ନରସିଂହପୁର, ୨୫/୧୦ : ପୋଖରୀରେ ବୁଡ଼ି ଯୁବକ ମୃତ। ନରସିଂହପୁର ବ୍ଲକ ଅନ୍ତର୍ଗତ ବନ୍ଧହୁଡା ମଲ୍ଲିକ ସାହି ଗ୍ରାମରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଟିଟୁ ମଲ୍ଲିକ (୨୮ ବର୍ଷ)।

ସୂଚନାନୁଯାୟୀ, ନରସିଂହପୁର ବ୍ଲକ ଅନ୍ତର୍ଗତ ବନ୍ଧହୁଡା ମଲ୍ଲିକ ସାହି ଗ୍ରାମର ଟିଟୁ ମଲ୍ଲିକ ବଡ଼ବନ୍ଧ ପୋଖରୀରେ ଗାଧୋଉଥିବା ସମୟରେ ପୋଖରୀରେ ବୁଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନରସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।