ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ତଦନ୍ତରେ ଏସିବିକୁ ସହଯୋଗ କଲେ ନାହିଁ ଆପ୍‌ ସାଂସଦ ସଂଜୟ ସିଂହ !

Published By : Tapas Panda | February 7, 2025 10:04 PM

Image Courtesy: indiatv

ନୂଆଦିଲ୍ଲୀ: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଦିଲ୍ଲୀରେ ହାଇଡ୍ରାମା ଦେଖିବାକୁ ମିଳିଛି । ଆପ୍‌ ପ୍ରାର୍ଥୀଙ୍କୁ ବିଜେପି କିଣିବାକୁ ଚେଷ୍ଟା କରୁଛି ବୋଲି ଅରବିନ୍ଦ କେଜ୍ରିଓ୍ବାଲ ଏବଂ ସଂଜୟ ସିଂହଙ୍କ ଅଭିଯୋଗକୁ ନେଇ ରାଜେନୖତିକ ହଟଚମଟ ଜାରି ହୋଇଛି । ଦିଲ୍ଲୀର ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ନିର୍ଦ୍ଦେଶ କ୍ରମେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଏହି ଦୁଇ ନେତାଙ୍କ ଘରେ ପହଞ୍ଚିଥିଲା । କିନ୍ତୁ ଏସିବି ଟିମ୍‌କୁ କେଜ୍ରିଓ୍ବାଲଙ୍କ ଘରେ ଏଣ୍ଟ୍ରି ମିଳିନଥିଲା । ସେପଟେ ଟିମ୍‌ ଆପ୍‌ ସାଂସଦ ସଂଜୟ ସିଂହଙ୍କୁ ପଚରା ଉଚରା କରିଥିବା ନେଇ ସୂତ୍ର ଆଧାରରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଏସିବି (ଦୁର୍ନୀତି ନିରୋଧୀ ବ୍ୟୁରୋ) ସୂତ୍ର ଅନୁଯାୟୀ, ସଞ୍ଜୟ ସିଂହ ଯେଉଁ ୧୬ ଜଣ ପ୍ରାର୍ଥୀଙ୍କ ନାଁ କହିଥିଲେ ସେନେଇ କୌଣସି ସୂଚନା ଦେଇ ନାହାନ୍ତି ।  ସେ କେବଳ ମୁକେଶ ଆହଲାୱତଙ୍କ ନାଁ କହିଛନ୍ତି ।  ସେ କହିଛନ୍ତି,  ପ୍ରଥମେ ୭ ଜଣ ପ୍ରାର୍ଥୀଙ୍କୁ ଟଙ୍କା ପ୍ରଲୋଭିତ କରାଯାଇଥିବା ଜଣାପଡ଼ିଥିଲା, କିନ୍ତୁ ପରେ ୧୬ ଜଣ ପ୍ରାର୍ଥୀଙ୍କ ନାଁ ସାମ୍ନାକୁ ଆସିଥିଲା। ଏସିବି ସଞ୍ଜୟ ସିଂହଙ୍କୁ ଏହା ମଧ୍ୟ ପଚାରିଥିଲା ଯେ କେତେ ପ୍ରାର୍ଥୀଙ୍କୁ ଟଙ୍କା ପ୍ରଲୋଭନ ଦେଖାଇ ଦଳ ଛାଡିବାକୁ କୁହାଯାଇଥିଲା । କିନ୍ତୁ ଏହାର କୌଣସି ଉତ୍ତର ଦେଇନାହାନ୍ତି ସଂଜୟ ସିଂହ । 

ACBର ପ୍ରଶ୍ନସଞ୍ଜୟ ସିଂହଙ୍କ ଉତ୍ତର: ସୂତ୍ର

ACBର ପ୍ରଶ୍ନ: କଲ୍ ପାଇଥିବା ବିଧାୟକଙ୍କ ନାମ କୁହନ୍ତୁ।

ସଞ୍ଜୟ ସିଂହଙ୍କ ଉତ୍ତର: ଆମେ ଆମର ଅଭିଯୋଗ ଦାଖଲ କରିବାକୁ ଆସିଛୁ।

ପ୍ରଶ୍ନ: ମୁକେଶ ଆହଲାୱତ କେଉଁଠି ? ସେ କାହିଁକି ACB ସମ୍ମୁଖରେ ହାଜର ହେଲେ ନାହିଁ ?

ସଞ୍ଜୟ ସିଂହ ଏବଂ ତାଙ୍କ ଓକିଲ କହିଛନ୍ତି: ଆମର ଏହି ଅଭିଯୋଗ ଲିଖିତ ଭାବରେ ଅଛି, ଯାହା ଆମେ ACBକୁ ଦେଇଛୁ।

ପ୍ରଶ୍ନ: ମୋଟ କେତେ ଜଣ ପ୍ରାର୍ଥୀଙ୍କୁ ଟଙ୍କା ପ୍ରଲୋଭନ ଦିଆଯାଇଥିଲା?

କୌଣସି ଉତ୍ତର ମିଳିନାହିଁ ।

ପ୍ରଶ୍ନ: ବିବୃତ୍ତିରେ ପ୍ରାର୍ଥୀଙ୍କ ସଂଖ୍ୟା ବାରମ୍ବାର କାହିଁକି ପରିବର୍ତ୍ତନ ହେଲା?

କୌଣସି ଉତ୍ତର ଦିଆଯାଇନାହିଁ ।

ପ୍ରଶ୍ନ: ମୁକେଶ ଆହଲାୱତ କିମ୍ବା କେଜ୍ରିୱାଲ କେହି ଆଗକୁ ଆସି ନଥିଲେ। ତା'ହେଲେ ଅନ୍ୟ ବିଧାୟକଙ୍କ ନାମ କିଏ କହିବ?

ସଞ୍ଜୟ ସିଂହଙ୍କ ଓକିଲ କହିଛନ୍ତି: ଯାହା କହିବାର ଥିଲା, ଅଭିଯୋଗ ପତ୍ରରେ ଲେଖାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.