ନୂଆଦିଲ୍ଲୀ: ବଲିଉଡର ମିଷ୍ଟର ଫରଫେକ୍ଟନିଷ୍ଟ ଭାବେ ପରିଚିତ ଆମୀର ଖାନ ପୁଣିଥରେ ସାଜିବେ ବର । ତୃତୀୟଥର ପାଇଁ କରିବେ ବିବାହ । ଜୁଲାଇ ୫ ତାରିଖରେ ପ୍ରେମିକା ଗୌରୀଙ୍କୁ କହିବେ ବିବାହ । ତେବେ ଆମୀରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗିଥିବାବେଳେ କେଉଁମାନଙ୍କୁ ନିମନ୍ତ୍ରଣ କରାଯାଇଛି ? କଣ ସବୁ ବ୍ୟବସ୍ଥା ହେଉଛି ଏ ସମ୍ପର୍କରେ ଜାଣିବା ପାଇଁ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଲାଗି ରହିଛି । ଗତ ମାସରେ ଉଭୟ ବିବାହ ତାରିଖ ଘୋଷଣା କରିଥିବାବେଳେ ଏବେ ସେମାନଙ୍କ ବିବାହକୁ ନେଇ ସାମ୍ନାକୁ ଆସିଛି ନୂଆ ତଥ୍ୟ ।

ଆମୀରଙ୍କ ବାନ୍ଦ୍ରାସ୍ଥିତ ବାସ ଭବନରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ଏହି ବିବାହ ଉତ୍ସବରେ ୧୫୦ ଅତିଥୀ ଯୋଗଦେବେ ଯେଉଁଥିରେ ବହୁ ବିଦେଶୀ ଅତିଥୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହାସହ ଆମୀରଙ୍କ ପିଲାମାନଙ୍କ ସହ ତାଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ରହିବେ । ଏବେ ଆମୀରଙ୍କ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଯେଉଁଥିରେ ସେ ବିବହା ସମ୍ପର୍କରେ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।

 
 
 
 
 
 
 
 
 
 
 
 
 
 
 

ଆମୀର କହିଛନ୍ତି କି, ଏହା ଏକ ଛୋଟ ବିବାହ । ଯାହାକୁ ଆମେ ଆମ ଘରେ ଆୟୋଜନ କରୁଛୁ । ଯେଉଁ କାର୍ଯ୍ୟକ୍ରମରେ ପରିବାର ସଦସ୍ୟଙ୍କ ସହ କିଛି ବିଶେଷ ବନ୍ଧୁ ଯୋଗଦେବେ । ଆମକୁ ସମସ୍ତଙ୍କ ଆଶୀର୍ବାଦ ଆବଶ୍ୟକ । ଦୟାକରି ଆମକୁ ଆଶୀର୍ବାଦ କରନ୍ତୁ । ଆମର ଖୁସି ଏବଂ ଭଲ ଯାତ୍ରା ପାଇଁ ପ୍ରାର୍ଥନା କରନ୍ତୁ ।

କହି ରଖୁଛୁ କି, ଏହା ଆମୀର ଖାନଙ୍କ ତୃତୀୟ ବିବାହ। ସେ ପ୍ରଥମେ ୧୯୮୬ ମସିହାରେ ରୀନା ଦତ୍ତାଙ୍କୁ ବିବାହ କରିଥିଲେ। ତଥାପି, ୨୦୦୨ ମସିହାରେ ସେମାନଙ୍କର ଛାଡପତ୍ର ହୋଇଥିଲା। ୨୦୦୫ ମସିହାରେ ଆମୀର କିରଣ ରାଓଙ୍କୁ ବିବାହ କରିଥିଲେ, ଯିଏ ୨୦୨୧ ମସିହାରେ ଅଲଗା ହୋଇଯାଇଥିଲେ। ଆମୀର ଉଭୟ ପତ୍ନୀଙ୍କ ସହିତ ଭଲ ବନ୍ଧୁତା ରଖିଛନ୍ତି । ଏହା ଗୌରୀ ସ୍ପ୍ରେଟଙ୍କ ଦ୍ୱିତୀୟ ବିବାହ। ଗୌରୀଙ୍କ ପ୍ରଥମ ବିବାହରୁ ତାଙ୍କର ୭ ବର୍ଷର ପୁଅ ଅଛି। ଆମିର ଖାନଙ୍କର ମଧ୍ୟ ତିନୋଟି ସନ୍ତାନ ଅଛି। ତାଙ୍କର ପ୍ରଥମ ବିବାହରୁ ଦୁଇଟି ସନ୍ତାନ ଅଛନ୍ତି: ଜୁନୈଦ ଖାନ ଏବଂ ଇରା ଖାନ। ଆମିରଙ୍କ ଦ୍ୱିତୀୟ ବିବାହରୁ ତାଙ୍କର ଏକ ପୁଅ ଆଜାଦ ଅଛି।

ଏହାସହ ପଢ଼ନ୍ତୁ : ଦୁଇ ଦଶନ୍ଧି ପରେ ସରକାରୀ ବାସ ଭବନ ଛାଡ଼ିଲେ ରାବଡି ଦେବୀ