ସମ୍ବଲପୁର, ୧୮/୦୨: ମୃତ୍ୟୁ କ’ଣ ଜୀବନ ଠାରୁ ବଡ଼ ? ଆତ୍ମହତ୍ୟା କ’ଣ ଏକ ମାତ୍ର ରାସ୍ତା ? ପାରିବାରିକ କଳହର ଶେଷ ସମାଧାନ କ’ଣ  ଚରମ ନିଷ୍ପତ୍ତି ? ଆମେ କହିବୁ ବୋଧ ହୁଏ ନା । ଯନ୍ତ୍ରଣା ଭିତରୁ ଜୀବନକୁ ଜୀଇବାର ଅଛି, ନୁହେଁ କି ସବୁ ଦିନ ପାଇଁ ମାରି ଦେବାର । ପିଲା-ପରିବାର, ଜୀବନ-ଯଞ୍ଜାଳ ଭିତରେ ଅନେକ ଝଡ଼-ଝଞ୍ଜା ଆସିବ । ତାକୁ ଏଡ଼ାଇ ଆଗକୁ ବଢ଼ିବାର ଅଛି । ଭଗବାନଙ୍କ ଦ୍ବାରା ଦାନ ମିଳିଥିବା ଜୀବନକୁ ଉପଭୋଗ କରିବାର ଅଛି । ଯେତେ ଯାହା ହେଲେ ବି ଶେଷ ନିଷ୍ପତ୍ତି ମୃତ୍ୟୁ ନୁହେଁ । ଆମେ କାହିଁକି ଏମିତି କହୁଛୁ ? କ’ଣ ହେଇଛି ଆପଣ ଭାବୁଥିବେ ? ହଁ ଏହା ଭାବିବା ସ୍ବାଭାବିକ । ପୂରା ଘଟଣା ଜାଣିବା ଆଗରୁ ପ୍ରଥମେ ଲିଙ୍କରେ ଦିଆଯାଇଥିବା ଭିଡିଓକୁ ଭଲ କରି ଦେଖିନିଅନ୍ତୁ । କାରଣ ଏହି ଭିଡିଓରେ ଉପରୋକ୍ତ ସମସ୍ତ ପ୍ରଶ୍ନର ସବୁ ଉତ୍ତର ରହିଛି ।

 

ଫେବ୍ରୁଆରୀ ୧୮ ତାରିଖ ବୁଧବାର, ଅର୍ଥାତ୍ ଆଜି ସକାଳୁ ସମ୍ବଲପୁର-ବୁର୍ଲା ମହାନଦୀ ବ୍ରିଜ୍ ଉପରେ ଏଭଳି ଏକ ଦୃଶ୍ୟ ଯାହା ଆପଣଙ୍କ ଛାତି ଥରାଇ ଦେବ । ଆପଣ ବିଚଳିତ ଏବଂ ଅସ୍ଥିର ହୋଇଯିବେ । ଆପଣ କହିବେ କ’ଣ ମିଳିଲା ଏ ଚରମ ନିଷ୍ପତ୍ତିରୁ ? ଆପଣ ତ ଚାଲିଗଲେ, ସେମାନଙ୍କୁ ଦଣ୍ଡ ଏବଂ ଆପଣଙ୍କୁ ନ୍ୟାୟ ମିଳିଲା କି  ନାହିଁ କିଏ ଦେଖିବ । ହିଁ ଆଜ୍ଞା ସମ୍ବଲପୁର-ବୁର୍ଲା ମହାନଦୀ ବ୍ରିଜରୁ ଜଣେ ମହିଳା ଆଜି ଡେଇଁ ଆତ୍ମହତ୍ୟା କରିଛନ୍ତି । ପୋଲ ତଳୁ ତାଙ୍କ ମୃତଦେହ ମିଳିଛି । ଆତ୍ମହତ୍ୟା ବେଳେ କିଛି ବ୍ୟକ୍ତି ବିଶେଷ ମହିଳାଙ୍କୁ ବୁଝେଇବାକୁ ଚେଷ୍ଟ କରିଥିଲେ । କହିଲେ, ମ୍ୟାଡମ୍ ତଳକୁ ଆସନ୍ତୁ ଯାହା ହେଇଛି ବୁଝିବା । ସ୍ବାମୀ ଏବଂ ପରିବାର ଲୋକଙ୍କୁ ବୁଝେଇବା । ବହୁତ ପ୍ରୟାସ ପରେ ବି ମହିଳା ଜଣଙ୍କ ମାନିବାକୁ ପ୍ରସ୍ତୁତ ନଥିଲେ । ଶେଷରେ ପୋଲ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ।

ମୃତ ମହିଳା ହେଲେ ଅଞ୍ଜୁ କୁମ୍ଭାର । ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ମହତାବ ନଗରରେ ତାଙ୍କର ଘର । ପାରିବାରିକ କଳହ ଯୋଗୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି । ଘଟଣା ପରେ ସ୍ଥାନୀୟ ଲୋକ ବୁର୍ଲା ଥାନା ଫୋନ୍ କରି ଖବର ଦେଇଥିଲେ । ବୁର୍ଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୋଲ ତଳୁ ମହିଳାଙ୍କ ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି । କେଉଁ କାରଣରୁ ଅଞ୍ଜୁ ଏଭଳି ନିଷ୍ପତ୍ତି ନେଲେ ତା’ର କାରଣ ଖୋଜୁଛି ।...