ପୁରୀ, ୨୫।୧: ଭଡ଼ା ଘରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । କଣାସ ପୁରୀ ଜିଲ୍ଲା ଗଡ଼ିଶଗୋଦା ଥାନା ଅନ୍ତର୍ଗତ ବାକୁ ସ୍ଥିତ ଏକ ପେଟ୍ରୋଲ ଟାଙ୍କି ନିକଟ ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ତରତୁଆ ଗ୍ରାମର କୃପାସିନ୍ଧୁ ମହାରଣା ନାମକ ଜଣେ ୨୪ ବର୍ଷୀୟ ଯୁବକ ନିଜ ସ୍ତ୍ରୀ ଓ ପୁଅ ସହ ଭଡ଼ାଘରେ ରହୁଥିଲେ । କୁହାଯାଉଛି ଯେ, ଘରେ ଝଗଡ଼ା ଲାଗିବାରୁ ସେ ସେଠାରେ ଆସି ଭଡ଼ାରେ ରହୁଥିଲେ । ନିରାକାରପୁର ନିକଟ ଏକ ପେଟ୍ରୋଲ ଟାଙ୍କିରେ ସେ କାମ କରୁଥିଲେ । ରାତିରେ ସମସ୍ତେ ଶୋଇଥିବା ସମୟରେ ସେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । କିନ୍ତୁ, ସ୍ଥାନୀୟ ଲୋକ ଏହା ହତ୍ୟାକାଣ୍ଡ ବୋଲି କହିଛନ୍ତି । ତାଙ୍କୁ ମାରି ଟାଙ୍ଗି ଦେଇଥିବା ଆଲୋଚନା ହେଉଛି । ମୃତ୍ୟୁ ସନ୍ଦେହ ଜନକ ରହିଛି । ପୁଲିସ ଏ ପର୍ଯ୍ୟନ୍ତ ଘଟଣାସ୍ଥଳରେ ପହଞ୍ଚିନାହିଁ ।
ଆହୁରି ପଢ଼ନ୍ତୁ... ଉପକୂଳ ଓଡ଼ିଶାରେ କମିବ ଶୀତ, ୧୫ ଡିଗ୍ରୀ ଉପରେ ରହିବ ୮ ସହରର ତାପମାତ୍ରା