ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଅନନ୍ୟ ନିରଳସ ପ୍ରତିଭା : ଲାଲ ବାହାଦୁର

Published By : Swapna Ray | October 2, 2024 6:28 PM

ଭୁବନେଶ୍ୱର, ୨।୧୦: ଶ୍ରୀଲାଲ ବାହାଦୁର ଶାସ୍ତ୍ରୀ ଉତ୍ତର ପ୍ରଦେଶର ମୋଗଲସରାଇଠାରେ ୧୯୦୪ ମସିହା ଅକ୍ଟୋବର ୨ ତାରିଖରେ ଦିନ ଜନ୍ମଗ୍ରହଣ କରିଥିଲେ । ନିଜର ବିନମ୍ରତା ପାଇଁ ଜଣାଶୁଣା ଲାଲ ବାହାଦୁର ଶାସ୍ତ୍ରୀଙ୍କ କୁଶଳ ନେତୃତ୍ୱ ଏବଂ ଜନକଲ୍ୟାଣକାରୀ ବିଚାର ପାଇଁ ସବୁବେଳେ ମନରେ ରହିବେ । ତାଙ୍କ ପରି ବିନମ୍ରତା ବ୍ୟକ୍ତିଙ୍କ ପରି ପ୍ରଧାନମନ୍ତ୍ରୀ ଆଜି ପର୍ଯ୍ୟନ୍ତ ନାହାଁନ୍ତି । ଛୋଟବେଳରୁ ତାଙ୍କ ଜୀବନ ସଂଘର୍ଷରେ ବିତିଥିଲା । ମାତ୍ର ୧୬ବର୍ଷ ବୟସରେ ମହାତ୍ମା ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନରେ ଭାଗ ନେଇ ଲାଲ ବାହାଦୁର ଶାସ୍ତ୍ରୀ ଭାରତକୁ ସ୍ୱାଧୀନତା ଦେବାକୁ ଲଢ଼ିଥିଲେ । ସମସ୍ତଙ୍କ ଲାଗି ଅସରନ୍ତି ପ୍ରେରଣାର ଉତ୍ସ ଥିଲେ ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ । ସେ ଜଣେ ବାହାଦୁର ନେତା ଭାବେ ସମସ୍ତଙ୍କ ମନରେ ସ୍ମରଣୀୟ ରହିଛନ୍ତି । ଦେଶରେ ସେତେବେଳେ ଘଟିଥିବା ଏକ ରେଳ ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ପ୍ରାଣହାନି ଘଟିଥିଲା ଏବଂ ଏଥିପାଇଁ ସେ ନୈତିକ ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଶାସ୍ତ୍ରୀଜୀଙ୍କ ଏଭଳି ଅଭୂତପୂର୍ବ ସିଦ୍ଧାନ୍ତକୁ ଆଜି ସୁଦ୍ଧା ସଂସଦ ଏବଂ ସାରା ଦେଶରେ ପ୍ରଶଂସା କରାଯାଇଆସୁଛି । 

ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ଏହି ଘଟଣା ସମ୍ପର୍କରେ ସଂସଦରେ ବକ୍ତବ୍ୟ ରଖି ଲାଲ ବାହାଦୁର ଶାସ୍ତ୍ରୀଙ୍କ ନିଷ୍ଠା ଏବଂ ଉଚ୍ଚ ଆଦର୍ଶବାଦକୁ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଏଇଥିପାଇଁ ସେ ତାଙ୍କର ଇସ୍ତଫାପତ୍ର ଗ୍ରହଣ କରିଛନ୍ତି, ଯଦ୍ୱାରା ଏହା ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ଏକ ଉଚ୍ଚ ପରମ୍ପରା ଉଦାହରଣ ସୃଷ୍ଟି କରିବ । ଲାଲ ବାହାଦୁର ଶାସ୍ତ୍ରୀ ଯେକୌଣସି ମତେ ଏହି ରେଳ ଦୁର୍ଘଟଣା ପାଇଁ ଦାୟୀ ନୁହଁନ୍ତି ତାହା ସମସ୍ତେ ଉପଲବ୍ଧି କରୁଛନ୍ତି । ଶାସ୍ତ୍ରୀଜୀ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପାକିସ୍ତାନ ସହ ଯୁଦ୍ଧ ଲଢ଼ି ନିଜର ପରାକ୍ରମ ଦେଖାଇପାରିଥିଲା ଭାରତ । ମୂଲ୍ୟବୋଧ ଏବଂ ସିଦ୍ଧାନ୍ତ ଉପରେ ଆଧାରିତ ଶାସ୍ତ୍ରୀଜୀଙ୍କ ଜୀବନ ଦେଶବାସୀଙ୍କ ପାଇଁ ସବୁବେଳେ ପ୍ରେରଣାର ସ୍ରୋତ ହୋଇ ରହିବ । ଶାସ୍ତ୍ରୀ ଦେଶର କୃଷକ ଏବଂ ଶ୍ରମିକମାନଙ୍କର ନେତା ଭାବରେ ମଧ୍ୟ ଜଣାଶୁଣା । ସେ ଜୟ ଯବାନ, ଜୟ କିଷାନ ସ୍ଳୋଗାନ ଦେଇଥିଲେ । ପଣ୍ଡିତ ଜବାହରଲାଲ ନେହେରୁଙ୍କ ମୃତ୍ୟୁପରେ ୧୯୬୧ ମସିହା ଜୁନ ୯ରେ ଲାଲ ବାହାଦୁର ଶାସ୍ତ୍ରୀ ଦେଶର ପ୍ରଧାନମନ୍ତ୍ରୀ ହେଲେ । ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏପରି ସ୍ଥିତିରେ ଶାସ୍ତ୍ରୀଜୀ ଦେଶବାସୀଙ୍କୁ ସପ୍ତାହରେ ଗୋଟିଏ ଦିନ ଉପବାସ ରହିବାକୁ ପରାମର୍ଶ ଦେଇଥିଲେ । ଏହାକୁ ଦେଶବାସୀ ମଧ୍ୟ ବେଶ୍‌ ଗମ୍ଭୀରତାର ସହ ନେଇଥିଲେ । ତା' ସହିତ ଏହି ସମସ୍ୟାର ସମାଧାନ ଲାଗି ଶାସ୍ତ୍ରୀଜୀ ଦେଶବାସୀଙ୍କୁ ଖାଲି ପଡ଼ିଆରେ ଚାଷ କରିବାକୁ ପରାମର୍ଶ ଦେଇଥିଲେ । ଏପରି କଲେ ହିଁ ଦେଶରୁ ଖାଦ୍ୟ ସଙ୍କଟ ଦୂର ହୋଇପାରିବ ବୋଲି ଶାସ୍ତ୍ରୀଜୀ କହିବାକୁ ଚାହୁଁଥିଲେ । 

ତେବେ ଦେଶବାସୀଙ୍କୁ ଚାଷ କରିବାକୁ କହିବା ସହିତ ସେ ପ୍ରଥମେ ଏହି କାମ ନିଜଠୁ ଆରମ୍ଭ କରିଥିଲେ । ଏଥିଲାଗି ପ୍ରଧାନମନ୍ତ୍ରୀ ଭବନରେ ଥିବା ବଗିଚାରେ ନିଜେ ହଳ ବୁଲାଇଥିଲେ ଶାସ୍ତ୍ରୀଜୀ । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟରେ ବେଶ୍‌ ପ୍ରଭାବିତ ହୋଇଥିଲେ ଦେଶବାସୀ । ରୁଷିଆର ପ୍ରଧାନମନ୍ତ୍ରୀ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଭୟ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ତାସ୍‌କେଣ୍ଟକୁ ଆମନ୍ତ୍ରଣ କଲେ । ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଲାଲ ବାହାଦୁର ଓ ପାକିସ୍ତାନର ରାଷ୍ଟ୍ରପତି ଆୟୁବ୍‌ ଖାଁ ତାସ୍‌କେଣ୍ଟ ଠାରେ ମିଳିତ ହେଲେ । ତାସ୍‌କେଣ୍ଟ ଠାରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେଲା । ମାତ୍ର ଶାନ୍ତିଦୂତ ଆଉ ସ୍ୱଦେଶ ଫେରିଲେ ନାହିଁ । ୧୯୬୬ ମସିହା ଜାନୁଆରୀ ୧୧ ତାରିଖରେ ଏକ ରହସ୍ୟମୟ ସ୍ଥିତିରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.