ମୁମ୍ୱାଇ : ବଲିଉଡର ପରଫେକ୍ସନିଷ୍ଟ ଭାବେ ପରିଚିତ ଆମିର ଖାନ ଏକ ବ୍ଲକବଷ୍ଟର ଫିଲ୍ମର ସିକ୍ୱେଲ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ଆମିର ଖାନଙ୍କ ସହ କରୀନା କପୁର ଖାନ, ଆର୍ ମଧବନ ଓ ଶରମନ ଯୋଶୀ ଥିଲେ। ଫିଲ୍ମର ନାଁ ‘୩ ଇଡିୟଟ୍ସ’। ୨୦୦୯ ମସିହାରେ ଏହି ଫିଲ୍ମ ରିଲିଜ ହୋଇଥିଲା ଏବଂ ଏହା ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗି ଥିଲା।

ପିଙ୍କଭିଲାର ରିପୋର୍ଟସ ମୁତାବିକ୍, ରାଜକୁମାର ହିରାନୀ ‘୩ ଇଡିୟଟ୍ସ-୨’ର ସ୍କ୍ରିପ୍ଟ ଫାଇନାଲ କରି ସାରିଛନ୍ତି। କୁହାଯାଉଛି ଯେ, ଏହି ଫିଲ୍ମର ସୁଟିଂ ୨୦୨୬ ମସିହାରେ ଆରମ୍ଭ ହେବ। ବିଶେଷ କଥା ଏହା ଯେ,ସିକ୍ୱେଲରେ ଏହାର ଆଇକନିକ୍ ଷ୍ଟାରକାଷ୍ଟ ପୁଣି ଫେରିବେ। ଆମିର ଖାନ , କରୀନା କପୁର ଖାନ , ଆର୍.ମାଧବନ ଓ ଶରମନ ଯୋଶୀ ସିକ୍ୱେଲର ସଦସ୍ୟ ସାଜିବେ।

ଫିଲ୍ମ ସହ ଜଡ଼ିତ ସୂତ୍ରାନୁସାରେ , ଟିମ୍ ଏକ୍ସାଇଟେଡ୍ ଅଛି। ସେମାନେ ଭାବିଛନ୍ତି ସିକ୍ୱେଲରେ ମଧ୍ୟ ସେହି ମ୍ୟାଜିକ ଆସିବ, ଯାହା ପାର୍ଟ-୧ରେ ନଜର ଆସି ଥିଲା। ଏହା ମଧ୍ୟ କୁହାଯାଉଛି ଯେ, ଯେବେ ‘୩ ଇଡିୟଟ୍ସ’ର କ୍ଲାଇମାକ୍ସ ସିନ୍ରେ ରେଞ୍ଚୋ, ଫରହାନ ଓ ରାଜୁ ଅଲଗା ହୋଇ ଯାଇଥିଲେ,ଏହାର ପାଖାପାଖି ୧୫ ବର୍ଷ ପରର କାହାଣୀ ସିକ୍ୱେଲରେ ଦେଖାଯିବ।

ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଉଛି ଯେ, ଆମିର ଖାନ ଓ ରାଜ କୁମାର ହିରାନୀ ସେମାନଙ୍କର ଦାଦାସାହେବ ଫାଲକେ ବାୟୋପିକ୍କୁ ବର୍ତ୍ତମାନ ପାଇଁ ହୋଲ୍ଡରେ ରଖିଛନ୍ତି , କାରଣ ସେ ସ୍କ୍ରିପ୍ଟରେ ସନ୍ତୁଷ୍ଟ ନୁହଁନ୍ତି।