ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଚଳନ୍ତା ଟ୍ରେନ୍‌ରେ ଚଢି କୋଇଲା ଚୋରି କରୁଥିଲେ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଳିଗଲେ ନାବାଳକ

Published By : Rasmita Pradhan | March 1, 2025 2:38 PM

ଭୁବନେଶ୍ଵର, ୦୧/୦୩ : ମହଙ୍ଗା ପଡ଼ିଲା କୋଇଲା ଚୋରି ଉଦ୍ୟମ। ଚଳନ୍ତା ଟ୍ରେନ୍‌ରେ ଚଢି କୋଇଲା ଚୋରି କରିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲେ ନାବାଳକ। ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି। 

ସୂଚନାନୁଯାୟୀ, ପାରାଦୀପ ସବଷ୍ଟେସନ ବସ୍ତିର ୫ ରୁ ୭ ଜଣ ନାବାଳକ ଚଳନ୍ତା ଟ୍ରେନ୍‌ରେ ଚଢି କୋଇଲା ଖସାଉଥିଲେ। ଏହି ସମୟରେ ଜଣେ ୧୩ ବର୍ଷୀୟ ନାବାଳକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳି ଯାଇଛି। ନାବାଳକର ଶରୀରର ୭୦ ଭାଗ ପୋଡ଼ି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଅଠରବାଙ୍କି ମେଡିକାଲ ଓ ପରେ ଅଧିକ ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି। ଆଦର୍ଶ ଥାନା ପକ୍ଷରୁ ଏନେଇ ତଦନ୍ତ ଆରମ୍ଭ କରାଯାଇଛି। ପୋର୍ଟ ଭିତରୁ ଟ୍ରେନ୍‌ରେ କୋଇଲା ଯାଉଥିବା ବେଳେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି। 

କିଛି କୋଇଲା ମାଫିଆ ଟ୍ରେନ୍‌ରୁ କୋଇଲା ଚୋରି ଉଦ୍ଦେଶ୍ୟରେ ଛୋଟ ପିଲାଙ୍କୁ ନିୟୋଜିତ କରୁଛନ୍ତି। ଏହି ପିଲାମାନେ ଚଳନ୍ତା ଟ୍ରେନ୍‌ରେ ଚଢି ନିଜ ଜୀବନକୁ ବାଜି ଲଗାଇ କୋଇଲା ଖସାଉଛନ୍ତି। ସେମାନଙ୍କୁ ଅଳ୍ପ କିଛି ପାରିଶ୍ରମିକ ଦେଇ କୋଇଲା ମାଫିଆମାନେ ମାଲେମାଲ୍ ହେଉଛନ୍ତି। 

ଏହି ଖବରଟିକୁ ପଢନ୍ତୁ-କଟକର ନୂଆ ଡିସିପି ଖିଲାରି ରିଷିକେଶ ଦ୍ୟାନ୍‌ଦେଓଙ୍କୁ ନିଯୁକ୍ତି, ଖୁବ୍‌ଶୀଘ୍ର ଗ୍ରହଣ କରିବେ ଦାୟିତ୍ୱ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.