ପ୍ରମୂଖ ଖବର
  • ବାଜିଲା ବିଗୁଲ; ଜୁନ୍ ୧୯ରେ ୪ ରାଜ୍ୟର ୫ ବିଧାନସଭା ଆସନରେ ଉପନିର୍ବାଚନ, ଏହି ଦିନ ରେଜଲ୍ଟ
  • ||
  • Mann ki Baat; ସାହସ ଓ ସଂକଳ୍ପର ପ୍ରତୀକ 'ଅପରେସନ୍ ସିନ୍ଦୂର, ଆତଙ୍କବାଦ ଶେଷ ଭାରତର ସଂକଳ୍ପ କହିଲେ ପ୍ରଧାନମନ୍ତ୍ରୀ
  • ||
  • ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା ୩୨ଟି ୪୦ ଫୁଟିଆ କାଠ
  • ||
  • ଭଦ୍ରକ : ନିଆଁ ଲାଗି ଜଳିଗଲା ୬ ବଖରା ଘର, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
  • ||
  • ବିଶ୍ୱର ୪ର୍ଥ ସର୍ବବୃହତ ଅର୍ଥନୈତିକ ଦେଶ ଭାରତ, ଜାପାନକୁ ଟପିଲା
  • ||
  • IPL 2025: ଆଜି ଚେନ୍ନାଇ- ଗୁଜରାଟ ମଧ୍ୟରେ ଶେଷ ଲିଗ୍‌ ମ୍ୟାଚ୍‌, ଟାଇଟନ୍ସ ପାଇଁ ଗୁରୁତ୍ୱପୂର୍ଣ୍ଣ
  • ||
  • ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର, ଅଣ୍ଡାରୁ ଫୁଟି ବାହାରିଲେ ୧୪ ଘଡ଼ିଆଲ ଛୁଆ
  • ||
  • ଭାରତ ପ୍ରହାରରେ ଥରହର ପାକିସ୍ତାନ; ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପ୍ଲାନ୍‌, କହିଲା ଆମ ପଡ଼ୋଶୀ...
  • ||
  • ସମ୍ବଲପୁର ବୁର୍ଲା ଥାନା ଲଡୁଖାଇ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପିଟିଲା କାର୍‌, ୨ ମୃତ, ୨ ଗୁରୁତର
  • ||
  • ରବିବାର ଏନ୍‌ଡିଏ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ,ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଭାରତ- ପାକ୍ ତିକ୍ତତା
  • ||
  • ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ଜଳିଗଲା ଗଦି ତିଆରି କାରଖାନା, ୧୦କୋଟି ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ୫ ଦିନରେ ଓଡ଼ିଶାରେ ମୌସୁମୀ: ଏବେ ଝିପିଝିପି, ୨୭ରୁ ୩୦ ଯାଏଁ ଅଧିକ ବର୍ଷା ସମ୍ଭାବନା, ଜୁନ୍ ପୁଣି ଗରମ
  • ||

ରାମପଲ୍ଲୀ ଗୁଳିକାଣ୍ଡ ଘଟଣାରେ ଜଣେ ଗିରଫ , ମାଉଜର ଜବତ

Published By : Bijay Swain | May 24, 2025 7:54 PM

ବେଗୁନିଆପଡା, ୨୪/୦୫: ବୁଧବାର ବିଳମ୍ବିତ ରାତିରେ ବେରୁଆବାଡି ପଞ୍ଚାୟତ ରାମପଲି ଗ୍ରାମରେ ହୋଇଥିବା ଗୁଳିମାଡ ଘଟଣାରେ  ସୁରେଶ ପ୍ରଧାନଙ୍କୁ କୋଦଳା ପୋଲିସ ଛୁଞ୍ଚିପଡା ଯାପଟା ଜଙ୍ଗଲରୁ ଗିରଫ କରିବାରେ ସଫଳ ହୋଇଛି। ଏହି ପରିପ୍ରେକ୍ଷିରେ ତା ନିକଟରୁ ବ୍ୟବହୃତ ମାଉଜର ମଧ୍ୟ ଉଦ୍ଧାର ହୋଇଥିବା ନେଇ ସୂଚନା ମିଳିଛି। ଆସାମୀ ନିଜେ ଯେଉଁଠାରେ ମାଉଜର ଲୁଚାଇଥିଲା ପୋଲିସକୁ କହିବା ପରେ ପୋଲିସ ଆସାମୀକୁ ରାମପଲି ନେଇ ସେଠାରୁ ବ୍ୟବହାର କରିଥିବା ମାଉଜରକୁ ଉଦ୍ଧାର କରିଛି। ମାଉଜର କେଉଁଠୁ ଆଣିଲା, କିଏ ଦେଲା ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଏନେଇ ଛାନଭିନ କରୁଥିବା ଜଣାପଡ଼ିଛି। 

ପ୍ରକାଶ ଥାଉ କି ବୁଧବାର ବିଳମ୍ବିତ ରାତିରେ ସୁଶାନ୍ତ ରାଉତଙ୍କ ଘରକୁ ସେହି ଗ୍ରାମର ସମ୍ପର୍କୀୟ ଭଣଜା ସୁରେଶ ପ୍ରଧାନ ହଠାତ ପ୍ରବେଶ କରି ସୁଶାନ୍ତଙ୍କୁ ଲକ୍ଷ୍ୟ କରି ଗୁଳିମାରିଥିସେ। ହେଲେ ଏହି ସମୟରେ ନିକଟରେ ଥିବା ୪୦ ବର୍ଷୀୟ ସ୍ତ୍ରୀ ଭାବିନି ରାଉତ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସୁଶାନ୍ତଙ୍କ ଆଗକୁ ଆସିଯିବାରୁ ଭାବିନିଙ୍କ ପେଟରେ ଗୁଳି ପଶି ପିଠି ପଟେ ବାହାରି ଯାଇଥିଲା। ଗୁଳି ମାରିସାରିବା ପରେ ସୁରେଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଆହତ ଭାବିନି ରାଉତ ବର୍ତ୍ତମାନ ବ୍ରହ୍ମପୁର ବଡ଼ ମେଡିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.