ରାଜସୁନାଖଳା, ୧୦/୦୬ : ଟ୍ରକ୍କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବିନୋଦପଡା ଛକରେ ସକାଳ ସାଢେ ୬ଟାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ, ନୟାଗଡରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପିକଅପ୍ ଭ୍ୟାନ୍ ନୟାଗଡ ଅଭିମୁଖେ ଆସୁଥିବା ଏକ ସିମେଣ୍ଟ ଟ୍ରକ୍କୁ ସାମ୍ନାରୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପିକଅପ୍ ଭ୍ୟାନ୍ ଡ୍ରାଇଭର ଆହତ ହୋଇଥିବା ବେଳେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଜସୁନାଖଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଘଟଣା ସ୍ଥଳରେ ରାଜସୁନାଖଳା ପୋଲିସ ଫାଣ୍ଡି ପହଁଚି ତଦନ୍ତ ଜାରି ରଖିଛି।