PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

‘ଆପଦ ମିତ୍ର’ ପ୍ରଶିକ୍ଷଣ ଶୁଭାରମ୍ଭ, ତାଲିମ ନେଲେ ଆଦିବାସୀ ଅଞ୍ଚଳର ୪୦ ଯୁବକ-ଯୁବତୀ

ମାଲକାନଗିରି,୧୮।୧୧ ( ଆପ୍ର) : ଓଡ଼ିଶା ସରକାର ଓ ମାଲକାନଗିରି ଜିଲା ବିପର୍ଯୟ ପରିଚାଳନା ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ‘ ଆପଦ ମିତ୍ର ‘ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ହୋଇଛି। ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଆପଦ ମିତ୍ର ସ୍ୱେଚ୍ଛାସେବୀ ତାଲିମ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାର ଏକ ମାଇଲଖୁଣ୍ଟ ହୋଇଛି, ଗ୍ରାମାଞ୍ଚଳ ଓ ସହରାଞ୍ଚଳ ରେ ବିପର୍ଯ୍ୟୟ ପରିଚାଳନାରେ ଜିଲ୍ଲାର ଆପଦ ମିତ୍ର ସ୍ଵେଚ୍ଛା ସେବୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମୁଖ୍ୟ ଅତିଥି କହିଥିଲେ।

ଏହି ଶିବିରରେ ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀ କାଳୀନ ଆଧିକାରୀ ଉମାଶଙ୍କର ଦାଶ ଅଧ୍ୟକ୍ଷତା କରିଥିଲେ। ଏହି ବିପର୍ଯ୍ୟୟ ପ୍ରଶମନ ତାଲିମ ୧୨ ଦିନ ଧରି ଚାଲିବ। ବିପର୍ଯ୍ୟୟ ପରିଚାଳନା ବିଭାଗର ଜିଲା ସଂଯୋଜକ ଶୁଭେନ୍ଦୁ ଧଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଏହି ଶିବିରରେ ୪୦ଜଣ ଗୋଷ୍ଠୀ ସ୍ଵେଚ୍ଛାସେବୀ ତାଲିମ ଆରମ୍ଭ କରିଛନ୍ତି । ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଉଡ୍ରାପ ସିଭିଲ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଏହି ଶିବିରରେ ତାଲିମଦାତା ଭାବେ ଯୋଗଦେଇ ଆପଦ ମିତ୍ର ତାଲିମ ଦେଇଛନ୍ତି।ବିପର୍ଯ୍ୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆପଦ ମିତ୍ର ୪୦ ଜଣ ସ୍ବେଛାସେବୀ ଗୋଷ୍ଠିଙ୍କୁ ସ୍ୱତନ୍ତ୍ର ପୋଷାକ ପ୍ରଦାନ କରାଯାଇ ସେମାନଙ୍କୁ ବିପର୍ଯ୍ୟୟ ପରିଚାଳନା କିପରି କରାଯାଇ ପାରିବ ସେ ସମ୍ପର୍କରେ ବିଭିନ୍ନ କୌଶଳର ପ୍ରଶିକ୍ଷଣ ଦିଆଯାଇଛି। ଏହି ପ୍ରଶିକ୍ଷଣ ଶିବିର ଆସନ୍ତା ୨୯ତାରିଖ ପର୍ଯ୍ୟନ୍ତ ଚାଲିବ। ଜିଲ୍ଲା ଜରୁରୀକାଳୀନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ସହ ଯୋଗାଯୋଗ କରିଥିଲେ।