ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ

Published By : Harapriya Sethi | January 18, 2025 10:29 AM

ମାଲକାନଗିରି,୧୮/୦୧: ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ ରୋଗୀଙ୍କୁ ନେଇ ବିଶାଖାପାଟଣା ସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବା ବସ୍‌ଟି ଏକ ଟ୍ରକ୍‌ ସହିତ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଦୁର୍ଘଟଣାଟି ବିଶାଖାପାଟଣା ନିକଟରେ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ପଡ଼ିଆ ଥାନାସ୍ଥ ଏମଭି ୫୮ ଗ୍ରାମର ସୁବ୍ରତ ରାୟ ଏବଂ ତାଙ୍କ ସାନ ଝିଅଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହା ସହିତ ୨୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହାତ ହୋଇଥିବାର ଜଣାପଡିଛି । ମୃତ ସୁବ୍ରତ ରାୟ ବିଜେପି ଦଳର ଏମଭି ୫୮ ଗ୍ରାମର ବୁଥ୍‌ର ସଭାପତି ଥିଲେ ଏବଂ ପଡ଼ିଆ ମଣ୍ଡଳର ଭାଜପା ଯୁବ ନେତା ଥିଲେ । 

ସୂଚନା ମୁତାବକ, ବସ୍‌ଟି ଶୁକ୍ରାବାର ରାତିରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ ରୋଗୀଙ୍କୁ ବିଶାଖାପାଟଣା ସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ନେଇ ଯାଉଥିଲା । ରାସ୍ତାରେ ଯାଉଥିବା ବେଳେ ସାମ୍ନାରେ ଏକ ଟ୍ରକ୍‌ ଖରାପ ହୋଇ ଛିଡା ହୋଇଥିଲା। କୁହୁଡି ଯୋଗୁଁ ବସ୍‌ ଚାଳକ ଟ୍ରକ୍‌କୁ ଦେଖି ପାରି ନଥିଲେ । ଫଳରେ ବସ୍‌ଟି ଉକ୍ତ ଟ୍ରକ୍‌କୁ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟିବା ଫଳରେ ୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହାତ ହୋଇଥିବା ବେଳେ ସୁବ୍ରତ ରାୟ ନାମକ ବ୍ୟକ୍ତି ଏବଂ ତାଙ୍କ ସାନ ଝିଅ ପ୍ରାଣ ହରାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.