ବିଜନେସ୍ ଟାଇକୁନ୍ଙ୍କ କିଛି କଥା... ଯାହା ଅନ୍ୟମାନଙ୍କୁ ଦେଉଥିଲା ପ୍ରେରଣା
Published By :
Rashmita
- Prameya Bureau |
October 11, 2025 05:22 PM
- ଲୁହାକୁ କେହି ନଷ୍ଟ କରି ପାରେ ନାହିଁ । ଏହା କେବଳ ନିଜର କଳଙ୍କି ଦ୍ୱାରା ନଷ୍ଟ ହୁଏ । ଜଣେ ମଣିଷକୁ କେହି ଧ୍ୱଂସ କରି ପାରିବ ନାହିଁ । ତାର ନିଜ ଚିନ୍ତାଧାରା ହିଁ ତାକୁ ବିପଥଗାମୀ କରେ ।
- ଶକ୍ତି ଓ ସମ୍ପତ୍ତି ଭଳି ୨ ଦିଗ ମୋର ପ୍ରକୃତ ଅଂଶଧନ ନୁହେଁ ।
- ଯଦି ଶୀଘ୍ର ଚାଲିବାକୁ ଚାହାଁନ୍ତି ଏକା ଚାଲନ୍ତୁ । ଯଦି ଦୀର୍ଘ ରାସ୍ତା ଚାଲିବାକୁ ଚାହାଁନ୍ତି ତେବେ ମିଳିତ ହୋଇ ଚାଲନ୍ତୁ ।
- ଲୋକ ଆପଣଙ୍କୁ ମାରୁଥିବା ପଥରକୁ ସଂଗ୍ରହ କରନ୍ତୁ, ଏହାକୁ ନେଇ ଏକ ସ୍ମାରକୀ ବନାନ୍ତୁ ।
- ଯେଉଁମାନେ ସଫଳ ମୁଁ ତାଙ୍କୁ ବେଶ ପ୍ରଶଂସା କରେ । ମାତ୍ର ନିଷ୍ଠୁରତା ଦ୍ୱାରା ଯଦି ଏହି ସଫଳତା ପ୍ରାପ୍ତ କରାଯାଇଥାଏ, ତେବେ ଏହି ପ୍ରଶଂସା ସେତେଟା ରୁହେନି ।
- ଆଗକୁ ବଢ଼ିବା ଲାଗି ଜୀବନରେ ଉତ୍ଥାନ,ପତନ ଅତି ଜରୁରୀ । ଏମିତିକି ଇଏସ୍ଜି ରେଖା ଗୁଡିକ ସିଧା ରହିଲେ ଆମେ ଜୀବିତ ରହିବାନି ।
- ଦିନେ ଏୟା ନିଶ୍ଚିତ ଉପଲବ୍ଧି ହେବ ଯେ, ବସ୍ତୁବାଦୀ ହେବା କିଛି ଗୁରୁତ୍ୱ ରଖେନି । ତୁମ ପ୍ରିୟଜନଙ୍କ ଖୁସି ହିଁ ସବୁ କିଛି ।
- ସେହି ମାନେ ହିଁ ସର୍ବୋତ୍ତମ ଲିଡର ଯେଉଁମାନେ ନିଜ ଚାରି ପାଖରେ ତାଙ୍କ ଠାରୁ ଅଧିକ ବୁଦ୍ଧିମାନ ସହଯୋଗୀ ରଖିଥାନ୍ତି ।
- ମୁଁ କର୍ମ ଏବଂ ଜୀବନ ମଧ୍ୟରେ ସନ୍ତୁଳନ ଉପରେ ବିଶ୍ୱାସ କରେନି । କର୍ମ ଓ ଜୀବନ ମଧ୍ୟରେ ସଂଯୋଗ ଉପରେ ମୋର ବିଶ୍ୱାସ । ଜୀବନ ଓ କର୍ମକୁ ଏଭଳି ପରିବର୍ତ୍ତନ ଏବଂ ଅର୍ଥପୂର୍ଣ୍ଣ ବନାନ୍ତୁ ଯାହା ଉଭୟ ଉଭୟକୁ ସହଯୋଗ କରିବ ।
- ସବୁଠାରୁ ବଡ ରିସ୍କ ହେଉଛି ରିସ୍କ ନ ନେବା । ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି । ଯଦି ରିସ୍କ ନ ନେବା ତେବେ ଏହା ବିଫଳତା ଲାଗି ଗ୍ୟାରେଣ୍ଟି ହେବ ।
- ଆହ୍ୱାନକୁ ସାମ୍ନା କରିବା ଲାଗି ନିରନ୍ତର ଲାଗି ରୁହନ୍ତୁ । ଏହା ସଫଳତା ଆଡକୁ ମାର୍ଗ ପ୍ରସ୍ତୁତ କରେ ।
- ଅନ୍ୟ ସହ କଥା ହେବା ବେଳେ ଦୟା, କ୍ଷମା ଏବଂ ଉଦାରଶୀଳତାର ଶକ୍ତିକୁ କେବେ ସର୍ବଦା ମନେ ରଖିବା ଉଚିତ ।
- ସବୁବେଳେ ଏକ ଆରାମ ଜୀବନ ମିଳିବନି । ସବୁ ସମସ୍ୟା ସବୁ ବେଳେ ସମାଧାନ କରି ହେବନି । ତେବେ ନିଜକୁ କେବେ ବି ହୀନ ଭାବିବା ଅନୁଚିତ । ଇତିହାସ ଏହା ଶିଖାଇଛି ଯେ, ଜୀବନରେ ସାହସ ଏବଂ ଆଶା ଆମକୁ ଆଗକୁ ବଢ଼ାଇଥାଏ ।
- ନେତୃତ୍ୱ ସର୍ବଦା ଉତ୍ତରଦାୟୀ ହେବାରେ ଥାଏ ।
- ସୁଯୋଗ ଆସିବ ବୋଲି ସବୁବେଳେ ଅପେକ୍ଷାରେ ରୁହନ୍ତି, ନିଜେ ସୁଯୋଗ ତିଆରି କର ।
- ଭାରତର ଅସୀମ ସମ୍ଭାବନାକୁ ନେଇ ସର୍ବଦା ଆଶାବାଦୀ । ଭାରତ ଏକ ମହାନ ଦେଶ ।
- ଲୋକମାନେ ଏବେ ବି ଏୟା ବିଶ୍ୱାସ କରନ୍ତି ଯେ, ସେମାନେ ଯାହା କିଛି ବି ପଢ଼ୁଛନ୍ତି ତାହା ନିଶ୍ଚିତ ପକ୍ଷେ ସମ୍ପୂର୍ଣ୍ଣ ଭାବେ ସତ୍ୟ ।
- ମୁଁ ଠିକ୍ ନିଷ୍ପତ୍ତି ନେବା ଉପରେ ବିଶ୍ୱାସ ରଖେନି । ମୁଁ ନିଷ୍ପତ୍ତି ନିଏ ତାକୁ ଠିକ୍ କରି ଦେଖାଏ ।
- ମୁଁ ଏଭଳି ଜଣେ ବ୍ୟକ୍ତିଙ୍କୁ ଅନୁସରଣ କରୁଛି ଯାହାଙ୍କ ଜୋତା ବହୁତ ବଡ । ସେ ବହୁତ ବଡ ଐତିହ୍ୟ ଛାଡି ଯାଇଛନ୍ତି । ମୁଁ କେବଳ ତାକୁ ଅନୁସରଣ କରୁଛି ।
- ମୋତେ କେତେ ସମାଲୋଚନା କଲେ ଟାଟା ମୋଟର୍ସ ଏବଂ ଟାଟା ଷ୍ଟିଲରେ ଅଂଶଧନରେ ମୁଁ କେବେ ଅଂଶଧନ ବିକିବି ନାହିଁ ।