PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଇଡକୋ ସହକାରୀ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଟିଟିଲାଗଡ଼ : ସମ୍ଵଲପୁରୀ ଗୀତର ତାଳେତାଳେ ଝୁମିଲେ ଟିଟିଲାଗଡ଼ ଉପ-ଜିଲ୍ଲାପାଳ, ପାଦରେ ପାଦ ମିଶାଇ ନାଚିଲେ ରଙ୍ଗବତୀ
  • ||
  • କଣ୍ଟାବାଞ୍ଜି : ମୋଟର ସାଇକେଲ୍ ଓ ବଳଦ ମୁହାଁମୁହିଁ ଧକ୍କା, ଯୁବକ ମୃତ
  • ||
  • କଟକ : ଆଠଗଡ଼କୁ ସ୍ଥାନାନ୍ତର ହେଲା ଜଗତପୁରରେ ଟ୍ରାଙ୍କୁଲାଇଜ୍ କରାଯାଇଥିବା ହାତୀ
  • ||
  • ପୁରୀ : ହୋଟେଲରୁ ମହିଳାଙ୍କ ମୃତଦେହ ଉଦ୍ଧାର
  • ||

ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ: ମହିଳାଙ୍କୁ ଉଠାଇନେଲା ପୁଲିସ

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ବଳାତ୍କାର ଓ ପ୍ରତାରଣାର ଶିକାର ଜଣେ ମହିଳା ନ୍ୟାୟ ଦାବି କରି ଆଜି ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । କ୍ୟାପିଟାଲ ଥାନା ପୁଲିସ ମହିଳା ପୁଲିସଙ୍କ ସହାୟତାରେ ସଂପୃକ୍ତ ମହିଳାଙ୍କୁ ଉଠାଇ ନେଇଛି ।

ପୁଲିସ ସୂଚନା ଅନୁଯାୟୀ, ମୁମ୍ବାଇର ସ୍ୱପ୍ନା (ଛଦ୍ମନାମ) ନାମ୍ନୀ ମହିଳା ତାଙ୍କ ସ୍ୱାମୀଙ୍କୁ ଛାଡ଼ି ବେଙ୍ଗାଲୁରୁର ସ୍ତ୍ରୀ ପରିତ୍ୟକ୍ତା ପଙ୍କଜ (ଛଦ୍ମନାମ)ଙ୍କ ସହ ସଂପର୍କ ରଖିଥିଲେ । ପଙ୍କଜ ଏକ ବଡ଼ କମ୍ପାନିରେ ଚାକିରି କରି ଇନ୍‌ଫୋସିଟି ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ । ସ୍ୱପ୍ନା ମଧ୍ୟ ତାଙ୍କ ସାଙ୍ଗରେ ରହୁଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଭଳି ଚଳୁଥିଲେ । ତେବେ ପଙ୍କଜଙ୍କୁ କମ୍ପାନି ବାହାର କରିଦେବା ପରେ ସେ ସ୍ୱପ୍ନାଙ୍କ ସହ ମିଶି ବ୍ୟବସାୟ ଆରମ୍ଭ କରିଥିଲେ । ଏଥିପାଇଁ ସ୍ୱପ୍ନା ତାଙ୍କୁ ୧୭ ଲକ୍ଷ ଟଙ୍କା ଦେଇଥିଲେ । ଏହା ଭିତରେ ପଙ୍କଜ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାରୁ ସ୍ୱପ୍ନା ଏହାକୁ ବିରୋଧ କରିଥିଲେ । ପଙ୍କଜଙ୍କୁ ସେ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ । ପଙ୍କଜ ସ୍ୱପ୍ନାଙ୍କୁ ୧୪ ଲକ୍ଷ ଟଙ୍କା ଫେରସ୍ତ ଦେଇଥିଲେ ।

ପରେ ସ୍ୱପ୍ନା ପଙ୍କଜଙ୍କ ନିକଟରେ ପୁଣି ୧୭ ଲକ୍ଷ ଟଙ୍କା ଫେରସ୍ତ ଦେବାକୁ ଦାବି କରିଥିଲେ । ସେ ମନା କରିବାରୁ ସ୍ୱପ୍ନା ରାଗିଯାଇ ପଙ୍କଜଙ୍କୁ ମାଡ଼ ମାରିଥିଲେ । ପଙ୍କଜ ଏନେଇ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ । ପଙ୍କଜ ଅଭିଯୋଗ କରିବା ପରେ ସ୍ୱପ୍ନା ପଙ୍କଜଙ୍କ ବିରୋଧରେ ଇନ୍‌ଫୋସିଟି ଥାନାରେ ବଳାତ୍କାର ଅଭିଯୋଗ ଆଣିଥିଲେ । ପୁଲିସ ଉଭୟଙ୍କ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରିଛି । ହେଲେ କାହାରିକୁ ଗିରଫ କରିନାହିଁ । ପଙ୍କଜଙ୍କୁ ତୁରନ୍ତ ଗିରଫ ଦାବିକରି ଆଜି ସ୍ୱପ୍ନା ବିଧାନସଭା ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ ଉଠାଇ ନେଇଥିଲା ।