ପୁଣି ପ୍ରେମରେ ପଡ଼ିଲେ ନେହା କକ୍କଡ, ଭାଲେଣ୍ଟାଇନ୍ସରେ ମିଳିଲା ଫୁଲତୋଡା ସହିତ କିସ୍

ଭୁବନେଶ୍ବର,୧୪/୨: କିଛି ଦିନ ତଳେ ‘ଓଃ ହମ୍ସଫର…’ ଗୀତରେ ହିଟ୍ ହୋଇଥିବା ଯୋଡ଼ି ନେହା କକ୍କଡ ଓ ହିମାଂଶୁ କୋହଲିଙ୍କ ପ୍ରେମ ସମ୍ପର୍କରେ ଲାଗିଥିଲା ପୂର୍ଣ୍ଣଛେଦ। ଏକ ପୋଷ୍ଟ ଜରିଆରେ ନେହା ଓ ହିମାଂଶୁଙ୍କ ବ୍ରେକଅପ ହୋଇଥିଲେ ମଧ୍ୟ ନେହା ଏହାକୁ ସ୍ବିକାର କରିନଥିଲେ। ପରିସ୍ଥିତି ଯୋଗୁଁ ବ୍ରେକ୍ଅପ୍ ହୋଇଛି ବୋଲି ନେହା କୁହନ୍ତି। ନେହା ହିମାଂଶୁଙ୍କୁ ଦୋଷୀ ସାବ୍ୟସ୍ତ ନ କରି ନିଜ ଭାଗ୍ୟର ଦୋଷ ଦେଇଥିଲେ ବୋଲି ପୋଷ୍ଟରେ ଲେଖିଥିଲେ।

କୁହାଯାଏ ପ୍ରେମ ଶାଶ୍ବତ ପ୍ରେମ ହିଁ ଚିରନ୍ତନ। ଭାଲେଣ୍ଟାଇନ୍ସରେ ଡେ’ରେ ଏମିତି ଏକ ସରପ୍ରାଇଜ୍ ମିଳିଛି ନେହାଙ୍କୁ । ଯାହା କେବେ ସେ ସ୍ବପ୍ନରେ ବି ଭାବିନଥିଲେ। ହିମାଂଶୁଙ୍କ ସହିତ ବ୍ରେକଅପ୍ ହେଲାପରେ ସେ ବିଷାଦଗ୍ରସ୍ତରେ ଆସିଯାଇଥିଲେ। ଏମିତି କି ଦୁହେଁ ଦୁହିଁଙ୍କୁ ଅନଫଲୋ କରିବା ସହିତ ହିମାଂଶୁଙ୍କ ସହିତ ଥିବା ଫଟୋକୁ ସୋସିଆଲ୍ ମିଡ଼ିଆରୁ ଡିଲିଟ୍ କରିଦେଇଥିଲେ। ନିଜକୁ ସିଙ୍ଗିଲ ପ୍ରମାଣିତ କରିବା ପାଇଁ ନିଜର ସିଙ୍ଗିଲ ଫଟୋକୁ ଅପଲୋଡ୍ କରୁଥିଲେ। କେବଳ ସେତିକି ନୁହେଁ, ହିମାଂଶୁଙ୍କୁ ଜବାବ୍ ଦେବା ପାଇଁ ‘ଇସ୍ ମେ ତେରା ଘାଟା ମେରା କୁଛ୍ ନେହି ଯାତା…’ ଭଳି ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ ନେହା।

ପ୍ରେମରୁ ଦୂରେଇ ଯାଇଥିବା ସେହି ନେହା ଆଜି ପୁଣିଥରେ ପ୍ରେମରେ ପଡ଼ିଯାଇଛନ୍ତି। ଏକଥାକୁ ସେ ସହଯରେ ବିଶ୍ବାସ କରିପାରୁନାହାନ୍ତି। ଭାଲେଣ୍ଟାଇନ୍ସ ଡେ’ ଭଳି ଖାସ୍ ଦିନରେ ନେହା ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି। ଭିଡିଓରେ ଜଣେ ଯୁବକ ଆଣ୍ଠୁ ମାଡ଼ି ବସି ନେହାଙ୍କୁ ଫୁଲ, ଗିଫ୍ଟସ୍ ଏବଂ କାର୍ଡ ଦେଇ ଭଲପାଇବା ନିବେଦନ କରୁଛନ୍ତି। ଯାହାକୁ ନେହା ସ୍ବିକାର କରିବା ସହିତ ଧନ୍ୟବାଦ ମଧ୍ୟ ଦେଇଛନ୍ତି। କେବଳ ସେତିକି ନୁହେଁ, ନେହା ତାଙ୍କୁ ଆଲିଙ୍ଗନ କରି କିସ୍ ମଧ୍ୟ କରିଛନ୍ତି। ଭିଡ଼ିଓରେ ନେହା ବହୁତ ଖୁସି ଥିବାର ଜଣାପଡ଼ୁଛି। ଏହା ସହିତ ନେହା ଲେଖିଛନ୍ତି କି, ‘ବ୍ୟାକ୍ ଷ୍ଟେଜ୍ ଲାଷ୍ଟ ନାଇଟ୍! ଭାଲେଟାଇନ୍ସ ଡେ ସରପ୍ରାଇଜ୍। ଆଇ ଆମ୍ ସୋ ଲକି ….’।

ଏହି ଭିଡ଼ିଓକୁ ୧୩ଲକ୍ଷରୁ ଅଧିକ ଫ୍ୟାନ୍ସ ଦେଖିସାରିଛନ୍ତି। କିଛି ଦିନ ତଳେ ସୋସିଆଲ୍ ମିଡ଼ିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରାଯାଇଥିଲା। ଯେଉଁଥିରେ ଲେଖାଥିଲା, ଡିଅର୍ ମିଡିଆ… ଆମର ବ୍ରେକ୍ଅପ ହୋଇଥିଲା ସତ ମାତ୍ର ଆମ ଭିତରେ ଥିବା ସମ୍ପର୍କ ଖରାପ ନୁହେଁ। ହୋଇପାରେ ଭଗବାନଙ୍କୁ ଆମ ସମ୍ପର୍କ ଭଲ ଲାଗୁନଥିଲା। ତେଣୁ ଆମ ଭିତରେ ବ୍ରେକ୍ଅପ ହୋଇଥିଲା।