PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୁଷୋତ୍ତମପୁର : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ପଦ୍ମପୁର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କୃଷି ଅଧିକାରୀ, ଲାଇସେନ୍ସ ବାତିଲ କରିବାକୁ ଧମକ ଦେଇ ସାର ଡିଲରଙ୍କ ଠାରୁ ନେଉଥିଲେ ଲାଞ୍ଚ
  • ||
  • ଭୁବନେଶ୍ଵର : ଏଥର ହେବନି ରାଜ୍ୟସ୍ତରୀୟ ପରେଡ, ଭାଗ ନେବେନି ସ୍କୁଲ ଛାତ୍ରଛାତ୍ରୀ
  • ||
  • ପୁରୀ : ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବତୀ, ବ୍ଲୁଫ୍ଲାଗ୍ ବିଚ୍‌ରୁ ଉଦ୍ଧାର ହେଲା ମୃତଦେହ
  • ||
  • ଜୁଜୁମରା : ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହି ବସ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ଘଉଡ଼ାଇବା ବେଳେ ଅଘଟଣ, ବନ କର୍ମଚାରୀଙ୍କ ହାତରେ ଫୁଟିଗଲା ବାଣ
  • ||
  • ବିହାରରେ ଭାଙ୍ଗିଲା ଏନ୍‌ଡିଏ ମେଣ୍ଟ: ଅଲଗା ହେଲା ବିଜେପି-ଜେଡିୟୁର ରାସ୍ତା, ରାଜ୍ୟପାଳଙ୍କୁ ଭେଟିବେ ନୀତୀଶ
  • ||

ଥାନା ହାଜତରେ ପ୍ରାଣ ଗଲା, ପରିବାର ଲୋକଙ୍କ ଅଭିଯୋଗ: ମାରିଦେଲେ

ଭୁବନେଶ୍ୱର/ମେଣ୍ଢାଶାଳ,୧୧ ।୩(ବ୍ୟୁରୋ/ଆ.ପ୍ର): ଚନ୍ଦକା ଥାନାରେ ହାଜତ ମୃତ୍ୟୁ । ଚୋରା ମଦ କାରବାର ଅଭିଯୋଗରେ ପୁଲିସ ଜଣଙ୍କୁ ଉଠାଇ ଆଣି ହାଜତରେ ପୂରାଇ ନିସ୍ତୁକ ପିଟିଥିଲା । ଗୁରୁତର ଆହତ ଅବସ୍ଥାରେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ତାଙ୍କ ନାମ ପୁଷ୍ପ ବେହେରା(୪୭) । ଘର ଚନ୍ଦକା ଥାନା ଅନ୍ତର୍ଗତ କଣ୍ଟାବାଡ଼ ଭଗବତୀପୁର ମୁଣ୍ଡାସାହି । ପୁଷ୍ପଙ୍କ ମୃତ୍ୟୁକୁ ନେଇ ଆଜି ଭଗବତୀପୁରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ଚନ୍ଦକା ଥାନା ଘେରାଉ କରିଥିଲେ । ପୁଲିସ ବୁଝାସୁଝା କରିବା ପରେ ଲୋକେ ଫେରିଥିବା ଜଣା ପଡ଼ିଛି ।
ମିଳିଥିବା ଅଭିଯୋଗ ଅନୁଯାୟୀ, ଭଗବତୀପୁରର ପୁଷ୍ପ ଗାଁ ମୁଣ୍ଡରେ ଘର କରି ରହୁଛନ୍ତି । ଶୁକ୍ରବାର ରାତିରେ ଚନ୍ଦକା ଥାନା ପୁଲିସ ତାଙ୍କ ଘରେ ଚଢ଼ଉ କରି ପୁଷ୍ପଙ୍କୁ ଉଠାଇ ନେଇଥିଲା । ଦେଶୀ ମଦ କାରବାର ଅଭିଯୋଗରେ ପୁଲିସ ଉଠାଇ ନେଇ ରାତିସାରା ହାଜତରେ ପୂରାଇ ପିଟିଥିଲା । ପୁଲିସ ମାଡ଼ରେ ପୁଷ୍ପଙ୍କ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା । ତାଙ୍କୁ ଗତକାଲି ସକାଳେ ପୁଲିସ କ୍ୟାପିଟାଲ୍‌ ହସ୍ପିଟାଲକୁ ନେଇଥିଲା । ଅବସ୍ଥା ସଂକଟାପନ୍ନ ଥିବାରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଫେରାଇ ଦେଇଥିଲା । ତେଣୁ ପୁଲିସ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା । ମଙ୍ଗଳାବାଗ ଥାନା ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ବ୍ୟବଚ୍ଛେଦ ପରେ ଶବ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ପୁଷ୍ପଙ୍କ ଶବ ଗାଁରେ ପହଞ୍ଚିବା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ସନ୍ଧ୍ୟାରେ ଚନ୍ଦକା ଥାନା ଘେରାଉ କରିଥିଲେ ।
ତେବେ ହାଜତ ମୃତ୍ୟୁ ଘଟଣାକୁ ଭୁବନେଶ୍ୱର ଡିସିପି ଅନୁପ ସାହୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି, ପୁଷ୍ପଙ୍କର ପୂର୍ବରୁ ବାତରୋଗ ଥିଲା । ଦେଶୀ ମଦ କାରବାର ଅଭିଯୋଗରେ ପୂର୍ବରୁ ପୁଷ୍ପଙ୍କୁ ପୁଲିସ ଉଠାଇ ଆଣିଥିଲା । ବାତ ରୋଗ ବାହରିବାରୁ ପୁଲିସ ତାଙ୍କୁ ଗିରଫ ନ କରି ଛାଡ଼ି ଦେଇଥିଲା । ଶୁକ୍ରବାର ତାଙ୍କୁ ପୁଲିସ ପୁଣି ଗିରଫ କରି ଥାନାକୁ ଆଣିଥିଲା । ହାଜତରେ ବାତ ରୋଗ ବାହାରିବାରୁ ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।