ପୁରୀ,୨୫/୦୭: ଶ୍ରୀଜିଉଙ୍କ ପବିତ୍ର ସୁନାବେଶ  ଅବସରରେ ପୁରୀ ପୌରପାଳିକା ସମେତ ସହର ଉପଖଣ୍ଡରେ ଥିବା ସମସ୍ତ ଦେଶୀ, ବିଦେଶୀ, ବାର ଓ ଭାଙ୍ଗ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା  ନିର୍ଦ୍ଦେଶ ଜାରି କରିଛନ୍ତି । ସେହିଭଳି ବାର ସହ ରେସ୍ତୋରାଁ ମଧ୍ୟ ବନ୍ଦ ରହିବ । ବାହୁଡ଼ା ଓ ସୁନାବେଶ ଲାଗି ଲଗାତର ଦୁଇ ଦିନ ମଦ ଦୋକାନ ବନ୍ଦ ରହିଥିବାରୁ ହତାଶ ହୋଇପଡ଼ିଛନ୍ତି  ମଦୁଆ । ସହରରକୁ ବାଦ୍‌ ଦେଇ ଏବେ ଗ୍ରାମାଞ୍ଚଳମୁହାଁ ହୋଇଛନ୍ତି । ଶୁକ୍ରବାର ଅପରାହ୍ଣରେ ସାକ୍ଷୀଗୋପାଳ ମଦ ଦୋକାନ ସମ୍ମୁଖରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। 

​​​​​​​ଅଧିକ ପଢ଼ନ୍ତୁ :-  Bahuda Yatra: ରଥଯାତ୍ରା ପରେ ବାହୁଡ଼ାରେ ପୁଣି ଅଘଟଣ, ଦଳାଚକଟାରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୧୩୦ରୁ ଅଧିକ ଆହତ
​​​​​​​​​

ସୂଚନା ଅନୁଯାୟୀ, ଶ୍ରୀଜିଉଙ୍କ ବଡ଼ତଢ଼ାଉ ସୁନାବେଶ  ହେବ । ଅପରାହ୍ଣ ୫ଟାରୁ ଭକ୍ତମାନେ ରଥାରୂଢ଼ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ  କରିବେ । ୫ଟାରେ ଶ୍ରୀବିଗ୍ରହଙ୍କ ସୁନାବେଶ ଆରମ୍ଭ ହୋଇ ସାଢ଼େ ୬ଟା ସୁଦ୍ଧା ସରିବ । ଦାରୁବ୍ରହ୍ମଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ଏଥିପାଇଁ ପୁରୀ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ପୁରୀରେ ସମସ୍ତ ମଦ ଓ ଭାଙ୍ଗ ଦୋକାନ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି।