ପ୍ରମୂଖ ଖବର
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ପୁଣି ଜଣେ ଛାତ୍ର ଆତ୍ମହତ୍ୟା ଅଭିଯୋଗ : ହଷ୍ଟେଲ୍ ରୁମ୍‌ରୁ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Rasmita Pradhan | July 17, 2025 2:28 PM

ଗୁଣପୁର, ୧୭/୦୭ : ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟରେ ତମ୍ବି ତୋଫାନ ଚାଲିଥିବା ବେଳେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ। ରାୟଗଡ଼ା ଜିଲ୍ଲା ଗୁଣପୁରର ଏକ ଘରୋଇ ବିଶ୍ଵବିଦ୍ୟାଳୟର ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ହଷ୍ଟେଲ ରୁମ୍‌ରୁ ଛାତ୍ରଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ସୂଚନାନୁଯାୟୀ, ଗୁଣପୁରର ଏକ ଘରୋଇ ବିଶ୍ଵବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ଜଣେ ଦ୍ବିତୀୟ ବର୍ଷର ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଜି ହଷ୍ଟେଲ ରୁମ୍‌ରେ ଛାତ୍ରଙ୍କ ମୃତଦେହ ଝୁଲୁଥିବା ଦେଖି ସାଥୀମାନେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଖବର ପାଇ ଗୁଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ପ୍ରେମଜନିତ ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି। ପୁଲିସ ସାଇଣ୍ଟିଫିକ୍ ଟିମ୍‌ର ସହାୟତା ଲୋଡ଼ିଛି। ଛାତ୍ର ଜଣଙ୍କ ବାଲେଶ୍ଵର ଜିଲ୍ଲା ସୋର ଅଞ୍ଚଳର ବୋଲି ଜଣାପଡ଼ିଛି। 


 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.