ପ୍ରମୂଖ ଖବର
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ପ୍ରଥମ ଥର ୭୫ ପାର, କାନାଡାରେ ବଢୁଛି ଭାରତୀୟ ବଂଶୋଦ୍ଭବଙ୍କ ଜଲଓ୍ବା: ସବୁଠାରୁ ଅଧିକ ବିରୋଧି ପ୍ରାର୍ଥୀ

Published By : Harapriya Biswal | April 3, 2025 2:27 PM

ନୂଆଦିଲ୍ଲୀ, ୩।୪: ଆଗକୁ କାନାଡାରେ ହେବାକୁ ଯାଉଛି ସାଧାରଣ ନିର୍ବାଚନ। ସେଥିପାଇଁ ଏବେଠାରୁ ଚାଲିଛି ନାମାଙ୍କନ ପକ୍ରିୟା। କିନ୍ତୁ ଏହା ମଧ୍ୟରେ ଭାରତୀୟ ବଂଶୋଦ୍ଭବଙ୍କୁ ନେଇ ଜୋରଦାର ଚର୍ଚ୍ଚା। ଏଥର ସଂଘୀୟ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବଙ୍କ ସଂଖ୍ୟା ରେକର୍ଡ ସ୍ତରରେ ହୋଇଛି ବୃଦ୍ଧି।  ହାଉସ ଅଫ୍ କମନ୍ସରେ ପ୍ରବେଶ କରିବା ପାଇଁ ୭୫ ରୁ ଅଧିକ ଭାରତୀୟ ଦାଖଲ କରିଛନ୍ତି ନାମାଙ୍କନ। ଯାହାକି ଏବେ ଏକ ରେକର୍ଡ। 

୨୮ ଅପ୍ରେଲରୁ କାନାଡାରେ ହେବ ସାଧାରଣ ନିର୍ବାଚନ। ଏହା ମଧ୍ୟରେ  ଆରମ୍ଭ ହୋଇଛି ନାମାଙ୍କନ ପକ୍ରିୟା।  ହେଲେ ଏଥର ମଧ୍ୟ ରହିଛି ଭାରତୀୟ ବଂଶୋଦ୍ଭବଙ୍କ ଜଲଓ୍ବା।  ୭୫ ରୁ ଅଧିକ ଭାରତୀୟ  ଦାଖଲ କରିସାରିଲେଣି ନାମାଙ୍କନ ପତ୍ର।  ଆଗାମୀ କିଛି ଦିନରେ ଏହି ସଂଖ୍ୟା ଆହୁରି ବଢିପା‌ରେ। କାରଣ ବହୁ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହାନ୍ତି। ପୂର୍ବରୁ ଘୋଷିତ ପ୍ରାର୍ଥୀଙ୍କ ବିବରଣୀ ଅନୁସାରେ, ଶାସକ ଲିବରାଲ ପାର୍ଟି ଏପର୍ଯ୍ୟନ୍ତ ଅତି କମ୍‌ରେ ୧୭ ଭାରତୀୟ-କାନାଡୀୟ ପ୍ରାର୍ଥୀଙ୍କୁ  ନିର୍ବାଚନକୁ ଓହ୍ଲାଇଛି।  ସେଭଳି ମୁଖ୍ୟ ବିରୋଧି କଞ୍ଜରଭେଟିଭ ପାର୍ଟି ୨୮ ବା ତା’ଠାରୁ ଅଧିକ ଭାରତୀୟ ବଂଶୋଦ୍ଭବଙ୍କ ଉପରେ ଭରସା ଦେଖାଇଛନ୍ତି। 

ଅନ୍ୟ ଭାରତୀୟ-କାନାଡୀୟ ପ୍ରାର୍ଥୀଙ୍କ ମଧ୍ୟରେ ୧୦ ନ୍ୟୁ ଡେମୋକ୍ରାଟିକ୍ ପାର୍ଟିରୁ ରହିଛନ୍ତି। ଏହାଛଡା ପିପୁଲ୍ସ ପାର୍ଟି ଅଫ୍ କାନାଡାର ୮ ଭାରତୀୟ ବଂଶୋଦ୍ଭବୀ ପ୍ରାର୍ଥୀ ହୋଇଛନ୍ତି। ଗ୍ରୀନ୍ ପାର୍ଟି ମଧ୍ୟ ୪ ଭାରତୀୟ-କାନାଡୀୟ ପ୍ରାର୍ଥୀଙ୍କୁ ଓହ୍ଲାଇବାର ଘୋଷଣା କରିଛି। କିଛି ପ୍ରମୁଖ ଦଳ ମଧ୍ୟ ଭାରତୀୟ-କାନଡୀୟ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅୖଛନ୍ତି ୫୦ ରୁ ଅଧିକ ପଞ୍ଜାବୀ। ଏହା ପୂର୍ବରୁ ମଧ୍ୟ  ୨୦୨୧ ରେ ସଂଘୀୟ ନିର୍ବାଚନରେ ୬୦ ଭାରତୀୟ –କାନାଡୀୟ ପ୍ରାର୍ଥୀ ଥିଲେ। ନିର୍ବାଚନ ପରେ ୨୧ ଭାତତୀୟ ବଂଶୋଦ୍ଭବ ସଂସଦକୁ ଯାଇଥିଲେ। ଗତ ମାସ ନିର୍ବାଚନ ଘୋଷିତ ହେବାପରେ ସଂସଦ ଭଙ୍ଗ କରି ଦିଆଯାଇଥିଲା। ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଆହୁରି ଭାରତୀୟ ବଂଶୋଦ୍ଭବ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି।    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.