PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଅଧିକ ଟ୍ରାଫିକ୍ ଦ୍ୱାରା ପିଲାଙ୍କ ସ୍ମୃତି ଶକ୍ତି ହେଉଛି ଦୁର୍ବଳ! ଜାଣନ୍ତୁ କ’ଣ କହୁଛି ରିସର୍ଚ

ନୂଆଦିଲ୍ଲୀ ୧୮/୦୮: ଆପଣଙ୍କ ପିଲା ଯେଉଁ ରାସ୍ତା ଦେଇ ସ୍କୁଲ୍ ଯାଉଛନ୍ତି, ଯଦି ସେଠାରେ ଅଧିକ ଟ୍ରାଫିକ୍ ଥାଏ  ତେବେ ଏହା ତାଙ୍କ ସ୍ମୃତି ଶକ୍ତି ପାଇଁ ଭଲ ନୁହେଁ। ଏକ ଅନୁସନ୍ଧାନରୁ ଜଣାପଡିଛି, ଅଧିକ ଟ୍ରାଫିକ୍ ରୁଟ୍‌ଦେଇ ସ୍କୁଲ୍ ଯାଉଥିବା ପିଲାମାନଙ୍କର ସ୍ମୃତି ଶକ୍ତି କମ୍ ହୋଇଥାଏ ଏବଂ ସେମାନଙ୍କର ମସ୍ତିଷ୍କ ବିକାଶ ମଧ୍ୟ ହୋଇପାରେ ନାହିଁ। ସ୍ପେନର ବାର୍ସିଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ହେଲ୍‌ଥର ଅନୁସନ୍ଧାନକାରୀମାନେ ବାର୍ସିଲୋନାରେ ଥିବା ୩୮ ଟି ବିଦ୍ୟାଳୟର ପିଲାମାନଙ୍କ ଉପରେ ଏକ ରିସର୍ଚ କରିଥିଲେ। ତାଙ୍କ ଅନୁସନ୍ଧାନରେ ଏହା ଜଣାପଡିଲା ଯେ ଟ୍ରାଫିକ୍‌ରେ ବାଜୁଥିବା ହର୍ଣ୍ଣ, ଗାଡିର ଶବ୍ଦ ଏବଂ ଟ୍ରାଫିକରେ ଶବ୍ଦ ଶିଶୁର ସ୍ମୃତି ଶକ୍ତିକୁ ଦୁର୍ବଳ କରିଥାଏ।

ବାର୍ସିଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ହେଲ୍‌ଥର ଅନୁସନ୍ଧାନକାରୀମାନେ ୭ ରୁ ୧୦ ବର୍ଷ ବୟସର ୨୬୮୦ ପିଲାଙ୍କ ଉପରେ ଗବେଷଣା କରିଥିଲେ। ଯେଉଁଥିରେ ସେମାନେ ଜାଣିବାକୁ ପାଇଲେ ଯେ ଯଦି ବାହ୍ୟ ଶବ୍ଦର ସ୍ତର ୫ ଡେସିବଲ୍ ବଢେ, ତେବେ ଏହାଦ୍ୱାରା ପିଲାମାନଙ୍କର ସ୍ମୃତିଶକ୍ତି କ୍ଷମତା ୧୧.୫% କମ୍ ହୋଇଯାଏ। କେବଳ ଏତିକି ନୁହେଁ, ଏହି ଶବ୍ଦ ଏତେ ବିପଜ୍ଜନକ ଯେ ଏହା କାର୍ଯ୍ୟ ଦକ୍ଷତାର ବିକାଶକୁ ୨୩.୫% ହ୍ରାସ କରିଥାଏ।

ଅନୁସନ୍ଧାନରୁ ଜଣାପଡିଛି ଯେ ଟ୍ରାଫିକ ମାର୍ଗ ଦେଇ ଯାଉଥିବା ପିଲାମାନଙ୍କର ମସ୍ତିଷ୍କ ବିକାଶ ଠିକ୍ ଭାବରେ ହୁଏ ନାହିଁ। ଶବ୍ଦ ହେତୁ ତାଙ୍କ ମନ ପାଠ ପଢାରେ ମଧ୍ୟ ଲାଗେନାହିଁ ଏବଂ ତାଙ୍କ ସ୍ମୃତିଶକ୍ତି ମଧ୍ୟ କମିଯାଏ। ଏପରି ପିଲାମାନଙ୍କର ଶିକ୍ଷା ଉପରେ ଶବ୍ଦ ବହୁତ ପ୍ରଭାବ ପକାଇଥାଏ। ଅଧ୍ୟୟନ ସେମାନଙ୍କ ଧ୍ୟାନକୁ ୪.୮% ହ୍ରାସ କରିଥାଏ। ତେଣୁ ପିଲାମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଦ୍ୟାଳୟକୁ ଟ୍ରାଫିକ୍ ସ୍ଥାନଠାରୁ ଦୂରରେ ରଖିବା ଆବଶ୍ୟକ।

ସମ୍ବନ୍ଧିତ ଖବର