ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ପୃଥିବୀ ପୃଷ୍ଠରେ ମାଡ ହେବ ଉଲକାପିଣ୍ଡ। ଉଲକାପିଣ୍ଡଟି ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବାର କିଛି ସମୟ ପୂର୍ବରୁ ବୈଜ୍ଞାନିକମାନେ ଏହାକୁ ଚିହ୍ନଟ କରିଛନ୍ତି। ବୈଜ୍ଞାନିକମାନେ ଏହି ଉଲକାପିଣ୍ଡର କୌଣସି ନାମ ଦେଇନାହାନ୍ତି। ଏହା ଧିରେଧିରେ ପୃଥିବୀପୃଷ୍ଠ ଆଡକୁ ବଢିଚାଲିଛି।
ଏହା ଏକ ଛୋଟ ଉଲାକାପିଣ୍ଡ ହୋଇଥିଲାବେଳେ ଏହାର ଆକାର ୭୦ ସେଣ୍ଟିମିଟର ରହିଛି। ଭାରତୀୟ ସମୟ ୯ଟା ୪୫ ମିନିଟରେ ଏହା ଦକ୍ଷିଣ ସାଇବେରିଆ ଅଞ୍ଚଳରେ ମାଡ଼ ହେବାର ସମ୍ଭାବନା ରହିଛି। ତେବେ ଏହାକୁ ନେଇ ଡରିବାର କୈାଣସି ଆବଶ୍ୟକତା ନାହିଁ। ଏହି ଉଲକାପିଣ୍ଡଟି ପୃଥିବୀ ପାଇଁ ଆଦୌ କ୍ଷତିକାରକ ନୁହେଁ। କାରଣ ଏହା ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା କ୍ଷଣି ଘର୍ଷଣ ଫଳରେ ଜଳି ପାଉଁଶ ହେଇଯିବ।
Incoming!☄️
— European Space Agency (@esa) December 3, 2024
A small asteroid has just been spotted on a collision course with Earth. At around ~70 cm in diameter, the impact will be harmless, likely producing a nice fireball in the sky over northern Siberia around seven hours from now at ~16:15 +/- 05 min UTC (17:15 +/-5 min… pic.twitter.com/ie9yj0FHfB
ଏହି ମହାଜାଗତିକ ଘଟଣାରେ ବୈଜ୍ଞାନିକଙ୍କୁ ଅଧିକ ଗବେଷଣା ସହ ଲୋକମାନେ ଏସମ୍ପର୍କିତ ବିଜ୍ଞାନ ତତ୍ତ୍ୱ ଉପରେ ବଡ଼ ଉପଲବ୍ଧି ହାସଲ କରିବେ। ଏହା ପୂର୍ବରୁ ୨୦୧୩ ମସିହାରେ ଋଷିଆର ଛେଲ୍ୟାବିନସ୍କଠାରେ ଏକ ଉଲକାପିଣ୍ଡ ମାଡ ହୋଇଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ହେବା ସହ ବହୁ କ୍ଷୟକ୍ଷତି ହୋଇଥିଲା। ଏହି ଘଟଣା ପରେ ନାସା ଓ ଇୟୁରୋପିଆନ ସ୍ପେସ ଏଜେନ୍ସି(ଇଏସଏ) ଏଭଳି ଅଜଣା ଉଲକାପିଣ୍ଡ କିମ୍ବା ଗ୍ରହାଣୁପିଣ୍ଡକୁ ଚିହ୍ନଟ କରିବା ଉପରେ ଅଧିକ ଧ୍ୟାନ ଦେଇଥିଲେ।
ଏହି ମହାଜାଗତିକ ଗବେଷଣା ଆଜି ଏଭଳି ସ୍ତରରେ ପହଞ୍ଚିଛି ଯେ ଏତେ ଛୋଟ ଉଲକାପିଣ୍ଡକୁ ମଧ୍ୟ ଖୋଜାଯାଇପାରୁଛି। ଯାହା ଆମର ଗ୍ରହାଣୁପୁଞ୍ଜକୁ ଟ୍ରାକିଂ କରିବା ଓ ଏହାକୁ ନେଇ ପୁର୍ବାନୁମାନ କରିବାର ସାମର୍ଥ୍ୟ ରହିଛି। ମଙ୍ଗଳବାର ହେବାକୁ ଯାଉଥିବା ଏହି ବିରଳ ମହାଜାଗତିକ ଦୃଶ୍ୟକୁ ଦକ୍ଷିଣ ସାଇବେରିଆର ଲୋକମାନେ ଖାଲିଆଖିରେ ଦେଖିପାରିବେ।