ଛତ୍ରପୁର, ୪/୭(ଆପ୍ର) : ବିଦ୍ୟୁତ ତାର ସଜାଡୁ ଥିବା ବେଳେ ଖୁଣ୍ଟରୁ ପଡି ବିଦ୍ୟୁତ କର୍ମଚାରୀ ଗୁରୁତର l ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଖଣ୍ଡିଦେଉଳି ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି l ମୃତକ ବିଦ୍ୟୁତ କର୍ମଚାରୀ ହେଲେ ପି. ରାମଚନ୍ଦ୍ର ଦୋରା l
ଏଭଳି ଅଭାବନୀୟ ଘଟଣା ଘଟିଛି, ଗଞ୍ଜାମ ବ୍ଳକ ଅନ୍ତର୍ଗତ ପାଲଙ୍ଗ ପଞ୍ଚାୟତର ନିମୁଶୁଳା ଗ୍ରାମରେ l ଗଞ୍ଜାମ ବିଦ୍ୟୁତ ବିଭାଗର ଖଣ୍ଡିଦେଉଳି ସେକ୍ସନର କାର୍ଯ୍ୟରତ ପି. ରାମଚନ୍ଦ୍ର ଦୋରା ଆଜି ସନ୍ଧ୍ୟାରେ ନିମୁଶୂଳା ଗ୍ରାମରେ ଜୈନିକ ବିଦ୍ୟୁତ ଉପଭୋକ୍ତାଙ୍କ ବିଦ୍ୟୁତ ଲାଇନ ପଳାଇଯାଇଥିବାରୁ ବିଦ୍ୟୁତ ଖମ୍ବରେ ଚଢି ସଜାଡୁଥିବା ବେଳେ ତଳେ ପଡିଯାଇ ଗୁରୁତର ହୋଇପଡ଼ିଥିଲେ l ଚିକିତ୍ସା ପାଇଁ ଖଣ୍ଡିଦେଉଳି ମେଡିକାଲରେ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା l
ପୂର୍ବରୁ ମଧ୍ୟ ସେ ବିଦ୍ୟୁତ ଖୁଣ୍ଟରେ ଚଢି ଗୁରୁତର ଆହତ ହୋଇଥିଲେ ମଧ୍ୟ ବଞ୍ଚିଯାଇଥିଲେ l ସେ ଜଣେ ମେଳାପୀ, ପରୋପକାରୀ, ସମାଜସେବୀ ହିସାବରେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ l ତାଙ୍କର ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି l