PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ ଆଇଏଏସ୍ ଅଫିସର, ସାମ୍ନାକୁ ଆସିଲା ପ୍ରକୃତ ଘଟଣା

ଗାନ୍ଧୀନଗର ଗୁଜରାତର ଜଣେ ଆଇଏଏସ୍ ଅଧିକାରୀ ଗୌରବ ଦହିଆଙ୍କ ବିରୁଦ୍ଧରେ ଦିଲ୍ଲୀର ଜଣେ ଯୁବତୀ ବିବାହ କରିବାର ପ୍ରତିଶୃତି ଦେଇ ଶାରୀରିକ ସମ୍ବନ୍ଧ ରଖିଥିବା ଅଭିଯୋଗ କରିଛନ୍ତି । ଏହି ମାମଲାରେ ଅଭିଯୋଗ କରିଥିବା ଯୁବତୀଙ୍କୁ ବିରୁଦ୍ଧରେ ମଧ୍ଯ ଅଭିଯୋଗ ଆଣିଛନ୍ତି ଆଇଏଏସ୍ ଅଧିକାରୀ । ଯୁବତୀ ଜଣକ ଆତ୍ମହତ୍ୟା ଧମକ ଦେଇ ବ୍ଲାକମେଲ୍ କରୁଥିବା ସେ ଅଭିଯୋଗ ଆଣିଛନ୍ତି । ତେବେ ପୋଲିସ ଉଭୟ ପକ୍ଷର ଅଭିଯୋଗ ଶୁଣି ପଚରାଉଚରା ଜାରି ରହିଛି । ତେବେ ପ୍ରକୃତ ଘଟଣାଟି ଏମିତି…

ଘଟଣାଟି ସେତେବେଳର ଯେତେବେଳ ଗୁଜରାତ କ୍ଯାର୍ଡର ଆଇଏଏସ୍ ଅଧିକାରୀ ଗୌରବ ଦହିଆ ଆରୋଗ୍ଯ ବିଭାଗରେ ମିଶନ ଡାଇରେକ୍ଟ ପଦରେ ନିଯୁକ୍ତ ଥିଲେ । ଗୌରବ ଦହିଆ ଗତ ଜୁନ୍ ମାସରେ ସ୍ଥାନୀୟ ପୋଲିସକୁ ଏକ ଅଭିଯୋଗ ପତ୍ର ଦେଇଥିଲେ । ସେ କହିଥିଲେ ଯେ ଜଣେ ଯୁବତୀ ଆତ୍ମହତ୍ଯାର ଧମକ ଦେଇ ତାଙ୍କୁ ବ୍ଲାକମେଲ୍ କରୁଛନ୍ତି । ସେ ନିଜ ଅଭିଯୋଗ ପତ୍ରରେ ଯୁବତୀ ଜଣକ ଟଙ୍କା ମାଗୁଥିବାର ଅଭିଯୋଗ ମଧ୍ଯ ଲଗାଇଥିଲେ ।

ଆଇଏଏସ୍ ଅଧିକାରୀ ଗୌରବ ଦହିଆ ଥାନାରେ ଅଭିଯୋଗ କରି କହିଥିଲେ ଯେ ସେ ସୋସିଆଲ ମିଡିଆ ମାଧ୍ଯମରେ ଦିଲ୍ଲୀର ଏହି ଯୁବତୀଙ୍କ ସମ୍ପର୍କରେ ଆସିଥିଲେ । ଉଭୟଙ୍କ ମଧ୍ୟରେ ପରସ୍ପର ସହମତିରେ ଶାରିରୀକ ସମ୍ପର୍କ ରହିଥିଲା । ସେ ସ୍ଥାନୀୟ ପୋଲିସକୁ ସୂଚନା ଦେଇଛନ୍ତି ଯେ ଏବେ ସେହି ଯୁବତୀ ଲଗାତାର ଟଙ୍କା ମାଗୁଛନ୍ତି । ଟଙ୍କା ନଦେବାରୁ ଯୁବତୀ ଜଣକ ଲଗାତାର ଆତ୍ମହତ୍ଯା କରିବାର ଧମକ ଦେଉଛନ୍ତି ।

ଆଇଏଏସ୍ ଅଧିକାରୀ ଗୌରବ ଦହିଆଙ୍କ ଅଭିଯୋଗ ପରେ ଏବେ ଦିଲ୍ଲୀର ଏହି ଯୁବତୀ ଜଣକ ମଧ୍ଯ ଥାନାରେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ଗୌରବ ଦହିଆ ବିବାହ କରିବାର ପ୍ରଲୋଭନ୍ ଦେଖାଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ ଏବଂ ପରେ ବିବାହ କରିବାକୁ ମନା କରିଦେଲେ । ଯୁବତୀ ଏହାମଧ୍ଯ କହିଛନ୍ତି ଯେ ଗୌରବ ପୂର୍ବରୁ ବିବାହିତ ଥିଲେ ଏବଂ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇ ତାଙ୍କୁ ବିବାହ କରିବାର କଥା ଦେଇ ତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଥିଲେ ।

ଯୁବତୀ ଜଣକ ଏହା ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ ପ୍ରଥମ ପତ୍ନୀଙ୍କ ଡିଭୋର୍ସ ନଦେଇ ତାଙ୍କୁ ବିବାହ କରିଦେଲେ ଏବଂ ତାଙ୍କର ଏକ ସନ୍ତାନ ମଧ୍ଯ ଅଛି । ଏହି ଅଭିଯୋଗ ପରେ ମାମଲା ପୁରା ଗରମ ହୋଇଯାଇଛି । ଅନ୍ୟପଟେ ଗୌରବ ପୁଣି ଥରେ ୨୦ ଜୁଲାଇରେ ଯୁବତୀଙ୍କ ବିରୁଦ୍ଧରେ ଗାନ୍ଧୀ ନଗର ଥାନାରେ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ ଆଜି ସନ୍ଧ୍ଯାରେ ଆଇଏଏସ୍ ଅଧିକାରୀଙ୍କ ବିରୁଦ୍ଧରେ ଡିପାର୍ଟମେଣ୍ଟ ଯାଞ୍ଚ ଆରମ୍ଭ ହୋଇପାରିବ । ବର୍ତ୍ତମାନେ ଆଇଏସ୍ ଅଧିକାରୀ ଦହିଆ ନିଜ ସରକାରୀ ବାସଭବନରେ ନାହାଁନ୍ତି କିମ୍ବା ସେ ଅଫିସ୍ ମଧ୍ଯ ଆସିନାହାନ୍ତି । ଅନ୍ଯପଟେ ଗୁଜରାତ ପୋଲିସ ଖୁବଶୀଘ୍ର ଦିଲ୍ଲୀ ଯାଇ ଯୁବତୀଙ୍କୁ  ପଚରାଉଚରା କରିବ ଏବଂ ଗୌରବଙ୍କୁ ମଧ୍ଯ ପଚରାଉଚରା କରାଯିବ । ଏହା ପରେ ପୋଲିସ ମାମଲା ରୁଜୁ କରି ନିଜ କାର୍ଯ୍ଯାନୁଷ୍ଠାନ ଆଗକୁ ବଢାଇବା ।