PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ମହାଶିବରାତ୍ରୀରେ ଦୋକାନରୁ ହୀରା କାନଫୁଲ ଚୋରି କଲା ମୂଷା,ମାଲିକ କହିଲେ ଭଗବାନ ଗଣେଷ ନିଜ ମା’ଙ୍କୁ ଉପହାର ଦେଇଛନ୍ତି

ପାଟନା,୯।୩: ଯଦି ଆପଣଙ୍କର କୌଣସି ମୂଲ୍ୟବାନ ଜିନି​‌ଷ ଚୋରି ହୋଇଯାଏ ତେବେ ଆପଣ କ’ଣ କରିବେ? ପୋଲିସ ଷ୍ଟେସନରେ ଖବର ଦେବେ।  ହେଲେ ଚୋର ଯଦି ଏକ ମୂଷା ହୋଇଥାଏ, ତାହା ହେଲେ କଣ କରିବେ? ଏପରି ଏକ ଘଟଣା ଘଟିଛି ବିହାରର ରାଜଧାନୀ ପାଟନାରେ। ସେଠାକାର ଜଣେ ଗହଣା ବ୍ୟବସାୟୀ ଧୀରଜ କୁମାରଙ୍କ ଶୋରୁମ୍‌ରୁ ଗତ ମହାଶିବରାତ୍ରୀରେ ଏକ ଦାମିକିଆ ହୀରା କାନଫୁଲ ଚୋରି ହୋଇ ଯାଇଥିଲା। ପର ଦିନ ସକାଳେ ଶୋରୁମ ଖୋଲିବା ପରେ ଦୋକାନ ମାଲିକ ଏହା ଜାଣିପାରିଥିଲେ। ଏହାପରେ ସେ ଘଟଣାର ଖୋଳତାଡ ଆରମ୍ଭ କରି ଦେଇଥିଲେ। କିନ୍ତୁ ଯେତେବେଳେ ଜାଣିବାକୁ ପାଇଲେ ଏହି ହୀରା କାନଫୁଲ ମୂଷା ଚୋରି କରିଛି ସେତେବେଳେ ରାଗିବା ବଦଳରେ ମୂଷାକୁ ଭଗବାନ ବୋଲି କହିଥିଲେ।

ଧୀରଜ କୁମାର ଦୋକାନ ନବରତ୍ନ ଜୁଏଲର୍ସ ଆଣ୍ଡ ବଦର୍ସରେ ଏଥର ମହାଶିବରାତ୍ରୀରେ ତାଙ୍କ ଦୋକାନରୁ ଏହି ହୀରା କାନଫୁଲ ହଜିଯାଇଥିଲା। ପ୍ରଥମେ ସେ ଦୋକାନରେ କାମ କରୁଥିବା କର୍ମଚାରୀଙ୍କୁ ପଚାରିଥିଲେ। କିନ୍ତୁ କିଛି ସୁରାଗ ନମିଳିବା କାରଣରୁ ସିସିଟିଭିରେ ଦେଖିବା ବେଳେ ଏହା ଜାଣିପାରିଥିଲେ। ଧୀରଜ କହିଛନ୍ତି ଏହି ଘଟଣାରେ ତାଙ୍କର ବିଶେ​‌ଷ କିଛି କ୍ଷତି ହୋଇନାହିଁ। କାନଫୁଲର ମୂଲ୍ୟ କେବଳ ୨୩ ହଜାର ଟଙ୍କା ଥିଲା।  ମହାଶିବରାତ୍ରୀରେ ଏହା ହୋଇଛି, ତେଣୁ ମୋତେ ଲାଗୁଛି ଭଗବାନ ଗଣେଷ ତାଙ୍କ ମା’ ପାର୍ବତୀଙ୍କୁ ଏହି କାନଫୁଲ ବିବାହ ବାର୍ଷିକୀରେ ଉପହାର ଭାବରେ ଦେଇଛନ୍ତି। ଧୀରଜ କୁମାର ଏହି ଘଟଣା ସମ୍ପର୍କରେ ପୋଲିସ ନିକଟରେ କୌଣସି ଅଭିଯୋଗ ମଧ୍ୟ ଦାଖଲ କରିନାହାଁନ୍ତି। ଏପରିକି ଚୋରି କାନଫୁଲ ମିଳିଲେ ସେ ତାକୁ କେଦାରନାଥ ମନ୍ଦିରକୁ ପଠାଇ ଦେବେ।

ସମ୍ବନ୍ଧିତ ଖବର