ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ଖଇରଭାଡ଼ି ଗାଁ ବାହାରେ ଖୋଳା ଗଲା ନଳକୂପ

Published By : Gurupada Nath | November 29, 2024 8:09 PM

ଚନ୍ଦାହାଣ୍ଡି,୨୯/୧୧ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅଧିନ ଖଇରଭାଡ଼ି ଗ୍ରାମରେ ଜଳ ଜହର ପାଲଟିଛି l ଏହି ଦୃଷ୍ଟିରୁ ଶୁକ୍ରବାର ଜଳଯୋଗାଣ ବିଭାଗ ଦ୍ୱାରା ଗାଁରୁ ୧ କିମି ଦୂରରେ ଖୋଲାଗଲା ୨୦୦ଫୁଟ ଗଭୀର ନଳକୂପ l  ଖୋଳା ଯାଇଥିବା ନେଇ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ଲାକ୍ରା  ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l   ନଳକୂପ ଖୋଳା ସରିବା ପରେ ପାଣିରେ ଫ୍ଲୋରାଇଡ ଅଂଶ ପରୀକ୍ଷା କରାଯିବ l  

ପରୀକ୍ଷା ପରେ ପାଣିରେ ଫ୍ଲୋରାଇଡ  ଅଂଶ  ନ ବାହାରିଲେ  ପାଇପ ଯୋଗେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି l ନଳକୂପରେ ମୋଟର ଲଗାଇ ନଳକୂପ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି  କନିଷ୍ଠଯନ୍ତ୍ରୀ ବିଜୟ ଲାକ୍ରା ପ୍ରକାଶ କରିଛନ୍ତି l ପ୍ରକାଶ ଥାଉ ଯେ, ଖଇରଭାଡି ଗ୍ରାମରେ ପାଣିରେ ଫ୍ଲୋରାଇଡ ଅଂଶ  ଥିବା ଫଳରେ ଗ୍ରାମବାସୀଙ୍କ ଦାନ୍ତ ହଳଦିଆ ପଡିଯିବା ସହ ହାତ ଗୋଡ଼, ଅଙ୍କା, ବଙ୍କା ହେବା ସହ ଯୌବନରୁ ବାର୍ଦ୍ଧକ୍ୟ ମାଡି ଆସୁଛି l ଏହି ଶୀର୍ଷକ ଖବର ବାରମ୍ବାର ପ୍ରସାରଣ ପରେ ଗ୍ରାମରେ ଥିବା ୧୩ଟି ନଳକୂପର ପାଣି ପରୀକ୍ଷା କରାଯିବା ପରେ ୫ଟି ସରକାରୀ ନଳକୂପରେ ଫ୍ଲୋରାଇଡ ଅଂଶ ଚିନ୍ନଟ ହେବାରୁ ସେ ସବୁ ପ୍ରଶାସନ ସିଲ୍ କରିବା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଆଜି ପ୍ରଶାସନ ଦ୍ୱାରା ଗାଁରୁ ୧କିମି ଦୂରରେ ଏକ ନୂତନ ନଳକୂପ ଖୋଲାଯାଇଛି l

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.