ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲାପାଳ, ଏସ୍‌ପି, ଆଇଆଇସିଙ୍କୁ ଦାବିପତ୍ର

Published By : Swapna Ray | June 25, 2025 4:08 PM

ଫିରିଙ୍ଗିଆ, ୨୫।୬: ଫୁଲବାଣୀର ଫିରିଙ୍ଗିଆଠାରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଜିଲ୍ଲାପାଳ, ଏସ୍‌ପି, ଆଇଆଇସିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଡ୍ରାଇଭର ମହାସଂଘର ସଦସ୍ୟମାନେ ଡ୍ରାଇଭରମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ବାରମ୍ଵାର ଅବଗତ କରିଥିବା କହିଛନ୍ତି । କିନ୍ତୁ, ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ମାତ୍ର ଗୋଟିଏ ମାତ୍ର ସମସ୍ୟାର ସମାଧାନ ହୋଇଥିବା ବେଳେ ଆହୁରି ୬ ଗୋଟି ମୁଖ୍ୟ ସମସ୍ୟାର ସମାଧାନ ହୋଇପାରିନାହିଁ । ଏଥିପାଇଁ ବାରମ୍ଵାର ସରକାରଙ୍କ ଦ୍ୱାରସ୍ଥ ହେବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଶେଷରେ ବାଧ୍ୟ ହୋଇ ମାର୍ଚ୍ଚ ୨୯ ତାରିଖଠାରୁ ୬ ଦିନ ପର୍ଯ୍ୟନ୍ତ ଲୋୟର୍ ପିଏମ୍‌ଜିରେ ଡ୍ରାଇଭର ମହାସଂଘର ସଦସ୍ୟ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ ।

ଫଳରେ ଡ୍ରାଇଭରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଗାମୀ ଏକ ମାସ ମଧ୍ୟରେ ଯଦି ସରକାର ସମସ୍ୟାର ସମାଧାନ ନ କରିବେ ତେବେ ଆସନ୍ତା ଜୁଲାଇ ୮ତାରଖରେ କୌଣସି ଡ୍ରାଇଭର ଗାଡ଼ି ଚଲାଇବେ ନାହିଁ ବୋଲି ଡ୍ରାଇଭର ମହାସଂଘର ସଦସ୍ୟ ଚେତାବନୀ ଦେଇଛନ୍ତି । ଏଥିସହ ଷ୍ଟିଅରିଂ ଛାଡ଼ିବା, ଦରକାର ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବା ସହ ସରକାରଙ୍କୁ ସହଯୋଗ ନ କରିବା ଲାଗି ନିଷ୍ପତି ନେଇଛନ୍ତି । ଏହାର ପ୍ରଭାବରେ ପରିବହନ ବ୍ୟବସ୍ଥାରେ ବାଧାପ୍ରାପ୍ତ ହେବା ସହ ସମ୍ପୂର୍ଣ୍ଣ ବନ୍ଦ ହେବାର ମଧ୍ୟ ସମ୍ଭାବନା ରହିଛି । ଏଭଳି ପଦକ୍ଷେପ ପରେ ଯଦି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜେ କିମ୍ବା ଜନସାଧାରଣ ଅସୁବିଧାର ସମୁଖୀନ ହୁଅନ୍ତି, ତେବେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.