ମାଲକାନଗିରି,୨୮/୧୧ ; ସବସିଡ଼ ଲୋନ କରିଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ମହିଳା ବ୍ୟାଙ୍କ ମିତ୍ରଙ୍କୁ ମୋଟୁ ଜେଏମସି କୋର୍ଟ ପକ୍ଷରୁ ଆଜି ତିନି ବର୍ଷ କରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ଆଦେଶ ହୋଇଛନ୍ତି ।
ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକସ୍ଥ ଏମପିଭି ୭୮ଗ୍ରାମର ଶାରଳା ମଣ୍ଡଳ ନାମ୍ନୀ ମହିଳା ମୋଟୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ଭାବେ କାର୍ଯ୍ୟ କରୁଥିଲେ। ସେ ୨୦୨୪ମସିହାରେ ମୋଟୁ ଅଞ୍ଚଳର ୮ ଜଣରୁ ଊର୍ଦ୍ଧ୍ବ ଲୋକଙ୍କୁ ସବସିଡ ଲୋନ କରାଇ ଦେବା ପାଇଁ ଡିପୋଜିଟ ବାବଦକୁ ପ୍ରାୟ ୧୮ଲକ୍ଷ ଟଙ୍କା ନେଇଥିଲେ। ହେଲେ ସେ ବ୍ୟାଙ୍କରେ ଟଙ୍କା ଡିପୋଜିଟ ନ କରି ନିଜେ ଆତ୍ମସାତ କରିଦେଇଥିଲେ। ଲୋକମାନଙ୍କର ବ୍ୟାଙ୍କ ଲୋନ ହୋଇ ନ ଥିଲା, ଠକାମୀର ଶିକାର ହୋଇଥିବା ଲୋକମାନେ ଏ ସମ୍ପର୍କରେ ମୋଟୁ ଥାନାରେ କେଶ ନଂ ୧୨/୯ /୨୦୨୪ରେ ଅଭିଯୋଗ କରିଥିଲେ । ମୋଟୁ ଥାନା ପୁଲିସ ଏହି କେଶର ତଦନ୍ତ କରି ଗତ ମାର୍ଚ୍ଚ ୧୮ରେ ଗିରଫ କରି କୋର୍ଟ ପଠାଇଥିଲେ।
ଏହି କେଶଟି ମୋଟୁ ଜେଏମସି କୋର୍ଟରେ ବିଚାରଧୀନ ଥିଲା । ଆଜି ସେହି କେଶର ଶୁଣାଣି ମୋଟୁ ଜେଏମସି କୋର୍ଟରେ ହୋଇଛି । ମୋଟୁ ଜେଏମସି ବିଚାରପତି ଅଂଶୁମାନ ଦାଶ ମୋଟ ୧୮ଜଣ ଶାକ୍ଷୀ ଓ ପ୍ରମାଣକୁ ଆଧାର କରି ବ୍ୟାଙ୍କ ମିତ୍ର ମହିଳା ଶାରଳା ମଣ୍ଡଳଙ୍କୁ ଟଙ୍କା ଠକେଇ ଅଭିଯୋଗରେ ତିନି ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ତିନି ମାସ କାରଣ୍ଡରେ ଦଣ୍ଡିତ ହେବେ ବୋଲି ନିର୍ଦେଶ ରହିଛି । ଏହି କେସଟିକୁ ସରକାରୀ ଓକିଲ ତାପସ କୁମାର ନାଥ ପରିଚାଳନା କରିଥିଲେ।