PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଖୁବ୍ ଶୀଘ୍ର ହାତକୁ ଦୁଇ ହାତ ହେବେ ଅମିର ଖାନଙ୍କ ଝିଅ ଆୟରା, ଫିଲ୍ମ ଷ୍ଟାଇଲ୍‌ରେ ପ୍ରପୋଜ୍ କଲେ ନୁପୁର

ନୂଆଦିଲ୍ଲୀ, ୨୩/୦୯ : ଖୁବ୍ ଶୀଘ୍ର ହାତକୁ ଦୁଇ ହାତ ହେବେ ଅମିର ଖାନଙ୍କ ଝିଅ ଆୟରା ଖାନ। ପୁରୁଷ ବନ୍ଧୁ ନୁପୁର ଶିଖରେଙ୍କ ସହ ନିର୍ବନ୍ଧ କଲେ ଆୟରା। ଏକ ଖାସ୍ ଅନ୍ଦାଜରେ ନୁପୁର ଆୟରାଙ୍କୁ ପ୍ରପୋଜ୍ କରିଛନ୍ତି। ଏହି ସମୟର ଏକ ଭିଡିଓ ଆୟରା ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ସୂଚନାନୁଯାୟୀ, ପ୍ରସିଦ୍ଧ ଆଇରନ୍ ମ୍ୟାନ୍ ଇଟାଲୀ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନୁପୁର ଶିଖରେ ଆୟରା ଖାନଙ୍କୁ ପ୍ରପୋଜ୍ କରିଛନ୍ତି। ଏହି ଭିଡିଓରେ ଆପଣ ଦେଖିପାରିବେ ଫିଟ୍‌ନେସ୍ ଟ୍ରେନର ନୁପୁର ଶିଖରେ ରେସ୍ କଷ୍ଟ୍ୟୁମରେ ଆୟରାଙ୍କ ନିକଟକୁ ଆସୁଛନ୍ତି। ସେ ଆୟରାଙ୍କୁ କିସ୍ କରୁଛନ୍ତି। ଏହାପରେ ଫିଲ୍ମ ଷ୍ଟାଇଲ୍‌ରେ ଆଣ୍ଠୁମାଡ଼ି ବସି ବକ୍ସରୁ ରିଙ୍ଗ୍ ବାହାର କରୁଛନ୍ତି ଏବଂ ଆୟରାଙ୍କୁ ରିଙ୍ଗ୍ ପିନ୍ଧାଉଛନ୍ତି। ଏହାପରେ ଦୁଇ ଲଭ୍ ବାର୍ଡ ରୋମାଣ୍ଟିକ୍ ହୋଇଯାଉଛନ୍ତି। ଆୟରା ମଧ୍ୟ ନୁପୁରଙ୍କୁ କିସ୍ କରୁଛନ୍ତି। ଆୟରା ଏବଂ ନୁପୁରଙ୍କ ପ୍ରେମ ନିବେଦନ ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ତାଳି ବଜାଉଛନ୍ତି। ଇନଷ୍ଟାଗ୍ରାମରେ ଏହି ଭିଡିଓ ଭାଇରାଲ୍ ହେବାପରେ ଆୟରାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

୨୦୨୦ରୁ ଆୟରା ଏବଂ ନୁପୁର ପ୍ରେମ ସମ୍ପର୍କରେ ଅଛନ୍ତି। ଦୁହେଁ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍ ରୁହନ୍ତି। ଫଟୋ ମଧ୍ୟ ସେୟାର କରନ୍ତି। ଆୟରାଙ୍କ ପରିବାର ମଧ୍ୟ ନୁପୁରଙ୍କୁ ଖୁବ୍ ପସନ୍ଦ କରନ୍ତି। ଦୁହେଁ ଟ୍ରିପ୍‌ରେ ଯିବାକୁ ପସନ୍ଦ କରନ୍ତି।