ଜହ୍ନ।ପଙ୍କ, ୧୭/୩:ବୌଦ୍ଧ ବଲାଙ୍ଗୀର   ଜାତୀୟ ରାଜପଥ ନଂ ୫୭ ର ବୌଦ୍ଧ ଥାନା ତେଲିବନ୍ଧ ପନ୍ଥାଇ ନିକଟରେ ସ୍କୁଟି ଓ ଟାଟା ଏସିଇ ମଧ୍ୟରେ ମୁହଁlମୁହିଁ ଧକ୍କା  ହୋଇଛି। ଏଥିରେ ସ୍କୁଟି ଚାଳକ ଗୁରୁତର ହୋଇଛି। ଗୁରୁତର ଜଣକ ହେଲେ ତେଲିବନ୍ଧ ଗ୍ରାମର ମହେନ୍ଦ୍ର ନାଏକ ।

ତେଲିବନ୍ଧ ଗ୍ରାମର ମହେନ୍ଦ୍ର ନାଏକ ଏକ ସ୍କୁଟି (ନଂ ଓଡି ୨୭ ଡି ୮୮୯୦ )ଯୋଗେ ନିଜ ଘରୁ ଜନ୍ହାପଙ୍କ ଆଡକୁ ଯାଉଥିଲେ।  ବୌଦ୍ଧ ପଟୁ ଫ୍ଲିପ କାର୍ଟ ଡେଲିଭରି ସାମଗ୍ରୀ ନେଇ ତେଲିବନ୍ଧ ପଂଚାୟତର ଧୁଡୁରୁବାହାଲ ଗ୍ରାମକୁ ଯାଉଥିବା   ଏକ ଟାଟା ଏସି( ନଂ ଓଡି ୦୩ ଏକ୍ସ ୨୨୫୯) ସହ ତେଲିବନ୍ଧ ପନ୍ଥାଇ ବୁଲାଣି  ନିକଟରେ ଭାରସାମ୍ୟ ହରାଇ  ଧକ୍କା ହୋଇଥିଲା | ଏଥିରେ ମହେନ୍ଦ୍ର ଗୁରୁତର ଆହତ ହୋଇଥିଲେ | ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଡାକ୍ତରଖାନା ପଠାଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ପ୍ରାଣ ବନ୍ଧୁ ସାହୁ ଘଟଣା ସ୍ଥଳରେ ପହଞ୍ଚି ସ୍କୁଟି ଓ ଟାଟା ଏସିଇକୁ ଜବତ କରିଛନ୍ତି। ତେବେ ଏହା ବୁଲାଣି ହୋଇ ଥିବାରୁ ବାରମ୍ବାର ଏଠାରେ ଦୁର୍ଘଟଣା ଘଟୁଛି। ଏଠାରେ ହମ୍ପସ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।