PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ, ହରିବୋଲ ହୁଳହୁଳିରେ କମ୍ପିଲା ଶ୍ରୀକ୍ଷେତ୍ର

ପୁରୀ,୧/୭ : ପତିତ ଉଦ୍ଧାର ପାଇଁ ରତ୍ନ ସିଂହାସନରୁ ଓହ୍ଲାଇ ଆସିଲେ ପତିତପାବନ । ଦୀର୍ଘ ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେଲା ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଭକ୍ତ-ଭଗବାନଙ୍କ ହେଲା ଅପୂର୍ବ ମିଳନ । ନିର୍ଦ୍ଧାରିତ ସମୟର ଢ଼େର ପୂର୍ବରୁ ହୋଇଥିଲା ନୀତିକାନ୍ତି । ଭୋର୍‌ ୩ଟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହୋଇଥିଲା ମଙ୍ଗଳ ଆଳତୀ, ସାଢ଼େ ୩ଟାରେ ଶେଷ ହୋଇଥିଲା ମଇଲମ ନୀତି । ସକାଳ ପ୍ରାୟ ୬ଟା ବେଳକୁ ହୋଇଥିଲା ରଥ ପ୍ରତିଷ୍ଠା କାର୍ଯ୍ୟ । ନୀତିକାନ୍ତି ୩ଘଣ୍ଟା ଆଗୁଆ ଚାଲିଥିବାରୁ ସକାଳ ୬ଟାରୁ ଆରମ୍ଭ ହୋଇଯାଇଥିଲା ଶ୍ରୀବିଗ୍ରହମାନଙ୍କ ପହଣ୍ଡି ବିଜେ ।

ପ୍ରଥମେ ଚକ୍ରରାଜ ସୁଦର୍ଶନ ମହାପ୍ରଭୁଙ୍କ ପହଣ୍ଡି କରିଥିଲେ ସେବାୟତମାନେ । ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ରଥରେ ପ୍ରଭୁ ସୁଦର୍ଶନ ବିରାଜିବା ପରେ ବଡ଼ ଠାକୁର ମହାପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା । ଟାହିଆ ଲଗାଇ ଝୁଲି ଝୁଲି ବଡ଼ ଦେଉଳରୁ ବାହାରିଥିଲେ ବଡ଼ ଠାକୁର । ହରିବୋଲ ହୁଳହୁଳିରେ କମ୍ପୁଥିଲା ପରିବେଶ । ଘଣ୍ଟଘଣ୍ଟା, ବୀର କାହାଳୀ ଶବ୍ଦରେ ଫାଟିପଡ଼ୁଥିଲା ଗଗନପବନ । ତାଳଧ୍ବଜ ରଥରେ ବିରାଜମାନ କରିଥିଲେ ମହାପ୍ରଭୁ ବଳଭଦ୍ର । ବଡ଼ ଭାଇଙ୍କ ପହଣ୍ଡି ପରେ ପାଳି ଥିଲା ହଳଦୀ ମୁହିଁ ଭଉଣୀ ଦେବୀ ସୁଭଦ୍ରାଙ୍କର । ଟୋପର ଲଗାଇ ସେବାୟତଙ୍କ ପିଠିରେ ପହଣ୍ଡି ହୋଇଥିଲେ  ମାତା କାମ୍ପିଲ୍ୟ ବାସିନୀ । ଦର୍ପଦଳନ ରଥରେ ମା’ ବିଜେ କରାଯାଇଥିଲା ।

ସଭା ଶେଷରେ ପତିତ ଉଦ୍ଧାର ପାଇଁ ରତ୍ନସିଂହାସନରୁ ଓହ୍ଲାଇ ଆସିଥିଲେ ପତିତପାବନ କାଳିଆ ଠାକୁର । ବାଇଶି ପାହାଚରୁ ସିଂହଦ୍ବାର ଯାଏ ବିଶ୍ବ ନିଅନ୍ତାଙ୍କ ଭାବଭଙ୍ଗୀକୁ ଚାତକ ଭଳି ଅନାଇ ରହିଥିଲା ଭକ୍ତ । ମହାପ୍ରଭୁଙ୍କୁ ଦର୍ଶନ ମାତ୍ରେ ଶ୍ରଦ୍ଧାଳୁଙ୍କ ଶରୀରରେ ଖେଳି ଯାଉଥିଲା ଅପୂର୍ବ ଶିହରଣ । ଭକ୍ତ ବତ୍ସଳ ଠାକୁର ବୁଲି ବୁଲି ଦେଖୁଥିଲେ ନିଜ ଭକ୍ତମାନଙ୍କୁ । କେତେବେଳେ ବାଁକୁ ତ କେତେବେଳେ ଡାହାଣକୁ ଢ଼ଳି ପଡ଼ି ଚାହୁଁଥିଲେ ଭାବ ବିନୋଦିଆ । ନୀଳ କନ୍ଦରରୁ ବାହାରି ଆସୁଥିବା ନୀଳ ଶଇଳଙ୍କୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲା ନନ୍ଦିଘୋଷ ରଥ । ଦିନ ୧୦ଟା ପୂର୍ବରୁ ରଥାରୁଢ଼ ହୋଇସାରିଥିଲେ ଚତୁର୍ଦ୍ଧା ମୂର୍ତ୍ତି ।

 ଦୁଇ ବର୍ଷ ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦେଖି ବିଭୋର ହୋଇପଡ଼ିଥିଲେ ଭକ୍ତ। ରଥ ଉପରେ ଚକା ଆଖି ଦେଖି ହାତ ଆପେ ଆପେ ଯୋଡ଼ି ହୋଇଯାଉଥିଲା। ପାଟିରୁ ଜୟ ଜଗନ୍ନାଥ ବାହାରୁଥିଲା । ଏକ ଲୟ ଏକ ମନରେ କାଳିଆ ସାଆାନ୍ତଙ୍କୁ ରଥ ଉପରେ ପାଇ ଭକ୍ତ ଆଖିରୁ ଝରିପଡ଼ୁଥିଲା ଅଶ୍ରୁର ଧାର । ଏହା ଥିଲା ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳିନର ଦୃଶ୍ୟ । କାହିଁକି ନା ଦୁଇ ବର୍ଷ ହେବ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ପ୍ରାଚୀର ହୋଇ ଛିଡ଼ା ହୋଇଥିଲା କରୋନା ମହାମାରୀ । ମାତ୍ର ଚଳିତ ବର୍ଷ ନ ଥିଲା କଟକଣା । ଭକ୍ତ ଧାଇଁ ଯାଇଥିଲା ସାଆନ୍ତଙ୍କ ପାଖକୁ । ପତିତ ଉଦ୍ଧାର ଲାଗି ରତ୍ନସିଂହାସନ ଛାଡ଼ି ଚାଲି ଆସୁଥିବା ଭାବ ବିନୋଦିଆଙ୍କୁ ଟିକେ ରଥ ଉପରେ ଦେଖିବାକୁ ।

ଗାଁ ଠୁ ବିଦେଶ ସବୁଆଡ଼ୁ ଭକ୍ତଙ୍କ ସୁଅ ଛୁଟିଥିଲା  ସମୟ ଯେତିକି ଗଡ଼ି ଚାଲିଥିଲା ଭିଡ଼ ବି ସେତିକି ବଢି ଚାଲିଥିଲା । ବଡ଼ ଦାଣ୍ଡରେ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବାର ନଜିର ଟିକେ ଭିନ୍ନ ଥିଲା । ଯେମିତି ମନରେ ନୃତ୍ୟଶିଳ୍ପୀମାନେ କହୁଥିଲେ କି ମୋର କିଛି ଦରକାର ନାହିଁ ଖାଲି ତୁମରି ଆଗରେ ନୃତ୍ୟ ପରିବେଷଣ କରିବାର ସୁଯୋଗ ମିଳିଥିବାରୁ ମୁଁ ଧନ୍ୟ ମନେ କରୁଛି । କେହି କେହି ଶିବ କିମ୍ବା ହନୁମାନ ବେଶରେ ମହାପ୍ରଭୁଙ୍କ ନିକଟକୁ ଧାଇଁ ଆସିଥିଲେ । ଏହି ସମସ୍ତ ଦୃଶ୍ୟ ପରିବେଶକୁ ଏକ ଆଧ୍ୟାତ୍ମିକ ବାତାବରଣରେ ଗଢି ତୋଳିଥିଲା ।

ପରେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ ଜଗତ୍‌ ଗୁରୁ ଶଙ୍କରାଚାର୍ଯ୍ୟ ।  ଏହାପରେ ରଥରେ ଛେରା ପହଁରା ପାଇଁ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ  ଆଦ୍ୟ ସେବକ ଗଜପତି ଯଥାରୀତି ଗୋଟିକ ପରେ ଗୋଟିଏ ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ । ଦିନ ୧୨ଟା ୩୪ ବେଳକୁ ଆରମ୍ଭ ହୋଇଥିଲା ରଥ ଟଣା । ସିଂହଦ୍ବାର ସାମ୍ନାରୁ ଶ୍ରୀଗୁଣ୍ଡିଚା ଅଭିମୁଖେ ପ୍ରଥମେ ଗଡ଼ିଥିଲା ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥ । 

ପରେ ପରେ ଅପରାହ୍ଣ ୧ଟା ୧୫ ବେଳକୁ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗଡ଼ିଥିଲା । ଆଉ ଶେଷରେ ୨ଟା ୧୮ ମିନିଟ୍‌ରେ ଗଡ଼ିଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ବଡ଼ଦାଣ୍ଡରେ ଜନ ସମୁଦ୍ର ଭିତରେ ଆଗପଛ ହୋଇ ଗଡ଼ୁଥିଲା ତିନି ରଥ ।  ରଡ଼ି ଛାଡ଼ି ଭକ୍ତମାନଙ୍କୁ ରଥ ଟାଣିବାକୁ ଉତ୍ସାହିତ କରୁଥିଲେ ରଥ ଉପରେ ଠିଆ ହୋଇଥିବା ଡାହୁକ । ଆଉ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେଉଥିଲା ପୁରୀ ବଡ଼ଦାଣ୍ଡ । ରଥ ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରଥଟଣା ସମୟରେ ପୁରୀର ବିଭିନ୍ନ ମଠ, ଜାଗା ଅନୁଷ୍ଠାନ ତରଫରୁ ଠାକୁରମାନଙ୍କ ଉଦ୍ଦେଶ୍ୟରେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ପନ୍ତିଭୋଗ ଦିଆଯାଉଥିଲା ।

ଶ୍ରୀନଅର ଓ ଶ୍ରୀମନ୍ଦିର ସଦର କାର୍ଯ୍ୟାଳୟରେ ମଧ୍ୟ ଠାକୁରଙ୍କୁ ପନ୍ତିଭୋଗ ଦିଆଯାଇଥିଲା । ସେହିଭଳି ପରମ୍ପରା ଅନୁସାରେ ବଡ଼ ଦାଣ୍ଡରେ ଅବସ୍ଥିତ ମାଉସୀମାଆଙ୍କ ମନ୍ଦିର ଠାରେ ଶ୍ରୀଜିଉମାନଙ୍କୁ ପୋଡ଼ପିଠା ଭୋଗ ଲାଗି ହୋଇଥିଲା । ଘଣ୍ଟଘଣ୍ଟା, ହରିବୋଲ ହୁଳହୁଳି, ନାମ ସଂକୀର୍ତ୍ତନରେ ଅଧାତ୍ମିକ, ଭକ୍ତମୟ ହୋଇଉଠିଥିଲା ବଡ଼ଦାଣ୍ଡ । ଶେଷରେ ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ  ଶରଧା ବାଲିରେ ଲାଗିଥିଲା ତିନି ରଥ ।