ନୂଆଦିଲ୍ଲୀ, ୩।୪: ଆଗକୁ କାନାଡାରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ସେଥିପାଇଁ ଏବେଠାରୁ ଚାଲିଛି ନାମାଙ୍କନ ପକ୍ରିୟା। କିନ୍ତୁ ଏହା ମଧ୍ୟରେ ଭାରତୀୟ ବଂଶୋଦ୍ଭବଙ୍କୁ ନେଇ ଜୋରଦାର ଚର୍ଚ୍ଚା। ଏଥର ସଂଘୀୟ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ରେକର୍ଡ ସ୍ତରରେ ହୋଇଛି ବୃଦ୍ଧି।  ହାଉସ ଅଫ୍ କମନ୍ସରେ ପ୍ରବେଶ କରିବା ପାଇଁ ୭୫ ରୁ ଅଧିକ ଭାରତୀୟ ଦାଖଲ କରିଛନ୍ତି ନାମାଙ୍କନ। ଯାହାକି ଏବେ ଏକ ରେକର୍ଡ। 

୨୮ ଅପ୍ରେଲରୁ କାନାଡାରେ ହେବ ସାଧାରଣ ନିର୍ବାଚନ। ଏହା ମଧ୍ୟରେ  ଆରମ୍ଭ ହୋଇଛି ନାମାଙ୍କନ ପକ୍ରିୟା।  ହେଲେ ଏଥର ମଧ୍ୟ ରହିଛି ଭାରତୀୟ ବଂଶୋଦ୍ଭବଙ୍କ ଜଲଓ୍ବା।  ୭୫ ରୁ ଅଧିକ ଭାରତୀୟ  ଦାଖଲ କରିସାରିଲେଣି ନାମାଙ୍କନ ପତ୍ର।  ଆଗାମୀ କିଛି ଦିନରେ ଏହି ସଂଖ୍ୟା ଆହୁରି ବଢିପା‌ରେ। କାରଣ ବହୁ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ପୂର୍ବରୁ ଘୋଷିତ ପ୍ରାର୍ଥୀଙ୍କ ବିବରଣୀ ଅନୁସାରେ, ଶାସକ ଲିବରାଲ ପାର୍ଟି ଏପର୍ଯ୍ୟନ୍ତ ଅତି କମ୍‌ରେ ୧୭ ଭାରତୀୟ-କାନାଡୀୟ ପ୍ରାର୍ଥୀଙ୍କୁ  ନିର୍ବାଚନକୁ ଓହ୍ଲାଇଛି।  ସେଭଳି ମୁଖ୍ୟ ବିରୋଧି କଞ୍ଜରଭେଟିଭ ପାର୍ଟି ୨୮ ବା ତା’ଠାରୁ ଅଧିକ ଭାରତୀୟ ବଂଶୋଦ୍ଭବଙ୍କ ଉପରେ ଭରସା ଦେଖାଇଛନ୍ତି। 

ଅନ୍ୟ ଭାରତୀୟ-କାନାଡୀୟ ପ୍ରାର୍ଥୀଙ୍କ ମଧ୍ୟରେ ୧୦ ନ୍ୟୁ ଡେମୋକ୍ରାଟିକ୍ ପାର୍ଟିରୁ ରହିଛନ୍ତି। ଏହାଛଡା ପିପୁଲ୍ସ ପାର୍ଟି ଅଫ୍ କାନାଡାର ୮ ଭାରତୀୟ ବଂଶୋଦ୍ଭବୀ ପ୍ରାର୍ଥୀ ହୋଇଛନ୍ତି। ଗ୍ରୀନ୍ ପାର୍ଟି ମଧ୍ୟ ୪ ଭାରତୀୟ-କାନାଡୀୟ ପ୍ରାର୍ଥୀଙ୍କୁ ଓହ୍ଲାଇବାର ଘୋଷଣା କରିଛି। କିଛି ପ୍ରମୁଖ ଦଳ ମଧ୍ୟ ଭାରତୀୟ-କାନଡୀୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅୖଛନ୍ତି ୫୦ ରୁ ଅଧିକ ପଞ୍ଜାବୀ। ଏହା ପୂର୍ବରୁ ମଧ୍ୟ  ୨୦୨୧ ରେ ସଂଘୀୟ ନିର୍ବାଚନରେ ୬୦ ଭାରତୀୟ –କାନାଡୀୟ ପ୍ରାର୍ଥୀ ଥିଲେ। ନିର୍ବାଚନ ପରେ ୨୧ ଭାତତୀୟ ବଂଶୋଦ୍ଭବ ସଂସଦକୁ ଯାଇଥିଲେ। ଗତ ମାସ ନିର୍ବାଚନ ଘୋଷିତ ହେବାପରେ ସଂସଦ ଭଙ୍ଗ କରି ଦିଆଯାଇଥିଲା। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଆହୁରି ଭାରତୀୟ ବଂଶୋଦ୍ଭବ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି।