ବଲାଙ୍ଗିର ୦୫/୦୬ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସଦସ୍ୟତା ଅଭିଯାନ। ପ୍ରତି ବର୍ଷ ଭଳି ଏ ବର୍ଷ ଜୁନ୍ ମାସରୁ ଆରମ୍ଭ ହେବ ସଦସ୍ୟତା ଅଭିଯାନ। ଚଳିତ ବର୍ଷ ପଶ୍ଚିମ ଓଡ଼ିଶାର ୧୪ ଟି ସାଂଗଠନିକ ଜିଲ୍ଲାରେ ୧ଲକ୍ଷ ୪ ହଜାର ସଦସ୍ୟଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସେହିଭଳି ବଲାଙ୍ଗିରରେ ମଧ୍ୟ ୧୩୧୦୦ ସଦସ୍ୟତା କରିବାର ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏନେଇ ପ୍ରେସ ବାର୍ତ୍ତାରେ ଓଡିଆ ପଶ୍ଚିମ ରାଜ୍ୟ ସମ୍ପାଦକ ଶ୍ବେତାଂଶୁ ସେଖର ବରାଇ ସୂଚନା ଦେଇଛି।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରାଷ୍ଟ୍ର ପ୍ରଥମ ଭାବନା ରଖି ଏବଂ ଛାତ୍ରଶକ୍ତି ରାଷ୍ଟ୍ରଶକ୍ତି ନାରାରେ ବିଶ୍ୱାସ କରି କାମ କରୁଥିବା ବିଶ୍ଵର ସବୁଠାରେ ବଡ଼ ଛାତ୍ର ସଂଗଠନ । ଏବିଭିପି ୧୯୪୯ ମସିହା ଜୁଲାଇ ୯ ତାରିଖ ରୁ ଆରମ୍ଭ ହୋଇ ଆଜି ଯାଏ ଅନବରତ ରାଷ୍ଟ୍ରହିତରେ ଏବଂ ଛାତ୍ରମାନଙ୍କ ହିତରେ କାମ କରୁଅଛି । ଏବିଭିପିର ପ୍ରତିବର୍ଷ ସଦସ୍ୟତା ଅଭିଯାନ ହୋଇଥାଏ। ତାର ସଦସ୍ୟତାରୁ ହିଁ କହିଥାଏ ବିଶ୍ଵର ସବୁଠୁ ବଡ଼ ଛାତ୍ର ସଂଗଠନ । ପ୍ରତି ବର୍ଷ ଭଳି ଏହି ଶିକ୍ଷା ବର୍ଷରେ ମଧ୍ୟ ସଦସ୍ୟତା ଅଭିଯାନ ଜୁନ ମାସରୁ ଆରମ୍ଭ ହୋଇ ଯିବ।
ଏପ୍ରିଲ ମାସରେ ୨୦-୨୨ ତାରିଖରେ ଝାରସୁଗୁଡ଼ା ଠାରେ ହେଇଥିବା ପ୍ରାନ୍ତ ଓ ସମୀକ୍ଷା ଯୋଜନା ବୈଠକ ଅନୁଷ୍ଠିତ ହୋଇଥିଲା। ୨୦୨୫-୨୬ ଶିକ୍ଷାବର୍ଷରେ ଓଡ଼ିଶା ପଶ୍ଚିମ ପ୍ରାନ୍ତ ରେ ତଥା ଓଡ଼ିଶା ପଶ୍ଚିମର ୧୪ ଟି ସାଂଗଠନିକ ଜିଲ୍ଲାରେ ୧ଲକ୍ଷ ୪ହଜାର ସଦସ୍ୟ ସାମିଲ କରିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା। ସେହିଭଳି ବଲାଙ୍ଗିରରେ ମଧ୍ୟ ୧୩୧୦୦ ସଦସ୍ୟତା କରିବାର ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ସେହଭିଳ ଚଳିତ ଶିକ୍ଷା ବର୍ଷରେ ଏବିଭିପି ସଂପୂର୍ଣ୍ଣ ଭାବରେ ଛାତ୍ର ସଂସଦ ନିର୍ବାଚନ ଲଢିବା ପାଇଁ ମଧ୍ୟ ପ୍ରସ୍ତୁତ ଅଛି। ଓଡ଼ିଶା ପଶ୍ଚିମ ପ୍ରାନ୍ତରେ ୩୩୧ଟି ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ ଶାଖା ଏବଂ ପ୍ରତି ବ୍ଲକ ମୁଖ୍ୟାଳୟରେ ତଥା ୧୧୮ଟି ସ୍ଥାନରେ ନଗର ଶାଖା। ସେହିଭଳି ବଲାଙ୍ଗିର ଜିଲ୍ଲାରେ ୧୪ ଟି ନଗର ଶାଖା ଏବଂ ୫୦ଟି କ୍ୟାମ୍ପସ ଶାଖା ଘୋଷଣା କରିବାର ମଧ୍ୟ ଲକ୍ଷ୍ୟ ରଖିଛି। ସମ୍ବାଦିକ ସମ୍ମିଳନୀରେ ଓଡିଆ ପଶ୍ଚିମ ରାଜ୍ୟ ସମ୍ପାଦକ ଶ୍ବେତାଂଶୁ ସେଖର ବରାଇ ସୂଚନା ଦେଇଥିଲେ । ରାଜ୍ୟ ସିଡିଡି ସଂଯୋଜକ ମଞ୍ଜିତ କୁମାର କର୍ମି, ନଗର ସମ୍ପାଦକ ତେଜରାଜ ସାହୁ ଉପସ୍ଥିତ ଥିଲେ।