ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଅନ୍ତିମ ବିଦାୟରେ ହସଖୁସିର ମାହୋଲ, ନାଚଗୀତରେ ଝୁମୁଛନ୍ତି ପରିବାର

Published By : Swapna Ray | January 10, 2025 4:57 PM

ଚେନ୍ନାଇ, ୧୦।୧: ଆତ୍ମୀୟଙ୍କୁ ଅନ୍ତିମ ବିଦାୟ ଦେବ ପରିବାର ପାଇଁ ହୋଇଥାଅ କଷ୍ଟଦାୟକ । ପରିବାରରେ ଜଣଙ୍କୁ ହରାଇଲେ, ଘରେ ଶୋକାକୂଳ ପରିବେଶ ଛାଇଯାଏ । କାନ୍ଦବୋବାଳି ପଡ଼େ । ହେଲେ ତାମିଲନାଡ଼ୁର ମଦୁରାଇର ଜଣେ ବୃଦ୍ଧା ମହିଳାଙ୍କ ଅନ୍ତିମ ବିଦାୟରେ ଠିକ୍ ଏହାର ବିପରୀତ ଦେଖିବାକୁ ମିଳିଛି । କାନ୍ଦି କାନ୍ଦି ବିଦାୟ ଦେବା ବଦଳରେ ହସି ହସି ମହିଳାଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି । ଖାଲି ଏତିକି ନୁହେଁ, ବିଦାୟ ବେଳେ ନାଚଗୀତ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । ଆପଣ ଭାବୁଥିବେ କେହି ପରିବାର ସଦସ୍ୟଙ୍କ ଏଭଳି ଅନ୍ତିମ ବିଦାୟ ଦେଉଥିବା ଲୋକ ବୋଧହୁଏ ମାନସିକ ବିକାରଗ୍ରସ୍ତ ହୋଇଥିବେ । ନାଇଁ ଆଜ୍ଞା । ମହିଳାଙ୍କ ପରିବାରରେ ସମସ୍ତେ ସୁସ୍ଥ । ପରିବାର ଲୋକଙ୍କର ଏପରି କରିବାର ପଛର କାରଣ ହେଉଛି କାରଣ ମୃତ ମହିଳାଙ୍କର ଏହା ଥିଲା ଶେଷ ଇଚ୍ଛା । 

କହିରଖୁ କି, ମୃତ ମହିଳା ଜଣକ ହେଉଛନ୍ତି ତାମିଲନାଡ଼ୁ ମଦୁରାଇର ଉସିଲାମପଟିସ୍ଥିତ ମନ୍ଦିରର ଜଣେ ପୂଜକ ପରମଥଦେବରଙ୍କ ୯୬ ବର୍ଷୀୟା ପତ୍ନୀ ନାଗମ୍ମଲ । ଯାହାଙ୍କ ମୃତ୍ୟୁରେ ତାଙ୍କ ପରିବାର ପକ୍ଷରୁ ଏମିତି କିଛି କରାଯାଇଥିଲା, ଯାହା ଏବେ ସମସ୍ତଙ୍କୁ ଚକିତ କରିଛି । ବୟସାଧିକ କାରଣରୁ ନାଗମଲ୍ଲଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ସ୍ୱାମୀଙ୍କର ପୂର୍ବରୁ ମୃତ୍ୟୁ ହୋଇଛି । ନାଗମଲ୍ଲଙ୍କର ୨ ପୁଅ, ୪ ଝିଅ ଓ ୭୮ ନାତିନାତୁଣୀ, ଅଣନାତିନାତୁଣୀ ଓ ପଣନାତିନାତୁଣୀ ଅଛନ୍ତି । ମୃତ୍ୟୁ ପୂର୍ବରୁ ତାଙ୍କ ଶେଷକୃତ୍ୟରେ କେହି ଶୋକ ନକରି ହସି ହସି ତାଙ୍କୁ ବିଦାୟ ଦିଅନ୍ତୁ ବୋଲି କହିଥିଲେ ନାଗମଲ୍ଲ । ଯାହା ପରେ ନାଗମଲ୍ଲଙ୍କ ଅନ୍ତିମ ଇଚ୍ଛାକୁ ସମ୍ମାନ ଜଣାଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ନାଚଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ଏବଂ ଆଡମ୍ୱରର ସହ ତାଙ୍କୁ ବିଦାୟ ଦିଆଯାଇଥିଲା । 

ଏହି କାର୍ଯ୍ୟକ୍ରମରେ ପରିବାର ସଦସ୍ୟଙ୍କ ସହ ଗ୍ରାମବାସୀନମାନେ ମଧ୍ୟ ନୃତ୍ୟ ପରିବେଷଣ କରିଥିଲେ । ଏଥିରେ ଗାଁର କେତେକ ପିଲାଙ୍କ ସହ ନାତିନାତୁଣୀମାନେ ଲୋକକଳା ପ୍ରଦର୍ଶନ କରିବା ସହ ମହିଳାମାନେ ତାମିଲନାଡ଼ୁର ଲୋକନୃତ୍ୟ କୁମି ପ୍ରଦର୍ଶନ କରିଥିଲେ । ଗାଁର ଅନ୍ତିମ ସଂସ୍କାର କାର୍ଯ୍ୟଟି ଏକ ଆନନ୍ଦର ଉତ୍ସବରେ ପରିଣତ ହୋଇଥିଲା । ନାଗମଲ୍ଲଙ୍କ ଶବ ଚାରିପଟେ ମହିଳାମାନେ ହସି ହସି ନୃତ୍ୟ କରୁଥିବାର ଦେଖାଯାଇଥିଲା । ତାଙ୍କ ନାତିନାତୁଣୀ ଓ ଅଣନାତିନାତୁଣୀ ପାରମ୍ପରିକ ଗୀତ ବୋଲିବା ସହ ତାଙ୍କ ଅନ୍ତିମ ବିଦାୟ ବେଳକୁ ଉତ୍ସବ ଭଳି ପାଳିଥିଲେ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.