆଣିପାରିବେ ସୁଧାର

ଭୁବନେଶ୍ବର ୩୦/୦୯: ଅଭିଭାବକଙ୍କ ଭୁଲ୍‌ ହିଁ ବେଳେ ବେଳେ ପିଲାଙ୍କୁ ଜିଦିଆ କରାଇଦେଇଥାଏ । କିନ୍ତୁ ଅଭିଭାବକ ଏହା କେବେ ମାନି ନଥାନ୍ତି । ପ୍ରଥମେ ସେମାନଙ୍କୁ ବାସ୍ତବତା ମାନିବାକୁ ପଡିବ । ତେବେ ଯାଇ ସେଥିରେ ସୁଧାର ଆଣିପାରିବେ ।

କୌଣସି ବାପାମା’ କେବେ ଚାହାନ୍ତିନି ତାଙ୍କ ପିଲା ଜିଦିଆ ହେଉ । କିନ୍ତୁ ଆଜିକାଲି ପ୍ରାୟ ଅଭିଭାବକଙ୍କ ପାଇଁ ଏହା ହିଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଅନେକ ସମୟରେ ଆମେ ଆକଳନ ନ କରି ଏମିତି ଭୁଲ୍‌ କରିବସୁ, ଯାହା ପିଲାଙ୍କ ଭୁଲ୍‌ ବ୍ୟବହାରର କାରଣ ସାଜିଥାଏ ।

ପିଲାଙ୍କର ସବୁ କଥା ମାନିବା

ପ୍ରାୟ ଅଭିଭାବକ ନିଜ କାମରେ ଏତେ ବ୍ୟସ୍ତ ରହିଯାଇଥାନ୍ତି, ଯେ ନିଜ ପିଲାଙ୍କୁ ସମୟ ଦେଇପାରି ନଥାନ୍ତି । ଏଭଳି ସ୍ଥିତିରେ କେତେକ ବାପାମା’ ନିଜ ପିଲାଙ୍କ ପାଇଁ ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିଥାନ୍ତି । ଏପରି କରିବା ଦ୍ୱାରା ପିଲା ଭାବି ବସେ ଯେ ସେ ଯାହା ମାଗିବ ତାକୁ ସହଜରେ ମିଳିଯିବ । କିନ୍ତୁ ଯେତେବେଳେ ପିଲାର ଇଚ୍ଛା ପୂରଣ ନ ହୁଏ ସେ ଜିଦିଆ ହୋଇପଡେ । ଏପଟେ ବାପାମା’ ନିଜ କାମକୁ ଯିବା ପାଇଁ ପିଲାର ଇଚ୍ଛାକୁ ଅନିଚ୍ଛା ସତ୍ତେ୍ୱ ପୂରଣ କରିଚାଲନ୍ତି ।

ପିଲାଙ୍କୁ ଦାୟିତ୍ୱ ଦିଅନ୍ତିନି

ପ୍ରାୟ ଅଭିଭାବକ ପିଲାଙ୍କୁ କୌଣସି କାମ ବା ଦାୟିତ୍ୱ ଦେଇ ନଥାନ୍ତି । କିନ୍ତୁ ପିଲାଙ୍କୁ ଘର କାମ କରାଇବା ଉଚିତ୍‌ । ଏହାଦ୍ୱାରା ପିଲା ଦାୟିତ୍ୱ ପ୍ରତି ସଚେତନ ହୋଇଥାଏ । ପିଲାଙ୍କୁ ତା’ ବେଡ୍‌ ସଫା କରିବା, ନିଜ ଡ୍ରେସ୍‌ ନିଜେ ପିନ୍ଧିବା ଓ ଛୋଟ ଛୋଟ ଘରକାମରେ ମଧ୍ୟ ଲଗାଇପାରିବେ । ଏପରି କରିବା ଦ୍ୱାରା ପିଲାକୁ ଅନୁଭବ ହେବ ଯେ ସେ ବଡ଼ ଓ ଦାୟିତ୍ୱସମ୍ପର୍ଣ୍ଣ ।

ଉପହାର ଦେଇ ମନାଇବା

ପ୍ରାୟ ସମୟରେ ଦେଖିବାକୁ ମିଳେ ପିଲାମାନେ ଜିଦି କରୁଥିବା ସମୟରେ ଅଭିଭାବକ ତାଙ୍କୁ ଉପହାର ଦେଇ ବୁଝାଶୁଝା କରାଇ ଦିଅନ୍ତି । ଏପରି କରିବା ଆଦୌ ଠିକ୍‌ ନୁହେଁ । ବରଂ ପିଲାକୁ ବୁଝାନ୍ତୁ କେତେବେଳେ ଉପହାର ଦେବା ଉଚିତ୍‌ । କିଛି ପିଲା ଜନସାଧାରଣଙ୍କ ଉପସ୍ଥିତିରେ ଖୁବ୍‌ ଜୋର୍‌ରେ ଚିତ୍କାର କରିଥାନ୍ତି । ଏପରି କରିବାର କାରଣ ପିଲାଙ୍କୁ ଲାଗେ ଯେ ଏପରି କରିବା ଦ୍ୱାରା ପସନ୍ଦର ଜିନିଷ ମିଳିଯିବ ।

ବଡ଼ଙ୍କୁ ସମ୍ମାନ ଦେବା ଶିଖାନ୍ତୁ

ପିଲାମାନଙ୍କୁ ବୁଝାଇବା ପାଇଁ ଅଭିଭାବକ ସେମାନଙ୍କର ସାଙ୍ଗ ହେବାକୁ ଚେଷ୍ଟା କରିବା ଦରକାର । କିନ୍ତୁ ଏମିତି କରିବା ଦ୍ୱାରା କିଛି ପିଲା ଭୁଲିଯାଆନ୍ତି ଯେ ସେମାନେ ତାଙ୍କ ବାପାମା’ । ତେଣୁ ସାଙ୍ଗ ଭାବି କିଛି କହିବସନ୍ତି । ପ୍ରଥମେ ପିଲାଙ୍କୁ ସବୁ ବଡ଼ମାନଙ୍କୁ ସମ୍ମାନ ଦେବା ଶିଖାଇବା ଉଚିତ୍‌ ।

ସମ୍ବନ୍ଧିତ ଖବର