ନୂଆଦିଲ୍ଲୀ : ଆମ୍‌ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବିଜେପି ଉପରେ ବଡ଼ ଅଭିଯୋଗ ଲଗେଇଛନ୍ତି। ସେ ଦାବି କରିଛନ୍ତି କି, ବିଜେପି ନୂଆ ଦିଲ୍ଲୀ ବିଧାନସଭା ସିଟ୍‌ରୁ ତାଙ୍କ ପତ୍ନୀଙ୍କ ନାଁ ଭୋଟର୍ସ ତାଲିକାରୁ କାଟିବାକୁ ଆବେଦନ କରିଛି। ତାଙ୍କର ଦାବି ଯେ , ଏହା ଥରେ ନୁହେଁ , ଦୁଇ ଦୁଇ ଥର କରାଯାଇଛି। 

ସଞ୍ଜୟ ସିଂହ ରବିବାର ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ, କିଛି ଦିନ ପୂର୍ବେ ମୁଁ ରାଜ୍ୟସଭାରେ ପୂର୍ବାଞ୍ଚଳ ଭାଇ ଭଉଣୀଙ୍କର ଭୋଟ୍‌ କଟା ଯିବାର କଥା ଉଠାଇ ଥିଲି। ମୁଁ ସେହି ଲୋକଙ୍କର ନାଁ ପଢି ମଧ୍ୟ ଶୁଣାଇ ଥିଲି। ଏଥିରେ ବିଜେପି ଏତେ ଉତ୍ତ୍ୟକ୍ତ ହୋଇ ଉଠିଛି ଯେ , ସେ ଭାବିଲା କି ପ୍ରଥମେ ସଞ୍ଜୟ ସିଂହଙ୍କୁ ହିଁ ଶିକ୍ଷା ଦେବାର ଅଛି। ସେ କହିଛନ୍ତି, ନୂଆଦିଲ୍ଲୀ ବିଧାନସଭା ସିଟ୍‌ରୁ ମୋ ପତ୍ନୀଙ୍କ ଭୋଟ କାଟିବା ପାଇଁ ଆବେଦନ କରାଯାଇଛି ଏବଂ ଏହା ଥରେ ନୁହେଁ ଦୁଇ-ଦୁଇ ଥର ହୋଇଛି। ଅର୍ଥାତ୍‌ ଦୁଇ ଥର ଆବଦେନ କରାଯାଇଛି। 

ସେ କହିଛନ୍ତି , ନଡ୍ଡା ସାହେବ ଏମିତି ତ କରନ୍ତୁ ନାହିଁ। ଏହିପରି ନିର୍ବାଚନୀ ଘୋଟାଲା କର ନାହିଁ ବିଜେପି ବାଲା। ଯେବେ ଅରବିନ୍ଦ କେଜ୍ରିୱାଲଙ୍କ କ୍ଷେତ୍ରରେ ସାଂସଦଙ୍କର ପତ୍ନୀଙ୍କର ଭୋଟ କଟା ଯାଉଛି ତ,ଏହା ସ୍ପଷ୍ଟ ହୋଇ ଯାଇଛି କି, ମୋ ମାମଲା ୧୦୦ ପ୍ରତିଶତ ଠିକ୍‌ ଥିଲା କି, ପୂର୍ବଞ୍ଚାଳ ଓ ବିହାରର ଲୋକଙ୍କ ଭୋଟ ବିଜେପି କାଟି ଚାଲିଛି। ସଞ୍ଜୟ ସିଂହ କହିଛନ୍ତି, ମୋ ପତ୍ନୀ ମଧ୍ୟ ପୂର୍ବାଞ୍ଚଳର। ତାଙ୍କର ଭୋଟ କାଟିବା ପାଇଁ ଆବେଦନ ୨୪ ଓ ୨୬ ଡିସେମ୍ୱରରେ କରାଯାଇଛି। 

ସଞ୍ଜୟ ସିଂହ କହିଛନ୍ତି,ନିଜର ହରକତରୁ ବିଜେପି ହଟୁ ନାହିଁ। ଲଗାତାର ଭୋଟ କାଟିବାକୁ ଚେଷ୍ଟା କରୁଛି। ଯେଉଁ କାମ ସେ ମହାରାଷ୍ଟ୍ର-ହରିଆଣାରେ କଲେ , ଗୁପ୍ତ ଦ୍ୱାରରେ ଭୋଟ କଟାଇବାର ତାଙ୍କର ଆଭୁମୁଖ୍ୟକୁ ବିଫଳ କରାଇବାର ଅଛି। 

ଏହି ସମୟରେ ସେ ମନୋଜ ତିୱାରୀଙ୍କର ଏକ ବୟାନ ମଧ୍ୟ ଶୁଣାଇ ଥିଲେ ଏବଂ କହିଛନ୍ତି କି, ଏଥିରେ ସେ କହୁଛନ୍ତି କି, ଯାହାର ଭୋଟ କଟା ଯାଉଛି, ସେମାନେ ରୋହିଙ୍ଗା , ବାଂଲାଦେଶୀ ଅନୁପ୍ରବେଶକାରୀ । ସେ କହିଛନ୍ତି , ମୁଁ ମନୋଜ ତିୱାରୀଙ୍କୁ ପଚାରିବାକୁ ଚାହୁଁଛି କି ମୋ ପତ୍ନୀ କଣ ବାଂଲାଦେଶୀ , ରୋହିଙ୍ଗା । ଏହି ଘଟଣା ବିଜେପିର ପର୍ଦ୍ଦାଫାସ କରିଦେଇଛି ଏବଂ ନିର୍ବାଚନ ଆୟୋଗ ମଧ୍ୟ ଏହା ଉପରେ ଧ୍ୟାନ ଦେବ।