PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

AAP ବିଧାୟକ ଅମନାତୁଲ୍ଲା ଖାନଙ୍କୁ ଜାମିନ, ଓ୍ବାକଫ୍‌ ବୋର୍ଡ ଦୁର୍ନୀତି ମାମଲାରେ ଗିରଫ କରିଥିଲା ଏସିବି

ନୂଆଦିଲ୍ଲୀ ୨୮/ ୦୯: ଆମ୍‌ ଆଦମୀ ପାର୍ଟି ବିଧାୟକ ଅମନାତୁଲ୍ଲା ଖାନଙ୍କୁ ଶେଷରେ ଜାମିନ ମିଳିଛି । ଓ୍ବାକଫ୍‌ ନିଯୁକ୍ତି ସ୍କିମ ଦୁର୍ନୀତି ମାମଲାରେ ଦୁର୍ନୀତି ନିବାରଣ ବ୍ୟୁରୋ ଅମନାତୁଲ୍ଲା ଖାନଙ୍କୁ ଜାମିନ ପ୍ରଦାନ କରିଛି । ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ସହ ତାଙ୍କୁ ବେଲ୍‌ ମିଳିଛି । ଗତ ସେପ୍ଟେମ୍ବର ୧୬ ତାରିଖରୁ ତାଙ୍କୁ ଗିରଫ କରାଯାଇଥିଲା ।

ଦିଲ୍ଲୀ ଓ୍ବାକଫ୍‌ ବୋର୍ଡରେ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିବା ପରେ ଅମନାତୁଲ୍ଲା ଖାନଙ୍କୁ ଗିରଫ କରାଯାଇଥିଲା । ଏହା ପରେ ତାଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେଇଥିଲା ତଦନ୍ତକାରୀ ସଂସ୍ଥା । ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିବା ବେଳେ ଆପ୍‌ ବିଧାୟକ ଅମନାତୁଲ୍ଲା ଖାନଙ୍କ ବିରୁଦ୍ଧରେ ପ୍ରମାଣ ପାଇଥିଲା ଦୁର୍ନୀତି ନିବାରଣ ବ୍ୟୁରୋ । ସର୍ଚ୍ଚ ଅପରେସନ ବେଳେ ୨୪ ଲକ୍ଷ ନଗଦ ଟଙ୍କା ଏବଂ ଦୁଇଟି ଲାଇସେନ୍ସ ବିହୀନ ବନ୍ଧୁକ ଜବତ କରାଯାଇଥିଲା ।

ଏହା ସହିତ ଅମନାତୁଲ୍ଲା ଖାନ ଦିଲ୍ଲୀ ଓ୍ବାକଫ୍ ବୋର୍ଡର ଚେୟାରମ୍ୟାନ ଥିବା ବେଳେ ଅନିୟମିତତା କରି ନିଯୁକ୍ତି ଦେଇଥିବା ଜଣାପଡିଥିଲା । ପ୍ରାୟ ୩୨ ଜଣଙ୍କୁ ସେ ବେଆଇନ ଭାବେ ନିଯୁକ୍ତି ଦେଇଥିଲେ । ଯାହାକି ଏବେ ଖୋଳତାଡ ପରେ ଜଣାପଡିଥିଲା । ସରକାରୀ ଗାଇଡଲାଇନ୍‌କୁ ଉଲ୍ଲଂଘନ କରିବା, ଦୁର୍ନୀତି ଓ ପକ୍ଷପାତିତା କରିବା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ୧୩ ଦିନ ଜେଲରେ ରହିବା ପରେ କୋର୍ଟ ଆପ୍‌ ବିଧାୟକ ଅମନାତୁଲ୍ଲା ଖାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ସମ୍ବନ୍ଧିତ ଖବର