PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପାଣିରେ ବୁଡ଼ି ବ୍ୟକ୍ତି ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଅନୁଗୁଳ ୧୪।୮: ନନ୍ଦିରା ଜୋରରେ ଭାସି ଜଣେ ବ୍ୟକ୍ତି ନିଖୋଜ। ନିଖୋଜ ବ୍ୟକ୍ତି ହେଲେ ଗୁରୁଜାଙ୍ଗୁଲି ପଞ୍ଚାୟତ ଅନ୍ତର୍ଗତ ଖୋଲୁଆ ଗାଁର ମହରଗା ସାହୁ। ତାଙ୍କ ବୟସ ୬୫ ବର୍ଷ।

ମହରଗା ସାହୁ ଗାଈ ଚରାଇବାକୁ ଯାଇଥିଲା।‌ ବର୍ଷା ହେବାରୁ ପାଣି ସ୍ରୋତରେ ଭାସି ଯାଇଥିବା ତାଙ୍କ ପୁଅ କହିଛନ୍ତି। ଗାଈ ଚରାଉଥିବା ବେଳେ ବର୍ଷା ଯୋଗୁଁ ହଠାତ ପାଣି ଆସି ଯାଇଥିଲା। ତାକୁ ଖୋଜାଖୋଜି କରିବା ପାଇଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଞ୍ଚି ଖୋଜା ଖୋଜି ଜାରି ରଖିଛନ୍ତି। ଏଥିସହ ତାଳଚେର ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଛାନ୍‌ଭିନ୍ ଜାରି ରଖିଛି।