PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଟିଏମରେ ଟଙ୍କା ଭରିବା ନେଇ ଗାଡିରେ ଯାଉଥିବା ବେଳେ ୫୭ ଲକ୍ଷ ଟଙ୍କା ଧରି ଡ୍ରାଇଭର ଫେରାର
  • ||
  • ମୃତ ବ୍ୟକ୍ତିଙ୍କ ନାଁରେ ଜମି ବିକ୍ରି ଘଟଣାରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ନିଲମ୍ବିତ
  • ||
  • କେନ୍ଦ୍ର ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ମୁକ୍ତାର ଆବ୍ବାସ ନକଭି
  • ||
  • ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ରାଜଧାନୀ ମିଡ଼ିଆ ହାଉସ୍ ସିଇଓ ଥାନାରେ କଲେ ଅଭିଯୋଗ , ଯାତ୍ରା ରାଜିନାମା ଅଗ୍ରୀମ ଟଙ୍କା ଫେରସ୍ତ ନକରିବାରୁ ବାଲେଶ୍ୱର ଜିଲ୍ଲା ଔପଦା ଥାନାରେ ରୁଜୁ ହୋଇଛି ମାମଲା, ପାର୍ବତୀ ଗଣନାଟ୍ୟ ଠାରୁ ୧୫ ଲକ୍ଷ ଟଙ୍କା ନେଇଥିଲେ ଅଗ୍ରୀମ
  • ||
  • ନୂଆଦିଲ୍ଲୀ : ଆସାମ ବନ୍ୟା ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ଫିଲ୍ମ ନିର୍ମାତା କରନ ଜୋହର, ରିଲିଫ ପାଣ୍ଠିକୁ ଦେଲେ ୧୧ଲକ୍ଷ
  • ||
  • ଭୁବନେଶ୍ବର : କଂଗ୍ରେସ ବିଧାୟକ ରାଜନ ଏକ୍କାଙ୍କୁ ଭେଟିଲେ ବିଜେଡି ଟିମ୍, ରାଷ୍ଟ୍ରପତି ପ୍ରାର୍ଥି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ କଲେ ନିବେଦନ
  • ||
  • କଟକ : ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ଚଳିତ ବର୍ଷ ପାସ ହାର ୯୦.୫୫
  • ||
  • ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସୁକରପଡା ଗାଁରେ ପାରିବାରିକ କଳହରୁ ମା’କୁ ହତ୍ୟା କରିଛି ପୁଅ
  • ||
  • ଆନନ୍ଦପୁର : ଶାଳବଣୀ ଛକ ନିକଟରେ ଟାୟାର ଫାଟିଯିବାରୁ ପୋଲିସ ହାବୁଡରେ ଧରାପଡିଲା ବେଆଇନ ଗୋ-ଚାଲାଣ ଟ୍ରକ, ଜବତ କଲା ଆନନ୍ଦପୁର ପୋଲିସ
  • ||
  • ଭୁବନେଶ୍ୱର : ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ଘଟଣା, ପ୍ରେମିକ ସନ୍ତୋଷ ପାତ୍ର ରାଉରକେଲା ବାସନ୍ତୀକଲୋନୀରେ ଆତ୍ମହତ୍ୟା କରିଛନ୍ତି
  • ||
  • ରାଉରକେଲା : ରାଉରକେଲାରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାୟଗଡ଼ା : ଚାନ୍ଦିଲି ଥାନା ଅନ୍ତର୍ଗତ ୩୨୬ ନମ୍ବର ଜାତୀୟ ରାଜପଥର ହାତୀଖମ୍ବ ଗାଁ ନିକଟରେ ଏକ ଯାତ୍ରୀବାହୀ ବସ୍ ଓଲଟି ଜଣେ ମହିଳାଙ୍କ ମୃତ୍ୟୁ, ୩୦ ଆହତ
  • ||

ଘାଜି ପରେ ଜୈଶର ନୂଆ କମାଣ୍ଡର ଅବୁ ବକର

ନୂଆଦିଲ୍ଲୀ,୨୧।୨: ପୁଲଓ୍ବାମ ଆକ୍ରମଣର ମାଷ୍ଟରମାଇଣ୍ଡ କାମରାନ୍ ଓ ରଶିଦ୍ ଘାଜି ନିହତ ହେବାପରେ ଏବେ ଆଇଆଇଡି ଏକ୍ସପର୍ଟ ଅବୁବକରକୁ ନିଜର ନୂଆ କମାଣ୍ଡର ଭାବରେ ନିଯୁକ୍ତ କରାଯାଇଛି। ସୂଚନା ଅନୁସାରେ ଅବୁ ବକରକୁ ଅଫଗାନର ଆତଙ୍କବାଦୀଙ୍କ ସହ ଟ୍ରେନିଂ ଦିଆଯାଇଛି। ସୂଚନା ଅନୁସାରେ ଗତ ବର୍ଷ ଜୁଲାଇରେ ଅବୁ ବକର ପାକ୍ ଅଧିକୃତ କଶ୍ମୀର ଜରିଆରେ ଅନୁପ୍ରବେଶ କରିଥିଲା। ଗୁଇନ୍ଦା ସୁତ୍ରର ସୂଚନା ଅନୁସାରେ ପାକ୍ ଅଧିକୃତ କଶ୍ମୀରରେ ବୋଇ, ମଦାରପୁର, ଫଗୋଶ୍  ଓ ଦେଓଲିଆନ୍ର ଟ୍ରେନିଂ କ୍ୟାମ୍ପସରେ ଜୈଶ-ଏ-ମହମ୍ମଦର ୧୨ରୁ ଉର୍ଦ୍ଧ୍ବ ଆତଙ୍କବାଦୀଙ୍କୁ ଖାସ୍ ଧରଣର ପ୍ରଶିକ୍ଷଣ ଦିଆଯାଉଛି।ସୂଚନା  ଅନୁସାରେ ପାକିସ୍ତାନୀ ସେନା ଭାରତରେ ବଡ ଧରଣର ଅନୁପ୍ରବେଶ କରିବାର ଯୋଜନାରେ ଅଛନ୍ତି। ଏହି କାରଣରୁ ପାକିସ୍ତାନ ସେନା ଗତ ୨ ଦିନରେ ବହୁବାର ଅସ୍ତ୍ରବିରତି ଉଲଂଘନ କରିସାରିଛି। ଏଥିରୁ ଜଣାପଡୁଛି ଯେ ଜୈଶର ଆତଙ୍କବାଦୀ ମୌଲାନା ମସୁଦ ଆଝାର ପୁଲଓ୍ବାମା ଆକ୍ରମଣ ପରେ ମଧ୍ୟ ଶାନ୍ତିରେ ବସି ନାହିଁ। ସେ ଏଭଳି ଏକ ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି ଯାହାଫଳରେ ଭାରତରେ ପଶି ଆତଙ୍କବାଦୀ ଆକ୍ରମଣକୁ ସଫଳ କରିପାରିବ।

source: https://www.loksatta.com

ଗୁଇନ୍ଦା ଏଜେନ୍ସିର ସୂଚନା ଅନୁସାରେ ଜମ୍ମୁ-କଶ୍ମୀରରେ ଏପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସଂଗଠନର ୨୯୮ ଆତଙ୍କବାଦୀ ରହିଛି। ସୂଚନା ଅନୁସାରେ କଶ୍ମୀର ଘାଟିରେ ଏବେ ସବୁଠାରୁ ଅଧିକ ଲସ୍କରର ୮୦ ଆତଙ୍କବାଦୀ ଓ ୫୫ ସ୍ଥାନୀୟ ଆତଙ୍କବାଦୀ ଉପସ୍ଥିତ ଅଛନ୍ତି। ଏହାଛଡା ଜୈଶ-ଏ-ମହମ୍ମଦର ୨୨ ପାକିସ୍ତାନୀ ଆତଙ୍କବାଦୀ ଓ ୧୯ ସ୍ଥାନୀୟ ଆତଙ୍କୀ କାଶ୍ମୀରରେ ଏବେ ବି ସକ୍ରିୟ ରହିଛନ୍ତି। ଏବେ ପାକିସ୍ତାନୀ ନ୍ୟୁଜ ଏଜେନ୍ସି ଆଇଏସ୍ଆଇ ହିଜବୁଲ ମୁଝାହିଦ୍ଦିନର ବିଦେଶୀ ଓ ସ୍ଥାନୀୟ ଆତଙ୍କବାଦୀଙ୍କ ଉପରେ ଅପରେସନ୍ ପାଇଁ ଭରସା କରିହେବ ନାହିଁ। ଯଦିଓ ହିଜବୁଲର ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା କଶ୍ମୀରରେ ୧୦୨ ରହିଛି, ଯାହାକି ସବୁଠୁ ଅଧିକ। ଭାରତୀୟ ସୁରକ୍ଷା ଏଜେନ୍ସି ପାଇଁ ବଡ ସମସ୍ୟା ପାଲଟିଛି ଆତଙ୍କବାଦୀଙ୍କ ନିପାତ କିଭଳି କରିବେ।  

ସମ୍ବନ୍ଧିତ ଖବର