ଭୁବନେଶ୍ୱର, ୦୩/୦୬: ସୁଜୁକି ମୋଟର୍‌ସାଇକେଲ ଇଣ୍ଡିଆ ଏହାର ବହୁ  ପ୍ରତୀକ୍ଷିତ ଆକ୍ସେସ୍‌ ୧୨୫ ରାଇଡ୍‌ କନେକ୍ଟ  ଟିଏଫ୍‌ଟି ସଂସ୍କରଣକୁ ଓଡ଼ିଶା ବଜାରରେ  ପ୍ରବେଶ କରାଇଛି । ଗ୍ରାହକ ଏଥିରେ  ଅତ୍ୟାଧୁନିକ ବୈଶିଷ୍ଟ୍ୟ ପାଇବେ । ଏହି  ଟପ୍‌ ଏଣ୍ଡ୍‌ ଭାରିଆଣ୍ଟ୍‌ ୪.୨ ଇଞ୍ଚ ଟିଏଫ୍‌ଟି  କଲର୍‌ ମିଟର୍‌ କନ୍‌ସୋଲ୍‌ରେ ଆସୁଛି ।  ଏହାର ଏକ୍ସସୋ’ରୁମ୍‌ ଭୁବନେଶ୍ୱର ମୂଲ୍ୟ  ୧,୦୫,୮୧୩ ଟଙ୍କା ରହିଛି ।  ଏହି ନୂଆ ମଡେଲ୍‌ର ପ୍ରମୁଖ ବୈଶିଷ୍ଟ୍ୟ  ହେଉଛି ଏହାର ବ୍ଲୁଟୁଥ୍‌ କନେକ୍ଟିଭିଟି । 

 ଏହା ମାଧ୍ୟମରେ ଚାଳକ ସେମାନଙ୍କ  ସ୍ମାର୍ଟଫୋନ୍‌କୁ ବିଭିନ୍ନ ସ୍ମାର୍ଟ ବୈଶିଷ୍ଟ୍ୟ  ଯଥା ଟର୍ଣ୍ଣ-ବାଏ-ଟର୍ଣ୍ଣ ନାଭିଗେଶନ୍‌, କଲ୍‌/ ଏସ୍‌ଏମ୍‌ଏସ୍‌ ଏବଂ ହ୍ୱାଟ୍‌ସଆପ୍‌ ଆଲର୍ଟ  ପାଇଁ ଲିଙ୍କ୍‌ କରିପାରିବେ । ଏଥିରେ ଏକ  ସ୍ୱିଟ୍‌ ଏକ୍ସିଡିଂ ଆଲର୍ଟ ସିଷ୍ଟମ୍‌ ବି ରହିଛି ।  ଟିଏଫ୍‌ଟି ଡିସ୍‌ପ୍ଲେ ଭିଜିବିଲିଟି ବଢ଼ାଇଥାଏ  ଏବଂ ସ୍ପିଡ୍‌, ଇନ୍ଧନ ସ୍ତର, ଟ୍ରିପ୍‌ ମିଟର,  ଓଡୋମିଟର, ବ୍ୟାଟେରି ଭୋଲ୍‌ଟେଜ୍‌ ଏବଂ  ଟାଇମ୍‌ ଆଦି ବିବରଣୀ ପ୍ରଦାନ କରିଥାଏ।

ଅନ୍ୟାନ୍ୟ ରଙ୍ଗ ସହିତ ସୁଜୁକି ଏହି  ସଂସ୍କରଣ ପାଇଁ ଏକ ନୂଆ ପର୍ଲ ମ୍ୟାଟ୍‌  ଆକ୍ୱା ସିଲ୍‌ଭର୍‌ କଲର୍‌ ବିକଳ୍ପ ମଧ୍ୟ ପ୍ରଚଳନ  କରିଛି । ଅତିରିକ୍ତ ବୈଶିଷ୍ଟ୍ୟଗୁଡ଼ିକ ମଧ୍ୟରେ  ଅଲ୍‌-ଏଲ୍‌ଇଡି ଲାଇଟିଂ, ଏକ ୟୁଏସ୍‌ବି  ଚାର୍ଜିଂ ପୋର୍ଟ ଏବଂ ବିଶାଳ ଅଣ୍ଡର୍‌-ସିଟ୍‌  ଷ୍ଟୋରେଜ୍‌ ଆଦି ରହିଛି । ଚାଳକଙ୍କ ପାଇଁ  ଏହା ଉଭୟ ଆରାମ ଏବଂ ଷ୍ଟାଇଲ୍‌କୁ  ସୁନିଶ୍ଚିତ କରୁଛି ।  

୨୦୨୫ ଜୁଲାଇ ୩୧ ପୂର୍ବରୁ ଏହି  ଭାରିଆଣ୍ଟକୁ କିଣୁଥିବା ଗ୍ରାହକଙ୍କ ପାଇଁ  ସୁଜୁକି ଏକ ଆକର୍ଷଣୀୟ ଅଫର ଘୋଷଣା  କରିଛି । ଗ୍ରାହକ ୭ ବର୍ଷର ପରିବର୍ଦ୍ଧିତ  ୱାରେଣ୍ଟି ପାଇବେ । ଏଥିମଧ୍ୟରେ ୨ ବର୍ଷର  ଷ୍ଟାଣ୍ଡାର୍ଡ ୱାରେଣ୍ଟି ଏବଂ ୧୨୪୯ ଟଙ୍କାର  ୫ ବର୍ଷିଆ ପେଡ୍‌ ୱାରେଣ୍ଟି ମାଗଣାରେ  ପାଇବେ । ଏହାସହିତ ଏକ ସ୍ୱତନ୍ତ୍ର  ଲକି ଡ୍ର ଜରିଆରେ ଗ୍ରାହକ ୫,୦୫୪  ଟଙ୍କାର ଏକ ପୁରସ୍କାର ପ୍ୟାକେଜ୍‌ ମଧ୍ୟ ଜିତିପାରିବେ।  

ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ  ଚାଳକ-ଅନୁକୂଳ ବୈଶିଷ୍ଟ୍ୟ ସହିତ  ସୁଜୁକିର ଏହି ନୂଆ ଅଫର୍‌ ଓଡ଼ିଶାରେ  ଆକ୍ସେସ୍‌ ୧୨୫ର ଅନନ୍ୟ ଅନୁଭୂତି ଦେବାର  ଲକ୍ଷ୍ୟ ରଖିଥିବା କମ୍ପାନି ପ୍ରକାଶ କରିଛି ।