PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଆମିର ଖାଁଙ୍କ ଝିଅ ଆୟରାଙ୍କ ସରିଲା ନିର୍ବନ୍ଧ, ପୂର୍ବରୁ ବୟଫ୍ରେଣ୍ଡ କରିଥିଲେ ପ୍ରପୋଜ୍

ନୂଆଦିଲ୍ଲୀ ୧୯/୧୧: ନିର୍ବନ୍ଧ କରିଛନ୍ତି ବଲିଉଡ୍‌ ଅଭିନେତା ଆମିର ଖାଁଙ୍କ ଝିଅ ଆୟରା ଖାଁ। କିଛି ମାସ ତଳେ ପ୍ରେମିକ ନୂପୁର ଶିଖରେ ତାଙ୍କୁ ପ୍ରପୋଜ୍‌ କରିଥିଲେ। ଏବେ ଉଭୟ ଆଧିକାରିକ ଭାବେ ନିବନ୍ଧ କରିଛନ୍ତି। ଉଭୟଙ୍କ ନିର୍ବନ୍ଧ ବେଳର ଅନେକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି । ଆୟରା ଲାଲ୍ ରଙ୍ଗର ସୁନ୍ଦର ଗାଉନ୍ ପିନ୍ଧିଥିବା ବେଳେ ନୂପୁର କଳା ରଙ୍ଗର ସୁଟ୍ ପିନ୍ଧିଥିବା ଦେଖାଯାଉଛି । କହିରଖୁ କି, ଆୟରା ଆମିରଙ୍କ ପ୍ରଥମ ପତ୍ନୀ ରିନା ଦତ୍ତଙ୍କ ଝିଅ । ଏହି ଉତ୍ସବରେ ଆମିରଙ୍କ ସମେତ ପୂରା ପରିବାର ସାମିଲ ହୋଇ ନୂଆ ଯୋଡ଼ିଙ୍କୁ  ଆଶୀର୍ବାଦ ଦେଇଛନ୍ତି ।

୨୦୨୦ରେ ପରସ୍ପରକୁ ଭେଟିଥିଲେ ଆୟରା-ନୂପୁର। ଷ୍ଟାରକିଡ୍‌ଙ୍କ ଜିମ୍‌ରେ ନୂପୁର ଥିଲେ ଟ୍ରେନର। ଲକ୍‌ଡାଉନ୍‌ ସମୟରେ ସେ ଆୟଶାଙ୍କ ନିକଟତର ହୋଇଥିଲେ। ଦୁହେଁ ପ୍ରେମରେ ପଡ଼ିବା ପରେ ସମ୍ପର୍କକୁ ଅଫିସିଆଲ କରିଥିଲେ। ୨୦୨୨ ସେପ୍ଟେମ୍ବରରେ ଏକ ପ୍ରତିଯୋଗିତା ପରେ ଆୟରାଙ୍କୁ ନୂପୁର ପ୍ରପୋଜ କରିଥିଲେ । ଯାହାର ଭିଡିଓ ଉଭୟ ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଶେଷରେ ଦୁହେଁ ଏବେ ଉଭୟଙ୍କ ପରିବାର ଉପସ୍ଥିତିରେ ନିର୍ବନ୍ଧ କରିଛନ୍ତି।