ନୂଆଦିଲ୍ଲୀ ୧୮/୦୧: ଫିଲ୍ମ ‘ସ୍ତ୍ରୀ-୨’ରେ ତମନ୍ନା ଭାଟିଆଙ୍କ ଡାନ୍ସ ନମ୍ବର ‘ଆଜ୍ କି ରାତ୍’ ଏକ ନୂଆ ଉପଲବ୍ଧି ହାସଲ କରିଛି । ୟୁଟ୍ୟୁବ୍ରେ ଏହି ଗୀତର ଦର୍ଶକଙ୍କ ସଂଖ୍ୟା ୧୦୦ କୋଟି ଟପିଛି । ତମନ୍ନା ଏହି ଉପଲବ୍ଧିକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ଗୀତ ସୁଟିଂ ସମୟର କିଛି ଦୃଶ୍ୟ ଶେୟାର କରି ସେ ଲେଖିଛନ୍ତି ‘ପ୍ରଥମ ଭ୍ୟୁଠୁ ୧୦୦ କୋଟି ଭ୍ୟୁ ପର୍ଯ୍ୟନ୍ତ । ଆପଣଙ୍କ ଭଲପାଇବା ପାଇଁ ଧନ୍ୟବାଦ ।’
ଭିଡିଓରେ ତମନ୍ନା କୋରିଓଗ୍ରାଫର୍ ବିଜୟ ଗାଙ୍ଗୁଲୀ ଓ ଟିମ୍ର ଅନ୍ୟ ସଦସ୍ୟଙ୍କ ସହ ଅଛନ୍ତି । ଆଉ ଦୁଇଟି ଭିଡିଓରେ ସେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । ‘ଆଜ୍ କି ରାତ୍’ ଆଇଟମ୍ ନମ୍ବର୍ ତମନ୍ନାଙ୍କ ଉପରେ ପର୍ଯ୍ୟବସିତ, ଯେଉଁଥିରେ ତାଙ୍କ ନୃତ୍ୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଗୀତକୁ ମଧୁବଂତୀ ବାଗ୍ଚୀ ଓ ଦିବ୍ୟା କୁମାର ଗାଇଛନ୍ତି । ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ, ମ୍ୟୁଜିକ୍ ଦେଇଛନ୍ତି ସଚିନ-ଜିଗର ।