ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଯୁବକଙ୍କୁ କାମୁଡ଼ିଲା ନାଗସାପ,ବସ୍ତାରେ ସାପକୁ ଧରି ଡାକ୍ତରଖାନାରେ ପହଞ୍ଚିଲେ

Published By : Anindita Ratha | April 29, 2025 11:46 AM

ବାସୁଦେବପୁର,୨୯/୦୪: ବାସୁଦେବପୁର ବ୍ଲକ ଜଗନ୍ନାଥପୁର ଗ୍ରାମର ଜଣେ ଯୁବକଙ୍କୁ କାମୁଡ଼ିଲା ନାଗସାପ । ବସ୍ତାରେ ସାପକୁ ଧରି ପହଞ୍ଚିଲେ ଡ଼ାକ୍ତରାଖାନାରେ। ତେବେ ଆହତ  ଯୁବକ ହେଲେ ଭାସ୍କର ସେନାପତି ବୋଲି ଜଣାପଡିଛି।

ସୂଚନା ମୁତାବକ, ଗତକାଲି ବର୍ଷା ହେବାରୁ ଘର ପାଖ ଦେଇ ଯାଉଥିବା ଏକ ନାଗସାପ ଜାଲରେ ଛନ୍ଦି ହୋଇଯାଇଥିଲା। ସାପଟି ଜାଲରେ ଗୋଡ଼ାଇ ହୋଇଯାଇଥିବା ଦେଖି ଭାସ୍କର ଏକ ଛୁରୀ ସାହାଯ୍ୟରେ ସାପକୁ ଗାମୁଛାରେ ଧରି ଖୋଲିବାକୁ ଚେଷ୍ଟା କରୁଥିଲା। ହେଲେ ସାପଟି କୌଣସି ପ୍ରକାର ଗାମୁଛା ଭିତରୁ ଭାସ୍କର ହାତ ପାପୁଲିକୁ କାମୁଡ଼ି ଦେଇଥିଲା। ପରେ ଭାସ୍କର ଓ ତାଙ୍କ ପୁତୁରା ସାପକୁ ଏକ ବସ୍ତାରେ ଭର୍ତି କରି ଭାସ୍କରକୁ ଧରି ଡାକ୍ତରଖାନାରେ ପହଞ୍ଚିଥିଲା। ଡାକ୍ତର ସେଠାରେ ଭାସ୍କରର ଚିକିତ୍ସା ଆରମ୍ଭ କରିଥିଲେ। ଖବରପାଇ ବନ ବିଭାଗ ପକ୍ଷରୁ ଡାକ୍ତରଖାନାରେ ପହଞ୍ଚି ସାପକୁ ଉଦ୍ଧାର କରି ନେଇଥିବା ଦେଖିବାକୁ ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.