ପ୍ରମୂଖ ଖବର
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ବାଣ ଉପରେ କଟକଣା ହଟାଇବାକୁ ମନାକଲେ ସୁପ୍ରିମକୋର୍ଟ, କହିଲେ-ଦିଲ୍ଲୀରେ ବିପଦଜନକ ରହିଛି ବାୟୁ ପ୍ରଦୂଷଣ ସ୍ତର

Published By : Harapriya Biswal | April 3, 2025 7:17 PM

ନୂଆଦିଲ୍ଲୀ,୩।୪: ଦିଲ୍ଲୀ-ଏନସିଆରରେ ବାଣ ତିଆରି, ସଂରକ୍ଷଣ ଏବଂ ବିକ୍ରୟ ଉପରେ ଲଗାଯାଇଥିବା କଟକଣାକୁ ଉଠାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି,ଏଠାରେ ବାୟୁ ପ୍ରଦୂଷଣ ଦୀର୍ଘ ସମୟ ଧରି ବିପଜ୍ଜନକ ସ୍ତରରେ ରହିଛି। ମାମଲାର ଶୁଣାଣି ସମୟରେ ବିଚାରପତି ଅଭୟ ଏସ୍ ଓକା ଏବଂ ଉଜ୍ଜଲ ଭୂଇଁଆଙ୍କ ଖଣ୍ଡପୀଠ କହିଛନ୍ତି, ରାସ୍ତାରେ କାମ କରୁଥିବା ଲୋକମାନେ ପ୍ରଦୂଷଣ ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୁଅନ୍ତି। ସମସ୍ତଙ୍କର ଘରେ କିମ୍ବା କାର୍ଯ୍ୟସ୍ଥଳରେ ଏୟାର ପ୍ୟୁରିଫାୟର୍ ଲଗାଇବାର ସୁବିଧା ନାହିଁ।

ସୁପ୍ରିମକୋର୍ଟ କହିଛନ୍ତି, 'ଗତ ଛଅ ମାସରେ,  କୋର୍ଟ ଅନେକ ନିର୍ଦ୍ଦେଶ ଦେଇଛନ୍ତି ଯାହା ଦର୍ଶାଉଛି ଯେ ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ଥିତି ବହୁତ ଖରାପ ରହିଛି।' ସମ୍ବିଧାନର ଧାରା ୨୧ ଅନୁଯାୟୀ ସ୍ୱାସ୍ଥ୍ୟ ଅଧିକାର ପ୍ରତ୍ୟେକ ନାଗରିକଙ୍କର ଅଧିକାର, ଯେଉଁଥିରେ ଏକ ସ୍ୱଚ୍ଛ ଏବଂ ପ୍ରଦୂଷଣମୁକ୍ତ ପରିବେଶରେ ବଞ୍ଚିବାର ଅଧିକାର ମଧ୍ୟ ରହିଛି।’ 

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି  ଯେଉଁ ପର୍ଯ୍ୟନ୍ତ ଏହା ପ୍ରମାଣିତ ନହୁଏ ଯେ ଗ୍ରୀନ୍ କ୍ରାକର  ଖୁବ୍ କମ୍ ପ୍ରଦୂଷଣ ସୃଷ୍ଟି କରେ, ସେପର୍ଯ୍ୟନ୍ତ ଏହି ନିଷେଧ ଉପରେ ପୁନର୍ବିଚାର କରିବାର କୌଣସି ପ୍ରଶ୍ନ ଉଠୁନାହିଁ। କୋର୍ଟଙ୍କ ଅନୁଯାୟୀ, ଦିଲ୍ଲୀରେ ଅସାଧାରଣ  ସ୍ଥିତି ଲାଗି ରହିଛି, ସେହି କାରଣରୁ ବାଣ ଉପରେ କଟକଣା  ଲଗାଇବା ସମ୍ପୂର୍ଣ୍ଣ ଜରୁରୀ। 

ପ୍ରଥମ ଥର ୭୫ ପାର, କାନାଡାରେ ବଢୁଛି ଭାରତୀୟ ବଂଶୋଦ୍ଭବଙ୍କ ଜଲଓ୍ବା: ସବୁଠାରୁ ଅଧିକ ବିରୋଧି ପ୍ରାର୍ଥୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.