PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

କାଠଯୋଡ଼ି ରିଂ ବନ୍ଧରେ ନିର୍ମାଣ ହେବ ଫୁଟ୍‌ଓଭର୍‌ ବ୍ରିଜ୍‌, ଲିଫ୍ଟରେ ଉଠି ବ୍ରିଜ୍‌ରେ ରାସ୍ତା ପାର୍‌ ହେବେ ଲୋକେ

କଟକ,୦୪/୦୮: ସହରକୁ ନୂଆ ରୂପରେଖ ଦେବା ସହିତ ଭିଡମୁକ୍ତ କରିବା ପାଇଁ ଯୋଜନା ଉପରେ ଯୋଜନା ପ୍ରସ୍ତୁତ କରାଯାଉଛି । ଏହି କ୍ରମରେ ହାଇକୋର୍ଟ ସାମ୍ନା କାଠଯୋଡି (ରିଂବନ୍ଧ) ରେ ଏକ ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ କରାଯିବ । ଏଥିପାଇଁ ଭୁବନେଶ୍ୱରର ଏକ କନସଲଟାନ୍ସି ସଂସ୍ଥା ଡିଜାଇନ୍‌ ପ୍ରସ୍ତୁତ କରି ପୂର୍ତ୍ତ ବିଭାଗକୁ ଦେଇଥିବା ବେଳେ ଏହି ପ୍ରକଳ୍ପ ପାଇଁ ପ୍ରଶାସନିକ ମଞ୍ଜୁରୀ ମଧ୍ୟ ମିଳିଛି । ଏହି ଫୁଟ୍‌ଓଭର ବ୍ରିଜ୍‌ ପାଇଁ ୫ କୋଟି ୪୯ ଲକ୍ଷ ୪୫ ହଜାର ୯୩୮ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇଛି ।

ଓଭରବ୍ରିଜ୍‌ର ଉଭୟ ପାଶ୍ୱର୍ରେ ରହିବ ୨ଟି ଲେଖାଏଁ ୪ଟି ଲିଫ୍ଟ । ୨୦ ଫୁଟ୍‌ ଉପରେ ରହିବ ବ୍ରିଜ୍‌ । ବୟସ୍କ ଓ ଭିନ୍ନକ୍ଷମମାନେ ଲିଫ୍ଟରେ ଉପରକୁ ଉଠି ରାସ୍ତା ପାର୍‌ ହେବେ । ପ୍ରତି ଲିଫ୍ଟରେ ୨୦ ଜଣ ଲୋକ ଉଠିପାରିବା ଭଳି କ୍ଷମତା ରହିବ । ଏହାବାଦ୍‌ ଉଭୟ ପାଶ୍ୱର୍ରେ ପାହାଚ ମଧ୍ୟ ରହିବ । ହାଇକୋର୍ଟ ପାର୍କିଂ ସ୍ଥଳରୁ ଏହି ଫୁଟ୍‌ ଓଭର ବ୍ରିଜ୍‌ ଆରମ୍ଭ ହୋଇ ରିଂ ବନ୍ଧର ଅପରପାଶ୍ୱର୍ ପର୍ଯ୍ୟନ୍ତ ଲମ୍ବିବ । ଷ୍ଟିଲ୍‌ ଷ୍ଟ୍ରକଚରରେ ହେବାକୁ ଥିବା ଏହି ପ୍ରକଳ୍ପରେ ଗ୍ରାନାଇଟ୍‌ ଫ୍ଲୋର୍‌ ବ୍ୟବସ୍ଥା ରହିବ । ରାସ୍ତା ପତ୍ତନରୁ ୨୦ ଫୁଟ୍‌ ଉଚ୍ଚରେ ଏହି ବ୍ରିଜ୍‌ ରହିବାକୁ ବ୍ୟବସ୍ଥା ହୋଇଥିବା ବେଳେ ଏହାର ଲମ୍ବ ପାଖାପାଖି ୪୦ ମିଟର ହେବ । ବ୍ରିଜ୍‌ଟି ସମ୍ପୂର୍ଣ୍ଣ ଆଲୁମିନିୟମ ସିଟ୍‌ରେ ଅବଦ୍ଧ ହୋଇ ରହିବ ।

କନ୍‌ସଲ୍‌ଟାନ୍ସି ସଂସ୍ଥା ପକ୍ଷରୁ ଫୁଟ୍‌ଓଭର ବ୍ରିଜ୍‌ ପାଇଁ ଡିଜାଇନ୍‌ ଦାଖଲ କରାଯିବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଏଥିପାଇଁ କାମ ଆରମ୍ଭ କରାଯାଇଛି । ପୂର୍ତ୍ତ ବିଭାଗର ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ଏହି କାର୍ଯ୍ୟ ତଦାରଖ କରିବେ । ଏହି ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ କରାଯିବା ଦ୍ୱାରା ଭିଡ ନିୟନ୍ତ୍ରଣରେ ବେଶ୍‌ ସହାୟକ ହେବ । କାରଣ ଏହି ସ୍ଥାନରେ ସରକାରୀ କାର୍ଯ୍ୟ ଦିବସ ଦିନଗୁଡିକରେ ବେଶ୍‌ ଭିଡ ରହିଥାଏ । କାରଣ ହାଇକୋର୍ଟ ସହିତ ବୋର୍ଡ ଅଫ୍‌ ରେଭିନ୍ୟୁ, ଜିଲ୍ଲାପାଳ ଅଫିସ, ଆର୍‌ଡିସି ଅଫିସ୍‌ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି । ସେହିପରି ଏହି ସ୍ଥାନକୁ ଲାଗିକରି ଶିଶୁଭବନ ରହିଛି । ତେଣୁ ପ୍ରାୟ ସମୟରେ ଏହି ସ୍ଥାନରେ ଗହଳି ଲାଗି ରହିଥାଏ ।

ପ୍ରକାଶ ଥାଉକି, ଏବେ ରିଂ ବନ୍ଧ ସମ୍ପ୍ରସାରଣ ପାଇଁ ମଧ୍ୟ ଯୋଜନା କରାଯାଉଛି । ୬ ଥାକିଆ ହେବାକୁ ଥିବା ଏହି ରିଂ ବନ୍ଧକୁ ଆଖି ଆଗରେ ରଖାଯାଇ ଫୁଟ୍‌ଓଭର ବ୍ରିଜ୍‌ ନିର୍ମାଣ କରାଯାଉଥିବା ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଯନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର